ଆଜିଠୁ ରାଜ୍ୟର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ; କୋଭିଡ ଏନ୍‌ଫୋର୍ସମେଣ୍ଟ ପାଇଁ ପୁଲିସ ପ୍ରସ୍ତୁତ, କଟକଣା ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ

The Sakala Picture
Published On

କଟକ: କରୋନା ମହାମାରୀ ସମୟରେ ପୁଲିସ ଏକ ଗୁରୁଦାୟିତ୍ୱ ନିର୍ବାହ କରିଆସୁଛି। ଗତ ୨୦୨୦ରୁ ଅଦ୍ୟାବଧି ଓଡ଼ିଶା ପୁଲିସ କୋଭିଡ ଗାଇଡଲାଇନ ଉଲଂଘନ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏବେ ତୃତୀୟ ଲହର ବା ଓମିକ୍ରନ ଭୂତାଣୁ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା ଆଜିଠାରୁ ଲାଗୁ କରାଯିବ। ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତେବେ ଗତ ୪୮ ଘଣ୍ଟାରେ ରାଜ୍ୟରେ କୋଭିଡ […]

କଟକ: କରୋନା ମହାମାରୀ ସମୟରେ ପୁଲିସ ଏକ ଗୁରୁଦାୟିତ୍ୱ ନିର୍ବାହ କରିଆସୁଛି। ଗତ ୨୦୨୦ରୁ ଅଦ୍ୟାବଧି ଓଡ଼ିଶା ପୁଲିସ କୋଭିଡ ଗାଇଡଲାଇନ ଉଲଂଘନ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏବେ ତୃତୀୟ ଲହର ବା ଓମିକ୍ରନ ଭୂତାଣୁ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା ଆଜିଠାରୁ ଲାଗୁ କରାଯିବ। ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତେବେ ଗତ ୪୮ ଘଣ୍ଟାରେ ରାଜ୍ୟରେ କୋଭିଡ ନିୟମ ଉଲଂଘନ ପାଇଁ ପ୍ରାୟ ୫୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗତ ୫ ଓ ୬ତାରିଖରେ ଏହି କ୍ରମରେ ୧୪୦୦ରୁ ଅଧିକ ଗାଡି ଜବତ କରାଯାଇଥିବା ବେଳେ ୩୦ରୁ ଅଧିକଙ୍କୁ ପୁଲିସ ଗିରଫ ମଧ୍ୟ କରିଛି ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ପୁଲିସ ମୁଖ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ଜିଲ୍ଲା ପୁଲିସକୁ ଏନଫୋର୍ସମେଣ୍ଟ ଉପରେ ନଜର ରଖିବାକୁ କୁହାଯାଇଛି। ନାଇଟ୍ କର୍ଫ୍ୟୁ ଉଲଂଘନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଜି ସୁନୀଲ କୁମାର ବଂଶଲ କହିଛନ୍ତି। ସେହିପରି ମାସ୍କ ଚେକିଂ ଓ ସାମାଜିକ ଦୂରତା ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ଆଜିଠାରୁ ତ୍ବରାନ୍ବିତ କରାଯିବ ବୋଲି ଜଣାପଡ଼ିଛି। ସହରାଞ୍ଚଳ ପୁଲିସ ଥାନା ସ୍ତରରେ ଦୋକାନ ବଜାର ନିର୍ଦ୍ଧାରିତ ସମୟ ଆଗରୁ ବନ୍ଦ କରିବାକୁ ମାଇକ ପ୍ରଚାର କରି ସଚେତନ କରାଇବ। ତେବେ ଆଇନ ଉଲ୍ଲଙ୍ଘନ କଲେ ଦୋକାନ ଗୁଡିକୁ ୭ଦିନ ପାଇଁ ବନ୍ଦ କରିଦିଆଯିବା କଟକଣାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଯେହେତୁ ଏବେ ପୁଣି ବିବାହ ଋତୁ ଆରମ୍ଭ ହେଉଛି, ଏହା ଉପରେ ମଧ୍ୟ ପୁଲିସ କଡା ନଜର ରଖିବ । ବିଗତ କିଛି ଦିନ ହେବ ବିବାହ ମହୋତ୍ସବଗୁଡିକ ବେଶ ଧୂମଧାମରେ ପାଳନ ହେଉଥିଲା। ଯେଉଁଥିରେ ସହସ୍ରାଧିକ ଲୋକ ଏକତ୍ରିତ ହେଉଥିଲେ। ନୂତନ ମାର୍ଗଦର୍ଶିକା ଅନୁସାରେ ମାତ୍ର ୧୦୦ଜଣଙ୍କୁ ନେଇ ବିବାହ ଭୋଜି କରିବାକୁ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ଏହି କଟକଣା ଉଲ୍ଲଙ୍ଘନ ହେବାର ସମ୍ଭାବନା ମଧ୍ୟ ରହିଛି। ଏଣୁ ଗ୍ରାମାଞ୍ଚଳ ପୁଲିସ ଥାନା ଏଗୁଡିକ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ଜିଲ୍ଲା ସ୍ତରରେ ଏସପିମାନେ ମଧ୍ୟ ସତର୍କ କରାଇଛନ୍ତି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଗାଁଗହଳିରେ ଏବେ ରାଜନୈତିକ ସମାବେଶ ଚାଲିଛି । ଯେଉଁଠି ଶତାଧିକ ଲୋକ ଏକତ୍ରିତ ହେଉଛନ୍ତି। ଏପରି ସମାବେଶ ଗାଇଡଲାଇନ ଅନୁସାରେ କରାଯାଉ ନଥିଲେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର