କାଲିଠୁ ମାଲକାନଗିରିରେ ନାଇଟ କର୍ଫ୍ଯୁ

The Sakala Picture
Published On

ଭୁବନେଶ୍ବର: କରୋନା ପୁଣି ଡରାଇବା ଆରମ୍ଭ କରିଛି। କିଛିମାସର ବ୍ଯବଧାନପରେ ପୁଣି ରାଜ୍ଯରେ ନାଇଟ କର୍ଫ୍ଯୁ ଫେରିଛି। ମାଲାକାନଗିରିକୁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି।  ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। ରାତି ୯ରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନଇ ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ଆଜି ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ବଡ଼ଯାତ୍ରା, ଦୋଳ ଓ ହୋଲିକୁ ଦୃଷ୍ଟିରେ […]

ଭୁବନେଶ୍ବର: କରୋନା ପୁଣି ଡରାଇବା ଆରମ୍ଭ କରିଛି। କିଛିମାସର ବ୍ଯବଧାନପରେ ପୁଣି ରାଜ୍ଯରେ ନାଇଟ କର୍ଫ୍ଯୁ ଫେରିଛି। ମାଲାକାନଗିରିକୁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି।  ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। ରାତି ୯ରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନଇ ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ଆଜି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ସୂଚନା ଅନୁଯାୟୀ, ମାଲକାନଗିରି ବଡ଼ଯାତ୍ରା, ଦୋଳ ଓ ହୋଲିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି ପର୍ବ ପାଳନକୁ ବାରଣ କରାଯାଇଛି। ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବା ବାଧ୍ଯତା ମୂଳକ କରାଯାଇଛି। ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି। ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଲକାନଗିରିରେ ଆଗୁଆ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଉଛି । କରୋନାକୁ ମାତ୍‌ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍‌ ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।ତେଣୁ ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟ ଘୋଷଣା କରାଯାଇପାରିବ । ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତି ନେବ ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

22 Mar 2021 By The Sakala

କାଲିଠୁ ମାଲକାନଗିରିରେ ନାଇଟ କର୍ଫ୍ଯୁ

ଭୁବନେଶ୍ବର: କରୋନା ପୁଣି ଡରାଇବା ଆରମ୍ଭ କରିଛି। କିଛିମାସର ବ୍ଯବଧାନପରେ ପୁଣି ରାଜ୍ଯରେ ନାଇଟ କର୍ଫ୍ଯୁ ଫେରିଛି। ମାଲାକାନଗିରିକୁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି।  ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। ରାତି ୯ରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନଇ ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ଆଜି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ମାଲକାନଗିରି ବଡ଼ଯାତ୍ରା, ଦୋଳ ଓ ହୋଲିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି ପର୍ବ ପାଳନକୁ ବାରଣ କରାଯାଇଛି। ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବା ବାଧ୍ଯତା ମୂଳକ କରାଯାଇଛି। ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି। ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଲକାନଗିରିରେ ଆଗୁଆ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଉଛି । କରୋନାକୁ ମାତ୍‌ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍‌ ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।ତେଣୁ ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟ ଘୋଷଣା କରାଯାଇପାରିବ । ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତି ନେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର