ରାଜ୍ଯରେ ୫ ତାରିଖରୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

The Sakala Picture
Published On

ଭୁବନେଶ୍ବର: କରୋନା ପୁଣି ଥରେ କାୟା ମେଲାଉଛି। ଦେଶ ଏବଂ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟିଛି। କିଛିଦିନ ହେବ ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ମାମଲା  ମଧ୍ଯ ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ରାଜ୍ଯର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ଯୁ ଲାଗୁ ହୋଇଛି। ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ଯୁ ଜାରି କରାଯାଇଛି। ରାତି ୧୦ଟାରୁ ସକାଳ ୫ଟା […]

ଭୁବନେଶ୍ବର: କରୋନା ପୁଣି ଥରେ କାୟା ମେଲାଉଛି। ଦେଶ ଏବଂ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟିଛି। କିଛିଦିନ ହେବ ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ମାମଲା  ମଧ୍ଯ ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ରାଜ୍ଯର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ଯୁ ଲାଗୁ ହୋଇଛି। ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ଯୁ ଜାରି କରାଯାଇଛି। ରାତି ୧୦ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ଯୁ ଲାଗୁ ହେବ । ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ କରାଯିବ ବୋଲି ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନା ଅନୁଯାୟୀ, ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ସେହି ନିକଟବର୍ତ୍ତୀ ଜିଲ୍ଲାରେ କର୍ଫ୍ଯୁ ଲଗାଯାଇଛି । ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି । ଫଳରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଏହି ନାଇଟ କର୍ଫ୍ଯୁରେ ସମସ୍ତ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ। ପେଟ୍ରୋଲ ପମ୍ପ ଓ ସିଏନ୍‌ଜି ଷ୍ଟେସନ ଖୋଲା ରହିବ। ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି। ସେହିପରି ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ଦିଆଯିବ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର