ଭୁବନେଶ୍ବର ଡ୍ରେନରେ ଭାସି ଛାତ୍ର ଜ୍ୟୋତିରଞ୍ଜନ ମୃତ୍ଯୁ ଘଟଣା: ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ 

The Sakala Picture
Published On

ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଜ୍ୟୋତିରଞ୍ଜନକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦେଶ ଦେଇଛନ୍ତି।  ଗତବର୍ଷ ପ୍ରବଳ ବର୍ଷା ସମୟରେ ଭୁବନେଶ୍ୱରରେ ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ରଞ୍ଜନ ବେହେରାକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ଗତକାଲି ତାଙ୍କ ରାୟ ସହ ନିର୍ଦେଶ ଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୧୯ ତାରିଖ ଦିନ ଜ୍ୟୋତି ରଞ୍ଜନ ବେହେରା ଟ୍ୟୁସନକୁ […]

ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଜ୍ୟୋତିରଞ୍ଜନକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦେଶ ଦେଇଛନ୍ତି।  ଗତବର୍ଷ ପ୍ରବଳ ବର୍ଷା ସମୟରେ ଭୁବନେଶ୍ୱରରେ ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ରଞ୍ଜନ ବେହେରାକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ଗତକାଲି ତାଙ୍କ ରାୟ ସହ ନିର୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଗତବର୍ଷ ସେପ୍ଟେମ୍ବର ୧୯ ତାରିଖ ଦିନ ଜ୍ୟୋତି ରଞ୍ଜନ ବେହେରା ଟ୍ୟୁସନକୁ ସାଇକେଲ ନେଇ ଯାଉଥିବା ସମୟରେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ମୁକୁଳା ଡ୍ରେନରେ ପଡି ଭୀଷଣ ବର୍ଷକ୍ଷ ଜନିତ ପ୍ରବଳ ପାଣିର ସ୍ରୋତରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ। ମୃତ ଜ୍ୟୋତି ରଞ୍ଜନ ପରିବାରର ଏକ ମାତ୍ର ପୁତ୍ର ଥିଲେ। ଏହି ମାମଲାକୁ ଜାତୀୟ ମାନବାଧିକାର କମିଶନଙ୍କ କୋର ଗ୍ରୁପ ସଦସ୍ୟ ମନୋଜ ଜେନା କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇଁ ଆବେଦନ କରିଥିଲେ। ମାନ୍ୟବର କମିଶନ ଏହି ମାମଲାର ସବିଶେଷ ତଥ୍ୟ ଦୁଇ ସପ୍ତାହରେ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏନ.ଜି. ଟି ର ଗାଇଡ଼ ଲାଇନ ଅନୁଯାଇ ଡ୍ରେନ ଗୁଡିକ ଖୋଲା ରଖା ଯାଇ ପାରିବ ନାହିଁ। ଯେହେତୁ ଭୁବନେଶ୍ୱର ମହାନଗର ନିଗମ ତାଙ୍କର ଦାୟିତ୍ୱ ଠିକ ଭାବରେ ତୁଲାଇ ନାହାନ୍ତି ତେଣୁ ତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ତା ସହିତ ଆଗକୁ ଏପରି ଘଟଣା ନ ଘଟିବା ପାଇଁ ସବୁ ମୁକୁଳା ଡ୍ରେନକୁ ସ୍ଲାବ ପକାଇ ତୁରନ୍ତ ଘୋଡାଇବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର