ମରଣ ଯନ୍ତା ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ: ସପ୍ତାହକ ମଧ୍ୟରେ ୫ ଜଣଙ୍କ ଜୀବନ ନେଲାଣି ସଡକ ଦୁର୍ଘଟଣା

The Sakala Picture
Published On

ଧର୍ମଶାଳା: ରାସ୍ତା ସମ୍ପ୍ରସାରଣ ପରେ ମୃତ୍ୟୁ ଯନ୍ତା ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ। ସପ୍ତାହକ ମଧ୍ୟରେ ୫ ଜଣଙ୍କ ଜୀବନ ନେଲାଣି ସଡକ ଦୁର୍ଘଟଣା। ଗତ ଗୁରୁବାର ଦିନ ରଥିଆ ନିକଟରେ ଖୁଡି-ପୁତରା, ସୋମବାର ଦିନ ବାରବାଟୀ ନିକଟରେ ଭାଇ-ଭଉଣୀ ଓ ମଙ୍ଗଳବାର ଦିନ ନେଉଳପୁର ଓଭର ବ୍ରିଜ ସନ୍ନିକଟରେ ଜଣେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱର ନୟାପଲ୍ଲି ଅଞ୍ଚଳର ଦୂର୍ଗା ପ୍ରସାଦ ରଥ(୨୫)।  ସେ ଧର୍ମଶାଳା ବ୍ଲକ […]

ଧର୍ମଶାଳା: ରାସ୍ତା ସମ୍ପ୍ରସାରଣ ପରେ ମୃତ୍ୟୁ ଯନ୍ତା ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ। ସପ୍ତାହକ ମଧ୍ୟରେ ୫ ଜଣଙ୍କ ଜୀବନ ନେଲାଣି ସଡକ ଦୁର୍ଘଟଣା। ଗତ ଗୁରୁବାର ଦିନ ରଥିଆ ନିକଟରେ ଖୁଡି-ପୁତରା, ସୋମବାର ଦିନ ବାରବାଟୀ ନିକଟରେ ଭାଇ-ଭଉଣୀ ଓ ମଙ୍ଗଳବାର ଦିନ ନେଉଳପୁର ଓଭର ବ୍ରିଜ ସନ୍ନିକଟରେ ଜଣେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱର ନୟାପଲ୍ଲି ଅଞ୍ଚଳର ଦୂର୍ଗା ପ୍ରସାଦ ରଥ(୨୫)।  ସେ ଧର୍ମଶାଳା ବ୍ଲକ ଜାରକା ବିଦ୍ୟୁତ୍ ସେକସନର ଗ୍ରାହକ ସେବା ବିଭାଗରେ କାର୍ଯ୍ୟ କରୁଥିଲେ। ଧର୍ମଶାଳା ଥାନା ନେଉଳପୁର ଠାରେ ଏକ ଭଡ଼ା ଘରେ ରହୁଥିଲେ। ସବୁଦିନ ପରି ଆଜି ସେ ମଧ୍ୟାହ୍ନ ଭୋଜନ ସାରି ବାଇକରେ ଜାରକା ଫେରୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ଗଳିପୋଲ ଉପରେ ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ଅଜଣା ଗାଡି ଦୁର୍ଗା ପ୍ରସାଦଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା ଦୁର୍ଗାପ୍ରସାଦଙ୍କର। ସଙ୍ଗେ ସଙ୍ଗେ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ଜାରକା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ଦାସ, ନେଉଳପୁର ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଗୌରୀ ଶଙ୍କର କର ସମେତ ଜାରକା ଓ ନେଉଳପୁର ବିଦ୍ୟୁତ୍ ବିଭାଗର କାର୍ଯ୍ୟରତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ। ତେବେ ରାସ୍ତା ପୁଲିସ ପେଟ୍ରୋଲିଂ ସତ୍ତେ୍ୱ ଦ୍ରୁତ ଗତିରେ ଯାନାବାହନ ଚଳାଚଳ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

07 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର