ମହାନଦୀ ଶଯ୍ୟା ପୋତାଯିବା ଓ ବାଲିଯାତ୍ରା ଆୟୋଜନ ପ୍ରସଙ୍ଗ: କଂକ୍ରିଟ ନିର୍ମାଣ ଉପରେ ଏନ୍‌ଜିଟିର ରୋକ୍, ବାଲିଯାତ୍ରା ପଡ଼ିଆ ୩୪ଏକରରୁ ବଢ଼ିବ ନାହିଁ

The Sakala Picture
Published On

କଟକ: ମହାନଦୀ ଶଯ୍ୟା ପୋତାଯିବା ତଥା ନଦୀ ଶଯ୍ୟାରେ ବେଆଇନ ଭାବେ ବାଲିଯାତ୍ରା ଆୟୋଜନ ପ୍ରସଙ୍ଗକୁ ନେଇ ଏନଜିଟିରେ ଚାଲିଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏହି ମର୍ମରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିଶେଷକରି ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ଦିଆଯାଇଛି କିନ୍ତୁ ରହିଥିବା ୩୪ଏକର ପରିମିତ ବାଲିଯାତ୍ରା ପଡ଼ିଆର ଆଉ ସମ୍ପ୍ରସାରଣ ହୋଇପାରିବ ନାହିଁ। ଅବଶିଷ୍ଟ ୩୯୨ଏକର ପରିମିତ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବା ଉପରେ ଏନଜିଟି […]

କଟକ: ମହାନଦୀ ଶଯ୍ୟା ପୋତାଯିବା ତଥା ନଦୀ ଶଯ୍ୟାରେ ବେଆଇନ ଭାବେ ବାଲିଯାତ୍ରା ଆୟୋଜନ ପ୍ରସଙ୍ଗକୁ ନେଇ ଏନଜିଟିରେ ଚାଲିଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏହି ମର୍ମରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିଶେଷକରି ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ଦିଆଯାଇଛି କିନ୍ତୁ ରହିଥିବା ୩୪ଏକର ପରିମିତ ବାଲିଯାତ୍ରା ପଡ଼ିଆର ଆଉ ସମ୍ପ୍ରସାରଣ ହୋଇପାରିବ ନାହିଁ। ଅବଶିଷ୍ଟ ୩୯୨ଏକର ପରିମିତ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବା ଉପରେ ଏନଜିଟି ଗୁରୁତ୍ୱାରୋପ କରିଛନ୍ତି। କେବଳ ଦେଶୀୟ ପ୍ରଜାତିର ଗଛ ଲଗାଯିବା ସହ ଏହାକୁ ବାୟୋଲୋଜିକାଲ ପାର୍କରେ ରୂପାନ୍ତରିତ କରାଯିବ। ସେହିପରି କୌଣସି ପ୍ରକାର ବ୍ୟବସାୟିକ ଉଦ୍ଦେଶ୍ୟରେ ଏହା ବ୍ୟବହାର ଜରାଯିବ ନାହିଁ ବୋଲି ଏନଜିଟି ସ୍ପଷ୍ଟ କରିଛନ୍ତି। ଯେଉଁ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବ ତାହା ଜଙ୍ଗଲ ବିଭାଗକୁ ହସ୍ତାନ୍ତର ହେବ। ବାକି ଅଞ୍ଚଳ ଜଳସମ୍ପଦ ଅବା ଅନ୍ୟ ବିଭାଗ ହାତରେ ରହିବ। ଅନ୍ୟପଟରେ ଆଡଭୋକେଟ ଜେନେରାଲଙ୍କ ପକ୍ଷରୁ ଯେଉଁ ମାଷ୍ଟରପ୍ଲାନ ଉପସ୍ଥାପନ ହୋଇଥିଲା ଏହାକୁ ପରିବର୍ତ୍ତନ କରି ଏନଜିଟି କହିଛନ୍ତି ଯେ ଦୁଇ ତୃତୀୟାଂଶ ଜମିରେ ଘନ ଜଙ୍ଗଲ ସୃଷ୍ଟି କରାଯିବ। ବାକି ଏକ ତୃତୀୟାଂଶରେ ଖେଳ ପଡ଼ିଆ କିମ୍ବା ପାର୍କ ବିନା କୌଣସି କଂକ୍ରିଟ ନିର୍ମାଣରେ କରାଯିବ। ସେହିପରି ସମଗ୍ର ୪୨୬ଏକର ଜାଗାରେ କୌଣସି ପ୍ରକାର କଂକ୍ରିଟ ନିର୍ମାଣ କରାଯାଇପାରିବ ନାହିଁ ବୋଲି ଏନଜିଟି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ବାଲିଯାତ୍ରା ଆୟୋଜନ ସମୟରେ ସମସ୍ତ କାର୍ଯ୍ୟ ଅସ୍ଥାୟୀ ହେବ। ସେହିପରି ପୂର୍ବ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ଏଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିବ। ମହାନଦୀ ପଠା ପୋତାଯିବା ଦ୍ୱାରା ଉପକଣ୍ଠ ୩୮ଗ୍ରାମ ପ୍ରତି ବନ୍ୟା ବିପଦ ରହିଥିବାରୁ ସରକାର ଏଦିଗରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବେ। ସେହିପରି ସମଗ୍ର ଅଞ୍ଚଳ ଫ୍ଲଡପ୍ଲେନ ଜୋନରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମାଷ୍ଟରପ୍ଲାନକୁ ଅଗ୍ରାହ୍ୟ କରିଛନ୍ତି ଏନଜିଟି। ସମଗ୍ର ଅଞ୍ଚଳ ଫ୍ଲଡପ୍ଲେନଜୋନରେ ଆସୁଥିବାରୁ ରାଜ୍ୟ ଅନ୍ୟ ପ୍ରମୁଖ ନଦୀରେ ଏହି ଜୋନ୍‍ ଚିହ୍ନଟ କରିବା ପାଇଁ ପଦକ୍ଷେପ ନେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ପ୍ରକାଶଥାଉକି ଏନଜିଟି ଦ୍ୱାରା ଗଠିତ ୭ଜଣିଆ ସଦସ୍ୟ ବିଶିଷ୍ଟ କମିଟିରେ ଏନଜିଟିର ପ୍ରାକ୍ତନ ସଦସ୍ୟ ପ୍ରଫେସର ପି.ସି ମିଶ୍ର , ପ୍ରଫେସର ସି.ଆର ବାବୁ, ଏନଆଇଟିର ପ୍ରଫେସର କେ.ସି ପାତ୍ର, ରୁରକିର ବୈଜ୍ଞାନିକ ପ୍ରଫେସର ଏ.କେ ଲୋହାନି, କେନ୍ଦ୍ରୀୟ ଜଳ ଆୟୋଗର ଅମରେଶ ପାଲସିଂ, ଜଙ୍ଗଲ ଓ ପରିବେଶ ବିଭାଗର ଟି.ଜି ମାହାନ୍ତେ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ସୋହନ ଗିରି ପ୍ରମୁଖ ସାମିଲ ହୋଇ ରିପୋର୍ଟ ଦେବା ସହ ବିଭିନ୍ନ ପ୍ରସଂଗରେ ପ୍ରସ୍ତାବ ମାନ ଦେଇଥିଲେ। ମହାନଦୀ ଶଯ୍ୟାକୁ ବେଆଇନ ଭାବେ ଏନଜିଟିର ଗାଉଡଲାଇନ ଉଲ୍ଲଘଂନ କରି ପୋତାଯିବାକୁ ବିରୋଧ କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଆଡଭୋକେଟ ପ୍ରଦୀପ ପଟ୍ଟନାୟକ ଓ ପରିବେଶବିତ ବିଶ୍ୱଜିତ ମହାନ୍ତିଙ୍କ ପକ୍ଷରୁ ଦୁଇଟି ପୃଥକ ମାମଲା ଦାୟର କରାଯାଇଥିଲା। ଏହି ମାମଲାରେ ପୂର୍ଣ୍ଣାଙ୍ଗ ଶୁଣାଣି କରି ଏନଜିଟି ଉପରୋକ୍ତ ରାୟ ପ୍ରକାଶ କରିବା ସହ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଏନ୍‍ଜିଟି ନିର୍ଦ୍ଦେଶ ପରେ ଆଜି କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ରଖିଛନ୍ତି। ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ୍ୱ ନାହିଁ ।  ୩୪ ଏକର ଜାଗାରେ  ବାଲିଯାତ୍ରା  ହେବ। ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ  ହୋବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର