ଦୂର ହେବ କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ: ଆସିବ SOP, ଛାତ୍ରଛାତ୍ରୀଙ୍କ ସମସ୍ତ ଫି' ବହନ କରିବେ ସରକାର

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ କେଜିରୁ ପିଜି ନାମଲେଖା ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଖୁବଶୀଘ୍ର ଦୂର ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି (SOP) ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଏହି ଏସଓପି ଆସିବା ପରେ ନାମଲେଖା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ ଏବଂ ପ୍ରକ୍ରିୟା ସରଳ ହେବ। ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସମସ୍ତ ନାମଲେଖା ଫି' ସମ୍ପୂର୍ଣ୍ଣ ଭାବେ ବହନ କରିବେ। ନିକଟରେ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ସରକାର ୬୬୨ ଏବଂ ୪୮୮ ବର୍ଗର କଲେଜଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବେ। ପୂର୍ବରୁ ଛାତ୍ରଛାତ୍ରୀମାନେ ଦେଉଥିବା ଫି' ବାବଦ ଅର୍ଥ ଏଣିକି ସରକାର ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଏହି ସରକାରୀ ପାଣ୍ଠି ଦ୍ୱାରା କଲେଜ ପରିଚାଳନା, ଶିକ୍ଷକ ଓ କର୍ମଚାରୀଙ୍କ ଦରମା, ଉପକରଣ କ୍ରୟ ସମେତ ବିଦ୍ୟୁତ, ଫୋନ ଏବଂ ଇଣ୍ଟରନେଟ୍ ବିଲ୍ ଭଳି ଦୈନନ୍ଦିନ ଖର୍ଚ୍ଚ ତୁଲାଇବାରେ ସହାୟକ ହେବ। ମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପାଇଁ ରି-ଆଡମିସନ ଫି' ମଧ୍ୟ ଛାଡ଼ କରାଯିବ। ତେବେ ଏହି ଯୋଜନା ସେଲ୍ଫ-ଫାଇନାନ୍ସିଂ କୋର୍ସ କିମ୍ବା ଘରୋଇ କଲେଜଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ରାଜ୍ୟ କ୍ୟାବିନେଟ୍ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାକୁ ଅନୁମୋଦନ କରିବା ପରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଆର୍ଥିକ ସଙ୍କଟ ନେଇ ଆଶଙ୍କା ପ୍ରକାଶ ପାଇଥିଲା। କାରଣ ଏହି କଲେଜଗୁଡ଼ିକ ନିଜର ଦୈନନ୍ଦିନ ଖର୍ଚ୍ଚ ପାଇଁ ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଫି' ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ସରକାର ସିଧାସଳଖ ପାଣ୍ଠି ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିବାରୁ, କଲେଜ ପରିଚାଳନାରେ କୌଣସି ଅସୁବିଧା ହେବ ନାହିଁ ଏବଂ ଛାତ୍ରଛାତ୍ରୀମାନେ ପ୍ରକୃତରେ ମାଗଣା ତଥା ସୁବିଧାରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଖୁବଶୀଘ୍ର ଆସିବାକୁ ଥିବା ବିସ୍ତୃତ ଏସଓପି (SOP) ମାଧ୍ୟମରେ କଲେଜଗୁଡ଼ିକୁ କେବେ, କେତେ ଏବଂ କିପରି ପାଣ୍ଠି ପ୍ରଦାନ କରାଯିବ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର