ନୂଆ ବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ବିଭାଗ, ନିଗମ, ପରିଷଦ, ବୋର୍ଡ, ମେଡିକାଲ କଲେଜ ଓ ଯୋଜନାଗୁଡ଼ିକରେ ନେତାଙ୍କୁ ଅବସ୍ଥାପିତ କରିଛନ୍ତି। ଓଡ଼ିଶା ଉଠାଜଳ ସେଚନ ନିଗମରେ (ଓଏଲ୍‌ଆଇସି)ରେ ପ୍ରମୋଦ ପାଢ଼ୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ରାଜଧାନୀ ଚିକିତ୍ସାଳୟରେ ସଂଜୟ ସେଠୀ, ମମତା ଯୋଜନାରେ ସଂଯୁକ୍ତା ମହାନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁଷ୍ପାଞ୍ଜଳି ରଣା, ସଂଖ୍ୟାଲଘୁ ମାମଲାରେ ତହରା ଖାତୁନ୍‌, ଜାଗା ମିଶନରେ ହରିଶଙ୍କର ରାଉତ ଓ ସାଶ୍ବତୀ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ […]

ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ବିଭାଗ, ନିଗମ, ପରିଷଦ, ବୋର୍ଡ, ମେଡିକାଲ କଲେଜ ଓ ଯୋଜନାଗୁଡ଼ିକରେ ନେତାଙ୍କୁ ଅବସ୍ଥାପିତ କରିଛନ୍ତି। ଓଡ଼ିଶା ଉଠାଜଳ ସେଚନ ନିଗମରେ (ଓଏଲ୍‌ଆଇସି)ରେ ପ୍ରମୋଦ ପାଢ଼ୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ରାଜଧାନୀ ଚିକିତ୍ସାଳୟରେ ସଂଜୟ ସେଠୀ, ମମତା ଯୋଜନାରେ ସଂଯୁକ୍ତା ମହାନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁଷ୍ପାଞ୍ଜଳି ରଣା, ସଂଖ୍ୟାଲଘୁ ମାମଲାରେ ତହରା ଖାତୁନ୍‌, ଜାଗା ମିଶନରେ ହରିଶଙ୍କର ରାଉତ ଓ ସାଶ୍ବତୀ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ନାରାୟଣ ସାହୁ, ମୁକ୍ତା ଯୋଜନାରେ ରାଜଶ୍ରୀ ମହାନ୍ତି, ଇପ୍‌ସିତା ସାହୁ, ମୀରା ପରିଡ଼ା, ବିଜୁ ସେତୁ ଯୋଜନାରେ ସରତ ଚନ୍ଦ୍ର ପାତ୍ର, ଦିଲୀପ କୁମାର ସାହୁଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସେହିପରି ରାଜ୍ୟ ବୃତ୍ତି ଯୋଜନାରେ ସିସିର ପରିଜା, ବୟନଶିଳ୍ପରେ ସୌଭାଗ୍ୟ ନାୟକ, ଏମକେସିଜିର କେ ଶାନ୍ତି, କାଳିଆ ଯୋଜନାରେ ସଂଜୟ ବାବୁ, ସାରଦା ଜେନା, କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ସଂଜିତ ମହାନ୍ତି, ପଛୁଆ ବର୍ଗ ଜାତିରେ ପୃଥ୍ବୀରାଜ ସାହୁ, ଉଚ୍ଚଶିକ୍ଷା ବିଭାଗ ଛାତ୍ରବୃତ୍ତି ପାଇଁ ତନ୍ମୟ ସ୍ବାଇଁ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବିତା ମହାପାତ୍ର, ମଧୁବାବୁ ପେନ୍‌ସନ ଯୋଜନାରେ ଅସିତ ପଟ୍ଟନାୟକ, ରଜତ ମହାପାତ୍ର, ନିରାମୟ ଯୋଜନାରେ ରଂଜନ ବିଶ୍ବାଳ, ଅନ୍ବେଷା ଓ ଆକାଂକ୍ଷା ଯୋଜନାରେ ଏଲିନା ଦାସ ଓ ବସୁଧା ଯୋଜନାରେ ଅପୂର୍ବା ଅପରୂପାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ରାଜ୍ୟ ସରକାର ମତ୍ସ୍ୟ ଉନ୍ନୟନ ନିଗମରେ ସୁବାଷ ଚନ୍ଦ୍ର ପାତ୍ରଙ୍କୁ, ରାଜ୍ୟ ପଣ୍ୟାଗାର ନିଗମ ଓ ୱାଖଫ ବୋର୍ଡରେ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ୯ ଜଣଙ୍କୁ ସଦସ୍ୟ ଭାବେ ଗ୍ରହଣକରାଯାଇଛି। ସେମାନେ ହେଲେ ସୁନ୍ଦରଗଡ଼ରୁ ବୈକୁଣ୍ଠ ନାୟକ, କଳାହାଣ୍ଡିରୁ ଅବିନାଶ ଠାକୁର, ବଲାଙ୍ଗୀରରୁ ହଂସରାଜ ଜୈନ, ବୌଦ୍ଧରୁ ସୁବୋଧ ପ୍ରଧାନ, ବରଗଡ଼ରୁ ଗତିକୃଷ୍ଣ ମିଶ୍ର, ଦେବଗଡ଼ରୁ ଭୂପିନ୍ଦ୍ର ପ୍ରସାଦ ନାୟକ, ନୂଆପଡ଼ାରୁ ମନ୍ଦାକିନି ବେଗଲ, ଝାରସୁଗୁଡ଼ାରୁ ମିତ୍ରଭାନୁ ସାହୁ ଓ ସମ୍ବଲପୁରରୁ ଯାଜ୍ଞସେନୀ ନାଗ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତି ପାଇଁ କୁନୁ ମୁର୍ମୁ, ମିଶରା ବିଶ୍ବାଳ, ସମୟ ଚନ୍ଦ୍ର ପୃଷ୍ଟି, ସୁକାନ୍ତି ନାଏକ, ଚନ୍ଦ୍ରରୟ ସୋରେନ, ତ୍ରିଲୋଚନ ସିଂହ, ଜୋଲେନ ନାଏକ, ମାନକା ମାର୍ଣ୍ଣି, ଅନନ୍ତ ହେମ୍ବ୍ରମ, ନନ୍ଦଲାଲ ସିଂହ ଓ ମହେନ୍ଦ୍ରନାଥ ସର୍ଦ୍ଦାର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହି ପରିଷଦରେ ରସାନ୍ତି ମହାକୁଡ଼, ଡ. ଅଂଜଳି ତିପିରିଆ ଓ ନବୀନ ମହାନ୍ତ ଏକ୍ସପର୍ଟ ସଦସ୍ୟ ହୋଇଛନ୍ତି।

ସେହିପରି କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ନିଯୁକ୍ତି ପାଇଁ ଜଗନ୍ନାଥ ଦେହୁରୀ, ମହେନ୍ଦ୍ର ନାୟକ, ବଳିଆ ଜୁଆଙ୍ଗ, ନରୋତ୍ତମ ନାୟକ, ଗିରିଧାରୀ ନାଏକ, ମଙ୍ଗଳ ମୁଣ୍ଡା, ଦାବରା ମୁଣ୍ଡା, ଉମେଶ ଚନ୍ଦ୍ର ମୁର୍ମୁ, ବାସନ୍ତୀ ବେହେରା, ଦୁର୍ୟ୍ୟୋଧନ ନାଏକ ଓ ଦ୍ରୌପଦୀ ଦଣ୍ଡପାଟ ମନୋନୀତ ହୋଇଛନ୍ତି। ଏହି ପରିଷଦରେ ପରେଶ କୁଅଁର, ମାନସିଂ ଦୁର୍ଗାପ୍ରସାଦ ନାୟକ ଓ କମଳା ଥମ୍ବା ଏକ୍ସପର୍ଟ ସଦସ୍ୟ ଭାବେ ‌ମନୋନୀତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର