ରାଜ୍ୟରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେବା ନେଇ ସଙ୍କେତ ଦେଲେ ମହମ୍ମଦ ମୋକିମ୍

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଗଠନ ହୋଇପାରେ ଏକ ନୂଆ ଆଞ୍ଚଳିକ ଦଳ । ଏପରି କିଛି ସଙ୍କେତ ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍। ନୂଆ ଦଳ ଗଢିବା ନେଇ ପରୋକ୍ଷରେ ମୋକିମ କହିଛନ୍ତି କି, ରାଜ୍ୟର ଅନେକ ଉଦୟମାନ ଯୁବ ନେତୃତ୍ୱ ଏବଂ ବୁଦ୍ଧିଜୀବୀ ଏକ ବଡ଼ ପ୍ଲାଟଫର୍ମ ଅପେକ୍ଷାରେ ଅଛନ୍ତି ଓ ସେମାନେ ଲଗାତାର ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି। କାହା ପାଇଁ କେଉଁ ସ୍ଥାନ କେବେ ଖାଲି ପଡ଼େ ନାହିଁ। କିଏ ନା କିଏ କାହାକୁ ପୂରଣ କରିଥାନ୍ତି। ରାଜ୍ୟରେ ଅନେକ ଉଦୀୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି, ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀରେ  ଯୋଗଦେଇ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ଯେଉଁମାନେ ନିଜ ପରିଶ୍ରମରେ ନିଜକୁ ଗଢ଼ିଛନ୍ତି, ସେମାନଙ୍କୁ ସାଇଡ୍ କରି ଅନ୍ୟମାନଙ୍କୁ ଦାୟିତ୍ୱ ଦେଲେ ସଂଗଠନ ଦୁର୍ବଳ ହୋଇଯାଏ, ଯାହା ଓଡ଼ିଶା କଂଗ୍ରେସ କ୍ଷେତ୍ରରେ ଘଟିଛି । 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର