ପାର୍ବଣ ପାଇଁ ଗାଇଡଲାଇନ: କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି, ଭକ୍ତଙ୍କୁ ବାରଣ

The Sakala Picture
Published On

ଭୁବନେଶ୍ୱର: ପାର୍ବଣ  ପାଇଁ  ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି । ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା […]

ଭୁବନେଶ୍ୱର: ପାର୍ବଣ  ପାଇଁ  ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ସେହିପରୁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ଦିଆଯାଇଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

କୌଣସି ବିସର୍ଜନରେ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ହେବ ନାହିଁ । କେହି ଆଇନର ଉଲ୍ଲଂଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଏସଆରସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।

09 Aug 2021 By The Sakala

ପାର୍ବଣ ପାଇଁ ଗାଇଡଲାଇନ: କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି, ଭକ୍ତଙ୍କୁ ବାରଣ

ଭୁବନେଶ୍ୱର: ପାର୍ବଣ  ପାଇଁ  ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।

ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।

ସେହିପରୁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ଦିଆଯାଇଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା ।

କୌଣସି ବିସର୍ଜନରେ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ହେବ ନାହିଁ । କେହି ଆଇନର ଉଲ୍ଲଂଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଏସଆରସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର