ନୂଆଁଖାଇ ପାଇଁ ମାଁ ସମଲେଶ୍ବରୀଙ୍କ ପୀଠକୁ ଆସିଲା ନୂଆଁ ଧାନ, ସେପ୍ଟେମ୍ବର ପହିଲାରେ ସମସ୍ତେ ଖାଇବେ ନୂଆଁ

The Sakala Picture
Published On

ସମ୍ବଲପୁର: ଭାଦ୍ରବ ମାସ ପଂଚମୀ ତିଥିରେ ପାଳନ ହୁଏ ନୂଆଁଖାଇ ପର୍ବ । ସେଥିପାଇଁ ଗାଁ ଠୁ ସହର ଚଳଚଂଚଳ । ଘରେ ଘରେ ଲିପା ପୋଛା, ସଫାସୁତୁରା ଆଦି କାର୍ୟ୍ୟ ଆରମ୍ଭ ହୋଇଗଲାଣି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ପରେ ଏଥର ବେଶ ଜାକ ଜମକରେ ପରିବାର ସହ ମିଶି ଉତ୍ସବ ମନାଇବାକୁ ଉତ୍ସାହିତ ଅଛନ୍ତି ଲୋକେ । ସେଥିପାଇଁ ଗାଁ ଗାଁରେ ବସିଲାଣି ନୁଆଁଖାଇ ହାଟ । ଲୋକ ମାନେ […]

ସମ୍ବଲପୁର: ଭାଦ୍ରବ ମାସ ପଂଚମୀ ତିଥିରେ ପାଳନ ହୁଏ ନୂଆଁଖାଇ ପର୍ବ । ସେଥିପାଇଁ ଗାଁ ଠୁ ସହର ଚଳଚଂଚଳ । ଘରେ ଘରେ ଲିପା ପୋଛା, ସଫାସୁତୁରା ଆଦି କାର୍ୟ୍ୟ ଆରମ୍ଭ ହୋଇଗଲାଣି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ପରେ ଏଥର ବେଶ ଜାକ ଜମକରେ ପରିବାର ସହ ମିଶି ଉତ୍ସବ ମନାଇବାକୁ ଉତ୍ସାହିତ ଅଛନ୍ତି ଲୋକେ । ସେଥିପାଇଁ ଗାଁ ଗାଁରେ ବସିଲାଣି ନୁଆଁଖାଇ ହାଟ । ଲୋକ ମାନେ ମଧ୍ୟ କିଣାକିଣି ଆରମ୍ଭ କଲେଣି ।ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖରେ ନୂଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମା’ ସମଲେଶ୍ବୀରଙ୍କ ଠାରେ ଦିନ ୧୦.୫୬ ମିନିଟ ରୁ ୧୧.୧୦ ମିନିଟ ମଧ୍ୟରେ ଲାଗି ହେବ ନବାର୍ଣ୍ଣ। ଏହି ପରିପ୍ରେକ୍ଷୀରେ ମାଁ ସମଲେଶ୍ବରୀଙ୍କ ପୀଠକୁ ଆଜି ନୂଆଁ ଧାନ ଆସି ପହଞ୍ଚିଛି। ଏଥିରୁ ପ୍ରସ୍ତୁତ ନବାନ୍ନ ଆସନ୍ତା ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାଁଙ୍କ ନିକଟରେ ଲାଗି ହେବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାଁଙ୍କ ନିକଟରେ ଲାଗି ହେବାକୁ ଥିବା ନୂଆଁ ଧାନ ଆସି ପହଞ୍ଚିଛି। ସମ୍ବଲପୁର ସହର ଉପକଣ୍ଠ ବଲବସପୁରର ଚାଷୀ ସୁବାସ ବେହେରା ଏହି ସ୍ବତନ୍ତ୍ର ସରିଆ କିସମ ଧାନକୁ ଆଣି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ହସ୍ତାନ୍ତର କରିଛନ୍ତି। ବିନା ରାସାୟନିକ ସାର ତଥା କୀଟନାଶକରେ ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଶ୍ରୀ ବେହେରା ଏହି ଧାନଚାଷ କରିଥାନ୍ତି। ତେବେ, ଏହି ଧାନକୁ କେଣ୍ଡାରୁ ଛିଣ୍ଡାଇ ଘିଅରେ ଭାଜି ସେଥିରେ ଗୁଡ, ମହୁ, ରାଶି ଆଦି ବିଭିନ୍ନ ସାମଗ୍ରୀ ଦେଇ ଶ୍ରୀ ରାୟଙ୍କ ପରିବାର ସ୍ବତନ୍ତ୍ର ଚରୁ ବା ନବାନ୍ନ ପ୍ରସ୍ତୁତ କରିଥାନ୍ତି। ଆଉ ଏହାକୁ ଆସନ୍ତା ଗୁରୁବାର ୧ ତାରିଖ ଦିନ ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୦ ମିନିଟ ମଧ୍ୟରେ ତୁଳା ଲଗ୍ନରେ ମାଁଙ୍କ ନିକଟରେ ଅର୍ପଣ କରାଯିବ। ଏହାପରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ କୂଳ ଦେବାଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ। ଏଥିପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର