‘ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି’

The Sakala Picture
Published On

ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ,  ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ ‘ନିଶା ନୁହେଁ ଜୀବନ’ ମାସେ ବ୍ୟାପି ଚାଲିବ । ସେହିପରି, ଅନ୍ୟ ରାଜ୍ୟଗୁଡ଼ିକ ଭ୍ରମଣ କରିଛନ୍ତି ଅବକାରୀ ଅଧିକାରୀ। ଦୁଇ […]

ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ,  ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ ‘ନିଶା ନୁହେଁ ଜୀବନ’ ମାସେ ବ୍ୟାପି ଚାଲିବ ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସେହିପରି, ଅନ୍ୟ ରାଜ୍ୟଗୁଡ଼ିକ ଭ୍ରମଣ କରିଛନ୍ତି ଅବକାରୀ ଅଧିକାରୀ। ଦୁଇ ରାଜ୍ୟକୁ ଗସ୍ତ କରି ଫେରିଛନ୍ତି ପ୍ରତିନିଧି ଦଳ। ଦିନେ କି ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ନୀତି ଉପରେ ଆଲୋଚନା କରାଯାଇ ସମସ୍ତ ତଥ୍ୟ ଦିଆଯିବ । ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହେବ । ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି । ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର