ଆସିଲା ସେପ୍ଟେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ; ରାଜ୍ୟରୁ ହଟିଲା ସପ୍ତାହନ୍ତ ସଟଡାଉନ, ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

The Sakala Picture
Published On

ଭୁବନେଶ୍ୱର: ସେପ୍ଟେମ୍ବର ମାସ ପାଇଁ ଆସିଲା ନୂଆ କରୋନା ଗାଇଡଲାଇନ । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରୁ ସପ୍ତାହନ୍ତ ସଟଡାଉନ ହଟିବା ସହିତ ବଦଳିଛି ନାଇଟ୍ କର୍ଫ୍ୟୁର ସମୟ । ଆଜି ନୂଆ କୋଭିଡ ଗାଇଡଲାଇନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ଅନୁସାରେ କଟକଣା ସେପ୍ଟେମ୍ବର ୧ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। । ସେହିପରି ନାଇଟ୍ କର୍ଫ୍ୟୁ […]

ଭୁବନେଶ୍ୱର: ସେପ୍ଟେମ୍ବର ମାସ ପାଇଁ ଆସିଲା ନୂଆ କରୋନା ଗାଇଡଲାଇନ । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରୁ ସପ୍ତାହନ୍ତ ସଟଡାଉନ ହଟିବା ସହିତ ବଦଳିଛି ନାଇଟ୍ କର୍ଫ୍ୟୁର ସମୟ । ଆଜି ନୂଆ କୋଭିଡ ଗାଇଡଲାଇନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ଅନୁସାରେ କଟକଣା ସେପ୍ଟେମ୍ବର ୧ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେହିପରି ନାଇଟ୍ କର୍ଫ୍ୟୁ ସମୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ପୂର୍ବରୁ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଅବଧି ଆରମ୍ଭ ହେଉଥିବା ବେଳେ ଏହି ସମୟକୁ ରାତି ୧୦ଟାକୁ ଘୁଞ୍ଚାଇ ଦେଇଛନ୍ତି ସରକାର । ସୂଚନା ଅନୁସାରେ ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫୁ ରାତି ୧୦ଟାରୁ ସକାଳ ୫ଯାଏଁ ବଳବତ୍ତର ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଜାରି ରହିବ । ବାହାଘର , ବ୍ରତଘର ଓ ଶେଷ୍ୟକୃତ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ କାର୍ଯ୍ୟ କରିପାରିବେ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ଏହାର ଉଲ୍ଲଘଂନ କରିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ କରାଯିବ । ବିବାହ ଶୋଭାଯାତ୍ରା ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଏହାସହିତ ରାଜ୍ୟର ସମସ୍ତ ସୂଚନା କେନ୍ଦ୍ର, ପାଠାଗାର ଆଦି ଖୋଲାରହିବ, ସେଠାକାର ଦାୟିତ୍ୱରେ ଥିବା ଲୋକେ କୋଭିଡ କଟକଣା ପାଳନ ପ୍ରତି ଧ୍ୟାନ ଦେବେ । ଫିଲ୍ମ ହଲ୍, ଅଡିଟୋରିୟମ୍ ଆଦି ସ୍ଥାନ ପାଇଁ କୋଭିଡ ନେଗେଟିଭ୍ ସାର୍ଟିଫିକେ୍ଟ କିମ୍ୱା ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ । ମାତ୍ର କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍, ମଲ୍ ମାଲିକ ବୁଝିବେ। ତେବେ ଆଗକୁ ଆସୁଥିବା ପୂଜା ପାର୍ବଣ ପାଇଁ ସେପ୍ଟେମ୍ୱର ୯ ତାରିଖରେ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର