ମନୋରଞ୍ଜନ
ଓଡ଼ିଶା
ଏନଆଇଟିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନେଗେଟିଭ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ
ଭୁବନେଶ୍ବର:ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ରାଉରକେଲା ସ୍ଥିତ ଏନଆଇଟିରେ ୧୪ ଜଣ କୋଭିଡ୍ ସଂକ୍ରମିତ ହୋଇସାରିଛନ୍ତି। ପଜିଟିଭ୍ ଆସିଥିବା ୧୪ ଜଣଙ୍କୁ ସଙ୍ଗରୋଧରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି। ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ। ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନେଇ ମଙ୍ଗଳବାର ବସୁଛି ଏନ୍ଆଇଟି ସିନେଟ୍ର ଏକ ସ୍ବତନ୍ତ୍ର ବୈଠକ। ଏନଆଇଟିରେ ଛାତ୍ରଛାତ୍ରୀମାନଙ୍କର ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ମଙ୍ଗଳବାରଠାରୁ […]
ଭୁବନେଶ୍ବର:ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ରାଉରକେଲା ସ୍ଥିତ ଏନଆଇଟିରେ ୧୪ ଜଣ କୋଭିଡ୍ ସଂକ୍ରମିତ ହୋଇସାରିଛନ୍ତି। ପଜିଟିଭ୍ ଆସିଥିବା ୧୪ ଜଣଙ୍କୁ ସଙ୍ଗରୋଧରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି। ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ।
ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି
ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନେଇ ମଙ୍ଗଳବାର ବସୁଛି ଏନ୍ଆଇଟି ସିନେଟ୍ର ଏକ ସ୍ବତନ୍ତ୍ର ବୈଠକ। ଏନଆଇଟିରେ ଛାତ୍ରଛାତ୍ରୀମାନଙ୍କର ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ମଙ୍ଗଳବାରଠାରୁ ଦୁଇଟି ଟିମ୍ ଦିନକୁ ୫୦୦ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରିବେ ।






