ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା; ଘଟଣାରେ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ…

The Sakala Picture
Published On

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ବେଳାଭୂମିରେ ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜାତୀୟ ମହିଳା କମିସନ (ଏନ୍‌ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ଏହି ଘଟଣା ନେଇ ଜାତୀୟ ମହିଳା କମିସନ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ଏଥି ସହ ଏହି ମାମଲା ନେଇ ନିଜ ତରଫରୁ ହସ୍ତକ୍ଷେପ କରିଛନ୍ତି। ଜାତୀୟ ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।ଜାତୀୟ ମହିଳା କମିସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ […]

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ବେଳାଭୂମିରେ ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜାତୀୟ ମହିଳା କମିସନ (ଏନ୍‌ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ଏହି ଘଟଣା ନେଇ ଜାତୀୟ ମହିଳା କମିସନ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ଏଥି ସହ ଏହି ମାମଲା ନେଇ ନିଜ ତରଫରୁ ହସ୍ତକ୍ଷେପ କରିଛନ୍ତି। ଜାତୀୟ ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।ଜାତୀୟ ମହିଳା କମିସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ସହିତ ଜଡ଼ିତ ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି। ପୀଡିତାଙ୍କୁ ଠିକ୍‌ ସମୟରେ ନ୍ୟାୟ ଦିଆଯାଉ। ମାଗଣା ଚିକିତ୍ସା ଓ ମାନସିକ ସହଯୋଗ କରାଯାଉ। ଆଗାମୀ ୩ ଦିନ ଭିତରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ନିଛାଟିଆ ସ୍ଥାନରେ ଉଭୟ ବସିଥିବା ଦେଖି ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରିବା ସହ ଯୁବତୀଙ୍କୁ ଉଠାଇ ନେଇ ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

17 Jun 2025 By The Sakala

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା; ଘଟଣାରେ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ…

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ବେଳାଭୂମିରେ ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜାତୀୟ ମହିଳା କମିସନ (ଏନ୍‌ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ଏହି ଘଟଣା ନେଇ ଜାତୀୟ ମହିଳା କମିସନ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ଏଥି ସହ ଏହି ମାମଲା ନେଇ ନିଜ ତରଫରୁ ହସ୍ତକ୍ଷେପ କରିଛନ୍ତି। ଜାତୀୟ ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।ଜାତୀୟ ମହିଳା କମିସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ସହିତ ଜଡ଼ିତ ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି। ପୀଡିତାଙ୍କୁ ଠିକ୍‌ ସମୟରେ ନ୍ୟାୟ ଦିଆଯାଉ। ମାଗଣା ଚିକିତ୍ସା ଓ ମାନସିକ ସହଯୋଗ କରାଯାଉ। ଆଗାମୀ ୩ ଦିନ ଭିତରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ନିଛାଟିଆ ସ୍ଥାନରେ ଉଭୟ ବସିଥିବା ଦେଖି ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରିବା ସହ ଯୁବତୀଙ୍କୁ ଉଠାଇ ନେଇ ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର