୩ ସପ୍ତାହରେ ୩ ଲଘୁଚାପ ! ବର୍ଷା ଓ ବଜ୍ରପାତ ପାଇଁ ଆଜି ରାଜ୍ଯର ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ପରେ ଅସହ୍ୟ ଗୁଳୁଗୁଳିରେ ଲୋକେ ସିଝୁଥିବା ବେଳେ ଏଥିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ସେପ୍ଟେମ୍ବର ମାସର ପ୍ରଥମ ତିନି ସପ୍ତାହରେ ବଙ୍ଗୋପସାଗରରେ ତିନିଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରୁଥିବା ବିଭିନ୍ନ ମଡେଲର ତଥ୍ୟକୁ ଆକଳନ କରି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ସୂଚନା ଦେଇଛନ୍ତି। ଏପଟେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ରବିବାର […]

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ପରେ ଅସହ୍ୟ ଗୁଳୁଗୁଳିରେ ଲୋକେ ସିଝୁଥିବା ବେଳେ ଏଥିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ସେପ୍ଟେମ୍ବର ମାସର ପ୍ରଥମ ତିନି ସପ୍ତାହରେ ବଙ୍ଗୋପସାଗରରେ ତିନିଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରୁଥିବା ବିଭିନ୍ନ ମଡେଲର ତଥ୍ୟକୁ ଆକଳନ କରି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ସୂଚନା ଦେଇଛନ୍ତି। ଏପଟେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ରବିବାର ଅଧାରୁ ଅଧିକ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, କଟକ ଏବଂ ଯାଜପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସେହିପରି ୫ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବା ଆକଳନ କରି ପାଣିପାଗ କେନ୍ଦ୍ର ପକ୍ଷରୁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସୋମବାର ପ୍ରବଳ ବର୍ଷା ହୋଇପାରେ କେନ୍ଦ୍ର ପକ୍ଷରୁ କୁହାଯାଇଛି।ଲଘୁଚାପ ସମ୍ପର୍କରେ ସୂଚନା ଦେଇ ଡ. ପଶୁପାଳକ କହିଛନ୍ତି ଯେ ପ୍ରଥମ ଲଘୁଚାପ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆସନ୍ତା ୬ ତିମ୍ବା ୭ ତାରିଖରେ ସୃଷ୍ଟି ହେବ। ତାହା ୯ ତାରିଖରେ ତେଲଙ୍ଗାନା ଆଡ଼କୁ ମୁହାଁଇବ। ଏହାଦ୍ୱାରା ଓଡ଼ିଶାକୁ ସାମୁଦ୍ରିକ ପବନ ବହିବାକୁ ଥିବାବେଳେ ତାପମାତ୍ରା ମଧ୍ୟ କମିବ। ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସେହିପରି ଦ୍ୱିତୀୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ୯ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ କହିଛନ୍ତି। ଏହା ଓଡ଼ିଶା କିମ୍ବା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ୧୧ ତାରିଖରେ ଛୁଇଁପାରେ। ତେବେ ଏହା ସମୁଦ୍ରରେ ଥିବାବେଳେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ତୃତୀୟ ଲଘୁଚାପଟି ୧୩ରୁ ୧୬ ତାରିଖ ମଧ୍ୟରେ ସୃଷ୍ଟି ହେବ। ଏହା ମଧ୍ୟ ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଯାଇପାରେ। ଯଦି ଦ୍ୱିତୀୟ ଲଘୁଚାପଟି ଅଧିକ ଘନୀଭୂତ ନହୁଏ, ତାହେଲେ ତୃତୀୟଟି ଘନୀଭୂତ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର