ପଶ୍ଚିମା ଝଡ଼ ପ୍ରଭାବ : ପବନ-ଘଡ଼ଘଡ଼ି ସହ ରାଜ୍ୟରେ ପ୍ରବଳ ବର୍ଷା, ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ପଡ଼ିଛି ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ। ଆଜି ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ବିଶେଷ ଭାବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପବନ ସହ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା-ଝଡ଼ ପ୍ରଭାବରେ ବିଜୁଳି ଘଡଘଡି ସହ ଲାଗିରହିଛି ଝଡ ପବନ , ଏବଂ ମେଘ ସମୂହ […]

ଭୁବନେଶ୍ବର : ରାଜ୍ୟରେ ପଡ଼ିଛି ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ। ଆଜି ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ବିଶେଷ ଭାବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପବନ ସହ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା-ଝଡ଼ ପ୍ରଭାବରେ ବିଜୁଳି ଘଡଘଡି ସହ ଲାଗିରହିଛି ଝଡ ପବନ , ଏବଂ ମେଘ ସମୂହ ଏକତ୍ରିତ ହୋଇ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗରେ ଦକ୍ଷିଣ ପଶ୍ଚିମ ରୁ ଉତ୍ତର -ପୂର୍ବ ଦିଗକୁ ଗତିକରୁଛି। ତେବେ ବଲାଙ୍ଗୀରରେ ବର୍ଷା ସହ ପବନର ବେଗ ୫୭ କିମି ରହିଥିବା ବେଳେ ସମ୍ବଲପୁର ଚିପିଲିମାରେ ୮୦ କିମି ଓ ମୟୂରଭଞ୍ଜରେ ପବନର ବେଗ ଘଣ୍ଟା ପ୍ରତି ୮୧ କିମି ରହିଥିଲା।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଅନ୍ୟପଟେ କେତେକ ସ୍ଥାନରେ ଅପରାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଅଦିନିଆ ବର୍ଷା ଓ ବଜ୍ରପାତ କାରଣରୁ କୌଣସି କ୍ଷୟକ୍ଷତି ସଂପର୍କିତ ହସ୍ତଗତ ହୋଇନାହିଁ। ବରଂ ବର୍ଷା ଯୋଗୁଁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବାଲେଶ୍ଵର ଜିଲ୍ଲାରେ ଅପରାହ୍‌ଣ ସମୟରେ ବଜ୍ରପାତ ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି। ମୟୂରଭଞ୍ଜର ବାରିପଦାରେ ପ୍ରବଳ ପବନ ଘଡଘଡି ସହ ମୁଷଳଧାରାରେ ବର୍ଷା ରେକର୍ଡ କରାଯାଇଛି। ଭଦ୍ରକରେ ମଧ୍ୟମ ଧରଣର ବର୍ଷା ହୋଇଛି। ଜୟପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇଯାଇଛି। ନବରଂଗପୁର, ଚନ୍ଦାହାଣ୍ଡି ଓ ଝରିଗାଁରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ବିଗତ ତିନି ଦିନ ହେଲା, ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆକାଶ ମେଘୁଆ ଦେଖାଯିବା ସହିତ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିନାହିଁ। ଆଜି କିଛି ସ୍ଥାନରେ ବର୍ଷା ହୋଇଥିବାରୁ ତାପମାତ୍ରା ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ସେପଟେ ରାଜଧାନୀ ଭୁବନେଶ୍ବର ଏବଂ କଟକର ଆକାଶ ମେଘାଚ୍ଛନ ରହିଥିବା ବେଳେ ଆଜି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବାର ସମ୍ଭାବନ ଥିବା ମଧ୍ୟ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗରେ ଆସିଛି ପରିବର୍ତ୍ତନ । ଏହା ପ୍ରଭାବରେ ରାଜ୍ୟର ଆଜି ବର୍ଷା ହୋଇଥିବା ବେଳେ କାଲି ମଧ୍ୟ ପ୍ରବଳ ବର୍ଷିବ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ ତାରିଖ ପାଇଁ କେତେକ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନଗୁଳ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପୁରୀ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ  ୨୦ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଅନଗୁଳ ଜିଳ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

18 Mar 2023 By The Sakala

ପଶ୍ଚିମା ଝଡ଼ ପ୍ରଭାବ : ପବନ-ଘଡ଼ଘଡ଼ି ସହ ରାଜ୍ୟରେ ପ୍ରବଳ ବର୍ଷା, ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟରେ ପଡ଼ିଛି ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ। ଆଜି ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ବିଶେଷ ଭାବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପବନ ସହ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା-ଝଡ଼ ପ୍ରଭାବରେ ବିଜୁଳି ଘଡଘଡି ସହ ଲାଗିରହିଛି ଝଡ ପବନ , ଏବଂ ମେଘ ସମୂହ ଏକତ୍ରିତ ହୋଇ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗରେ ଦକ୍ଷିଣ ପଶ୍ଚିମ ରୁ ଉତ୍ତର -ପୂର୍ବ ଦିଗକୁ ଗତିକରୁଛି। ତେବେ ବଲାଙ୍ଗୀରରେ ବର୍ଷା ସହ ପବନର ବେଗ ୫୭ କିମି ରହିଥିବା ବେଳେ ସମ୍ବଲପୁର ଚିପିଲିମାରେ ୮୦ କିମି ଓ ମୟୂରଭଞ୍ଜରେ ପବନର ବେଗ ଘଣ୍ଟା ପ୍ରତି ୮୧ କିମି ରହିଥିଲା।

ଅନ୍ୟପଟେ କେତେକ ସ୍ଥାନରେ ଅପରାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଅଦିନିଆ ବର୍ଷା ଓ ବଜ୍ରପାତ କାରଣରୁ କୌଣସି କ୍ଷୟକ୍ଷତି ସଂପର୍କିତ ହସ୍ତଗତ ହୋଇନାହିଁ। ବରଂ ବର୍ଷା ଯୋଗୁଁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବାଲେଶ୍ଵର ଜିଲ୍ଲାରେ ଅପରାହ୍‌ଣ ସମୟରେ ବଜ୍ରପାତ ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି। ମୟୂରଭଞ୍ଜର ବାରିପଦାରେ ପ୍ରବଳ ପବନ ଘଡଘଡି ସହ ମୁଷଳଧାରାରେ ବର୍ଷା ରେକର୍ଡ କରାଯାଇଛି। ଭଦ୍ରକରେ ମଧ୍ୟମ ଧରଣର ବର୍ଷା ହୋଇଛି। ଜୟପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇଯାଇଛି। ନବରଂଗପୁର, ଚନ୍ଦାହାଣ୍ଡି ଓ ଝରିଗାଁରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ବିଗତ ତିନି ଦିନ ହେଲା, ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆକାଶ ମେଘୁଆ ଦେଖାଯିବା ସହିତ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିନାହିଁ। ଆଜି କିଛି ସ୍ଥାନରେ ବର୍ଷା ହୋଇଥିବାରୁ ତାପମାତ୍ରା ହ୍ରାସ ପାଇଛି।

ସେପଟେ ରାଜଧାନୀ ଭୁବନେଶ୍ବର ଏବଂ କଟକର ଆକାଶ ମେଘାଚ୍ଛନ ରହିଥିବା ବେଳେ ଆଜି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବାର ସମ୍ଭାବନ ଥିବା ମଧ୍ୟ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗରେ ଆସିଛି ପରିବର୍ତ୍ତନ । ଏହା ପ୍ରଭାବରେ ରାଜ୍ୟର ଆଜି ବର୍ଷା ହୋଇଥିବା ବେଳେ କାଲି ମଧ୍ୟ ପ୍ରବଳ ବର୍ଷିବ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ ତାରିଖ ପାଇଁ କେତେକ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନଗୁଳ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପୁରୀ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ  ୨୦ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଅନଗୁଳ ଜିଳ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର