ଫଗୁଣରେ ବୈଶାଖ ତାତି: ୪ ଦିନରେ ବଢ଼ିବ ଆଉ ୪ ଡ଼ିଗ୍ରୀ

The Sakala Picture
Published On

ଭୁବନେଶ୍ୱର: ଫଗୁଣ ଯାଇନାହିଁ; ଆରମ୍ଭ ହେଲାଣି ବୈଶାଖ ମାସ ପରି ତାତି। ଏତିକି ବେଳକୁ ପାଣିପାଗ ବିଶେଷଜ୍ଞ ଆଗାମୀ ୪ ଦିନରେ ତାତି ଆଉ ୪ ଡ଼ିଗ୍ରୀ ବଢ଼଼ିବା ଆକଳନ ସାଧାରଣ ଲୋକଙ୍କ ଚିନ୍ତା ବଢ଼଼ାଇଛି। ଏପରିକି ମାର୍ଚ୍ଚମାସରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଗୁରୁବାରଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି କରିବ। ଫଳରେ ଏ ବର୍ଷ ରାଜ୍ୟରେ ପ୍ରବଳ […]

ଭୁବନେଶ୍ୱର: ଫଗୁଣ ଯାଇନାହିଁ; ଆରମ୍ଭ ହେଲାଣି ବୈଶାଖ ମାସ ପରି ତାତି। ଏତିକି ବେଳକୁ ପାଣିପାଗ ବିଶେଷଜ୍ଞ ଆଗାମୀ ୪ ଦିନରେ ତାତି ଆଉ ୪ ଡ଼ିଗ୍ରୀ ବଢ଼଼ିବା ଆକଳନ ସାଧାରଣ ଲୋକଙ୍କ ଚିନ୍ତା ବଢ଼଼ାଇଛି। ଏପରିକି ମାର୍ଚ୍ଚମାସରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଗୁରୁବାରଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି କରିବ। ଫଳରେ ଏ ବର୍ଷ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ବୋଲି ଆଇଏମଡି ନିଜ ରିପୋର୍ଟରେ ଦର୍ଶାଇଛି। ଅନ୍ୟପଟେ ଦୀର୍ଘ ଦିନ ହେବ ରାଜ୍ୟରେ ବର୍ଷା ହୋଇ ନ ଥିବାରୁ ତାତି ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି। ଜାନୁଆରୀ ଓ ଫେବ୍ରୁଆରୀରେ ଆଦୌ ବର୍ଷା ହୋଇନାହିଁ। ସେହିପରି ମାର୍ଚ୍ଚ ମାସରେ ମଧ୍ୟ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେଣୁ ପରିସ୍ଥିତି ଜଟିଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟାରେ ମାଲକାନଗିରି ଓ ନୟାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ତାତି ୩୭ ଡିଗ୍ରୀ ଛୁଇଁଛି। ଗୁରୁବାରଠାରୁ ଏହି ତାତି ଆହୁରି ବଢ଼଼ିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

02 Mar 2023 By The Sakala

ଫଗୁଣରେ ବୈଶାଖ ତାତି: ୪ ଦିନରେ ବଢ଼ିବ ଆଉ ୪ ଡ଼ିଗ୍ରୀ

ଭୁବନେଶ୍ୱର: ଫଗୁଣ ଯାଇନାହିଁ; ଆରମ୍ଭ ହେଲାଣି ବୈଶାଖ ମାସ ପରି ତାତି। ଏତିକି ବେଳକୁ ପାଣିପାଗ ବିଶେଷଜ୍ଞ ଆଗାମୀ ୪ ଦିନରେ ତାତି ଆଉ ୪ ଡ଼ିଗ୍ରୀ ବଢ଼଼ିବା ଆକଳନ ସାଧାରଣ ଲୋକଙ୍କ ଚିନ୍ତା ବଢ଼଼ାଇଛି। ଏପରିକି ମାର୍ଚ୍ଚମାସରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଗୁରୁବାରଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି କରିବ। ଫଳରେ ଏ ବର୍ଷ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ବୋଲି ଆଇଏମଡି ନିଜ ରିପୋର୍ଟରେ ଦର୍ଶାଇଛି। ଅନ୍ୟପଟେ ଦୀର୍ଘ ଦିନ ହେବ ରାଜ୍ୟରେ ବର୍ଷା ହୋଇ ନ ଥିବାରୁ ତାତି ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି। ଜାନୁଆରୀ ଓ ଫେବ୍ରୁଆରୀରେ ଆଦୌ ବର୍ଷା ହୋଇନାହିଁ। ସେହିପରି ମାର୍ଚ୍ଚ ମାସରେ ମଧ୍ୟ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେଣୁ ପରିସ୍ଥିତି ଜଟିଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟାରେ ମାଲକାନଗିରି ଓ ନୟାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ତାତି ୩୭ ଡିଗ୍ରୀ ଛୁଇଁଛି। ଗୁରୁବାରଠାରୁ ଏହି ତାତି ଆହୁରି ବଢ଼଼ିବାର ଆଶଙ୍କା ରହିଛି।

https://www.thesakala.in/latest-odisha-news/nayagarh/weather-update-it-will-increase-by-4-degrees-in-4-days/article-19442
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର