ସମୁଦ୍ର ମଧ୍ୟରେ ମିଶିଗଲେ ଦୁଇ ଘୂର୍ଣ୍ଣିବଳୟ : ୩ ଦିନ ପ୍ରବଳ ବର୍ଷିବ, ପାଣିପାଗ ବିଭାଗ ଜାରି କଲା ୟେଲୋ ୱାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ ସକ୍ରିୟ ଥିବାବେଳେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ଆଉ ଏହି ଘୂର୍ଣ୍ଣିବଳୟଟି ଆଜି ପ୍ରଥମ ଘୂର୍ଣ୍ଣିବଳୟ ସାଙ୍ଗରେ ମିଶିଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ୩ ତାରିଖଠାରୁ ୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ମିଶିଗଲେ ଦୁଇ ଘୁର୍ଣ୍ଣିବଳୟ!!! ଗତ କାଲିର ଦୁଇ ଘୁର୍ଣ୍ଣିବଳୟ ଆଜି ମିଶିଯିବା ସହ, ଘୁର୍ଣ୍ଣିବଳୟ […]

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ ସକ୍ରିୟ ଥିବାବେଳେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ଆଉ ଏହି ଘୂର୍ଣ୍ଣିବଳୟଟି ଆଜି ପ୍ରଥମ ଘୂର୍ଣ୍ଣିବଳୟ ସାଙ୍ଗରେ ମିଶିଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ୩ ତାରିଖଠାରୁ ୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଗତ ଦୁଇ ବର୍ଷ କରୋନା କାରଣରୁ ମା ଦୁର୍ଗାଙ୍କ ପୂଜା ଜାକଜକମରେ ହୋଇପାରିନଥିଲା। ଚଳିତ ବର୍ଷ ଭଲ ଭାବେ ପୂଜା ହେଉଥିବାରୁ ଲୋକମାନେ ବେଶ ଭଲ ଭାବେ ବୁଲାବୁଲି କରିବାକୁ ଯୋଜନା କରିଥିଲେ। କିନ୍ତୁ ବର୍ଷ ଏବେ ପୂଜା ମଉଜରେ ଫିକା ପକାଇବାକୁ ମାଡିଆସିଛି। ଏଥର କଟକଣାମୁକ୍ତ ପୂଜା ପାଇଁ ଅନୁମତି ମିଳିଥିଲେ ବି ପୂଜା ମଉଜ ଫିକା ପଡ଼ିବ। ଘୂର୍ଣ୍ଣିବଳୟ ପ୍ରଭାବରେ ଅଷ୍ଟମୀ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟରେ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ପକ୍ଷରୁ ଜାରି ବୁଲେଟିନ୍‌‌ ଅନୁଯାୟୀ ସୋମବାର ରାଜ୍ୟର ୧୭ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ ଓ ଢେଙ୍କନାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ତାରିଖରେ ବର୍ଷାର ପରିମାଣ ଅପେକ୍ଷାକୃତ ବୃଦ୍ଧି ପାଇବା ସହ ପ୍ରାୟ ୪ଟି ଜିଲ୍ଲାରେ ଏହା ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷିବ। ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ବେଳେ ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ନୟାଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ୫ ଓ ୬ ତାରିଖରେ ମଧ୍ୟ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ଥିବାବେଳେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୫ ତାରିଖ ବା ବୁଧବାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଟକ, ଜଗତସିଂହପୁର, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି।

03 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର