୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁରୀ

The Sakala Picture
Published On

ଭୁବନେଶ୍ୱର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରୁ ଚୁକ୍ତଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ପ୍ରାବଧାନ କରିବାର ପ୍ରସ୍ତାବ ସମେତ ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର ଓ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ୟୁଟ୍‌ମେଂଟ୍ ପରୀକ୍ଷା ରୁଲସ-୨୦୨୨ ଆଦି ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୪ଟି ଜିଲ୍ଲାରେ ୧୫୫୩ କୋଟି ଟଙ୍କା […]

ଭୁବନେଶ୍ୱର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରୁ ଚୁକ୍ତଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ପ୍ରାବଧାନ କରିବାର ପ୍ରସ୍ତାବ ସମେତ ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର ଓ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ୟୁଟ୍‌ମେଂଟ୍ ପରୀକ୍ଷା ରୁଲସ-୨୦୨୨ ଆଦି ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

୪ଟି ଜିଲ୍ଲାରେ ୧୫୫୩ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ନୟାଗଡ଼, କଳାହାଣ୍ଡି, ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଏସବୁ ମେଗା ପାନୀୟ ଜଳ ପ୍ରକଳ୍ପ ହେବ । କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକ ଥୁଆମୂଳ ରାମପୁର ଓ କୋକସରା ବ୍ଲକର ମୋଟ ୩୬ଟି ପଂଚାୟତର ୧୫୫ଟି ଗାଁରେ ବାସ କରୁଥିବା ୧.୨୬ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୨୪୮.୯୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏହାସହ ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର( ଜୁନିୟର ଆସିଷ୍ଟାଣ୍ଟ, ଏଏସଓ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମାବଳୀ-୨୦୧୯ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସବୁ ବ୍ୟତୀତ ରାଜ୍ୟ କ୍ୟାବିନେଟ୍ ଆଜି କୋଭିଡ୍ ସମୟରେ ବନ୍ଦ ଥିବା ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଓ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରର ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୮ ମାସର ଘରଭଡ଼ାକୁ ଛାଡ଼ କରିବା ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ଓଡ଼ିଶା ଗ୍ରୁପ-ବି, ସି, ଡି ପଦବୀ(ଉଚ୍ଛଦ ଓ ସ୍ୱତନ୍ତ୍ର ପ୍ରାବଧାନ)-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

15 Oct 2022 By The Sakala

୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରୁ ଚୁକ୍ତଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ପ୍ରାବଧାନ କରିବାର ପ୍ରସ୍ତାବ ସମେତ ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର ଓ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ୟୁଟ୍‌ମେଂଟ୍ ପରୀକ୍ଷା ରୁଲସ-୨୦୨୨ ଆଦି ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

୪ଟି ଜିଲ୍ଲାରେ ୧୫୫୩ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ନୟାଗଡ଼, କଳାହାଣ୍ଡି, ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଏସବୁ ମେଗା ପାନୀୟ ଜଳ ପ୍ରକଳ୍ପ ହେବ । କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକ ଥୁଆମୂଳ ରାମପୁର ଓ କୋକସରା ବ୍ଲକର ମୋଟ ୩୬ଟି ପଂଚାୟତର ୧୫୫ଟି ଗାଁରେ ବାସ କରୁଥିବା ୧.୨୬ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୨୪୮.୯୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଏହାସହ ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର( ଜୁନିୟର ଆସିଷ୍ଟାଣ୍ଟ, ଏଏସଓ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମାବଳୀ-୨୦୧୯ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସବୁ ବ୍ୟତୀତ ରାଜ୍ୟ କ୍ୟାବିନେଟ୍ ଆଜି କୋଭିଡ୍ ସମୟରେ ବନ୍ଦ ଥିବା ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଓ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରର ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୮ ମାସର ଘରଭଡ଼ାକୁ ଛାଡ଼ କରିବା ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ଓଡ଼ିଶା ଗ୍ରୁପ-ବି, ସି, ଡି ପଦବୀ(ଉଚ୍ଛଦ ଓ ସ୍ୱତନ୍ତ୍ର ପ୍ରାବଧାନ)-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର