ଅବପାତର ରୂପ ନେଲା ଲଘୁଚାପ, ଆଜି ୨୪ ଜିଲ୍ଲାରେ ପ୍ରବଳ ବର୍ଷିବ

The Sakala Picture
Published On

ଭୁବନେଶ୍ବର: ଅବପାତର ରୂପ ନେଲା ଲଘୁଚାପ । ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହାରି ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି  । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୨ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ଠାରୁ ବର୍ଷାର ପରିମାଣ ବଢ଼ିବ। କେନ୍ଦ୍ର ପକ୍ଷରୁ ଜାରି ପୂର୍ବାନୁମାନ ଅନୁଯାୟୀ ଏହି ସମ୍ଭାବ୍ୟ ଅବପାତ ଫଳରେ ରବିବାର […]

ଭୁବନେଶ୍ବର: ଅବପାତର ରୂପ ନେଲା ଲଘୁଚାପ । ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହାରି ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି  । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୨ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ଠାରୁ ବର୍ଷାର ପରିମାଣ ବଢ଼ିବ। କେନ୍ଦ୍ର ପକ୍ଷରୁ ଜାରି ପୂର୍ବାନୁମାନ ଅନୁଯାୟୀ ଏହି ସମ୍ଭାବ୍ୟ ଅବପାତ ଫଳରେ ରବିବାର ରାଜ୍ୟବ୍ୟାପୀ ୨୪ଟି ଜିଲ୍ଲାରେ ପ୍ରବଳ ଏବଂ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ସୋନପୁର, ବରଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ୮ଟି ଜିଲ୍ଲାର କେତେକ ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ଥିବାବେଳେ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପରୋକ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ଥିବାବେଳେ ତଳିଆ ଅଞ୍ଚଳରେ ପାଣି ଜମିପାରେ। ସେହିପରି କେତେକ ସ୍ଥାନରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ଗଜପତି, ଦେବଗଡ଼, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲ୍ଲାଗୁଡ଼ିକରେ ବିଭିନ୍ନ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେହିପରି ୧୨ ତାରିଖରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, କନ୍ଧମାଳ, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୧୩ ତାରିଖରେ ମଧ୍ୟ ୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୧୭ରୁ୧୮ ତାରିଖରେ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି।

11 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର