ଆଜିଠୁ ପୁଣି ଲଘୁଚାପ ବର୍ଷା

The Sakala Picture
Published On

ଭୁବନେଶ୍ୱର : କିଛି ଦିନର ବିରତି ପରେ ପୁଣି ରାଜ୍ୟକୁ ବର୍ଷା ଫେରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଗୁରୁବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏମିତିକି ୯-୧୧ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହା ରାଜ୍ୟରେ ପ୍ରବଳ […]

ଭୁବନେଶ୍ୱର : କିଛି ଦିନର ବିରତି ପରେ ପୁଣି ରାଜ୍ୟକୁ ବର୍ଷା ଫେରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଗୁରୁବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏମିତିକି ୯-୧୧ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହା ରାଜ୍ୟରେ ପ୍ରବଳ ବର୍ଷା କରାଇବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ କେନ୍ଦ୍ରର
ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ବୁଧବାର ପୂର୍ବକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ଏହା ସମୁଦ୍ରପତ୍ତନଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହା ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛ ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ମୌସୁମୀ ନିମ୍ନ ଚାପ ରେଖା ସାଧାରଣ ଅବସ୍ଥାନଠାରୁ ଦକ୍ଷିଣକୁ ଆସିଛି। ବୁଧବାର ଏହା ରାଜସ୍ଥାନର ଜସେଲମେରରୁ ବାହାରି କୋଟା, ଗୁନା, ସିଦ୍ଧି, ଅମ୍ୱିକାପୁର, ଝାରସୁଗୁଡ଼ା ଦେଇ ବାଲେଶ୍ୱରରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ୱିଛି। ଲଘୁଚାପ ଯୋଗୁଁ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରିବ ଓ ବର୍ଷା ବଢ଼ାଇବ ବୋଲି ଜଣାପଡ଼ିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପର ପ୍ରଭାବ ଦକ୍ଷଣ ଓଡ଼ିଶାରେ ଅଧିକ ରହିବାକୁ ଥିବା ବେଳେ ଗୁରୁବାର ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ଲଘୁଚାପର ପ୍ରଭାବ ୯ ଓ ୧୦ରେ ଅଧିକ ରହିବ। ସେଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଜନିତ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦ୍ୱାରା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ତେବେ ଯାହା ବର୍ଷା ହେବ ଏହାଦ୍ୱାରା ଚାଷକାମ ଆଗେଇବା ପାଇଁ ମାଟି ବତର ରହିବ।

ଯଦିବା ଲଘୁଚାପ ଉତ୍ତର-ଆନ୍ଧ୍ର ଉପକୂଳ ବା ସଂଲଗ୍ନ ଓଡ଼ିଶା ଦକ୍ଷିଣ ଉପକୂଳରେ ସ୍ୱଳ୍ପ ବର୍ଷା ରହିବ, କିନ୍ତୁ ଦକ୍ଷିଣ ଓ ପୂର୍ବରେ ବର୍ଷା ଯୋଗୁଁ ରାଜ୍ୟରେ କମ୍‍ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଲଘୁଚାପ ଯୋଗୁଁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ହୋଇ ୪୫-୫୫ କିମି ପହଞ୍ଚିବା ସହ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ଦକ୍ଷିଣ ଉପକୂଳ ଓଡ଼ିଶା ସଂଲଗ୍ନ ଉତ୍ତର ଆନ୍ଧ୍ର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ୯ ଓ ୧୦ ତାରିଖ ନ ଯିବା ପାଇଁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ୮ ତାରିଖ ସୁଦ୍ଧା କୂଳକୁ ଫେରିଆସିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣପିାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍‍ଆରସିଙ୍କ କାର୍ଯ୍ୟାଳୟ ପରାମର୍ଶ ଦେବା ସହିତ ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲପାଳମାନଙ୍କୁ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

08 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର