କେନ୍ଦ୍ରାପଡା ଜିଲ୍ଲାରେ ଏହି ବ୍ଲକର ସମସ୍ତ ସ୍କୁଲ ୨ ଦିନ ପାଇଁ ବନ୍ଦ, ଜାଣନ୍ତୁ ଆଉ କେଉଁ ଜିଲ୍ଲାର ସ୍କୁଲ ଛୁଟି ନେଇ ହୋଇଛି ଘୋଷଣା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଆଡକୁ ଯାଉଛି। ମୁଖ୍ୟତଃ ୧୦ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଅଧିକ ଦାଉ ସାଧିଛି ବନ୍ୟା। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି, କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ଏବଂ ପୁରୀ କଣାସରେ ମକରା ନଦୀରେ ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ଓ ବାଙ୍କୀ-ଡମପଡ଼ା […]

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଆଡକୁ ଯାଉଛି। ମୁଖ୍ୟତଃ ୧୦ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଅଧିକ ଦାଉ ସାଧିଛି ବନ୍ୟା। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି, କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ଏବଂ ପୁରୀ କଣାସରେ ମକରା ନଦୀରେ ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ଓ ବାଙ୍କୀ-ଡମପଡ଼ା ବ୍ଲକରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାରି ମଧ୍ୟ ବନ୍ୟା ସ୍ଥିତିକୁ ଦେଖି ପ୍ରଭାବିତ ହେଉଥିବା ଅଞ୍ଚଳର ସ୍କୁଲକୁ ଛୁଟି ଘୋଷଣା କରାଯାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ବନ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ତିନୋଟି ବ୍ଲକରେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଆଜି ଅପରାହ୍ନରେ କେବଳ ଗୋଟିଏ ବ୍ଲକ ଗରଦପୁର ଶିକ୍ଷା ସର୍କଲ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକୁ ବ୍ଲକ ଶିକ୍ଷାଧିକାରୀ ଛୁଟି ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ଜିଲ୍ଲାର ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ଆସିବା ବାରଣ ଥିବା ବେଳେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଜରୁରୀକାଳୀନ କାର୍ଯ୍ୟ ସମେତ ରିଲିଫ ବଣ୍ଟନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଚିଠିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଅନ୍ୟପଟେ ଏହାପୂର୍ବରୁ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ୍‌କୁ ୨ ଦିନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଗଣିଆ ବ୍ଲକର ୧୧ଟି ସ୍କୁଲ, ଖଣ୍ଡପଡ଼ା ବ୍ଲକର ୨ଟି ଓ ଭାପୁର ବ୍ଲକରେ ୧୨ଟି ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ୩ଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ସେହପରି ଆସନ୍ତାକାଲି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ଯେଉଁ ସ୍କୁଲରେ ବନ୍ୟା ପାଣି ପ୍ରବେଶ କରିଛି ବା ଯେଉଁଥିରେ ପାଣି ପଶିବା ଆଶଙ୍କା ରହିଛି ତାହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟ ପାଣି ପ୍ରବେଶ କରିଥିବାରୁ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ବହୁ ତଳିଆ ଅଞ୍ଚଳ ସ୍କୁଲରେ ଅଣ୍ଟାଏ ଲେଖା ବନ୍ୟା ପାଣି ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଅଘଟଣ ଆଶଙ୍କାକୁ ଏଡ଼ାଇବାକୁ ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏନେଇ ସବୁ ବିଇଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

16 Aug 2022 By The Sakala

କେନ୍ଦ୍ରାପଡା ଜିଲ୍ଲାରେ ଏହି ବ୍ଲକର ସମସ୍ତ ସ୍କୁଲ ୨ ଦିନ ପାଇଁ ବନ୍ଦ, ଜାଣନ୍ତୁ ଆଉ କେଉଁ ଜିଲ୍ଲାର ସ୍କୁଲ ଛୁଟି ନେଇ ହୋଇଛି ଘୋଷଣା

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଆଡକୁ ଯାଉଛି। ମୁଖ୍ୟତଃ ୧୦ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଅଧିକ ଦାଉ ସାଧିଛି ବନ୍ୟା। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି, କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ଏବଂ ପୁରୀ କଣାସରେ ମକରା ନଦୀରେ ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ଓ ବାଙ୍କୀ-ଡମପଡ଼ା ବ୍ଲକରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାରି ମଧ୍ୟ ବନ୍ୟା ସ୍ଥିତିକୁ ଦେଖି ପ୍ରଭାବିତ ହେଉଥିବା ଅଞ୍ଚଳର ସ୍କୁଲକୁ ଛୁଟି ଘୋଷଣା କରାଯାଉଛି।

ବନ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ତିନୋଟି ବ୍ଲକରେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଆଜି ଅପରାହ୍ନରେ କେବଳ ଗୋଟିଏ ବ୍ଲକ ଗରଦପୁର ଶିକ୍ଷା ସର୍କଲ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକୁ ବ୍ଲକ ଶିକ୍ଷାଧିକାରୀ ଛୁଟି ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ଜିଲ୍ଲାର ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ଆସିବା ବାରଣ ଥିବା ବେଳେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଜରୁରୀକାଳୀନ କାର୍ଯ୍ୟ ସମେତ ରିଲିଫ ବଣ୍ଟନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଚିଠିରେ ଦର୍ଶାଯାଇଛି।

ଅନ୍ୟପଟେ ଏହାପୂର୍ବରୁ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ୍‌କୁ ୨ ଦିନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଗଣିଆ ବ୍ଲକର ୧୧ଟି ସ୍କୁଲ, ଖଣ୍ଡପଡ଼ା ବ୍ଲକର ୨ଟି ଓ ଭାପୁର ବ୍ଲକରେ ୧୨ଟି ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ୩ଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ସେହପରି ଆସନ୍ତାକାଲି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ଯେଉଁ ସ୍କୁଲରେ ବନ୍ୟା ପାଣି ପ୍ରବେଶ କରିଛି ବା ଯେଉଁଥିରେ ପାଣି ପଶିବା ଆଶଙ୍କା ରହିଛି ତାହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟ ପାଣି ପ୍ରବେଶ କରିଥିବାରୁ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ବହୁ ତଳିଆ ଅଞ୍ଚଳ ସ୍କୁଲରେ ଅଣ୍ଟାଏ ଲେଖା ବନ୍ୟା ପାଣି ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଅଘଟଣ ଆଶଙ୍କାକୁ ଏଡ଼ାଇବାକୁ ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏନେଇ ସବୁ ବିଇଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

https://www.thesakala.in/latest-odisha-news/nayagarh/konw-which-districts-have-declared-school-closures-due-to-flooding/article-14190
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର