ଓଡ଼ିଶା ପାଇଁ ଗୌରବ ଆଣିଲେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ

The Sakala Picture
Published On

ନୟାଗଡ଼: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁଭବ ପଟ୍ଟନାୟକ। ଆମେରିକାରେ ଅନୁଷ୍ଠିତ ବୈଧାନିକ ପ୍ରଶିକ୍ଷଣ କାର୍ଯ୍ଯକ୍ରମରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ପ୍ରଶଂସା ସାଉଁଟିଛନ୍ତି ଅନୁଭବ ପ୍ରଶିକ୍ଷଣ କାର୍ଯ୍ଯକ୍ରମର ବିଭିନ୍ନ ବିତର୍କରେ ଭାଗନେଇ ଭାରତ ସହିତ ଆମେରିକାର ସମ୍ପର୍କ ଦୃଢୀକରଣ ଓ ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିଗରେ ଜନପ୍ରତିନିଧି ଓ ପ୍ରଶାସନର ଭୂମିକା ସମ୍ପର୍କରେ ମତ ରଖିଥିଲେ। ଏହା ସହିତ ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ […]

ନୟାଗଡ଼: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁଭବ ପଟ୍ଟନାୟକ। ଆମେରିକାରେ ଅନୁଷ୍ଠିତ ବୈଧାନିକ ପ୍ରଶିକ୍ଷଣ କାର୍ଯ୍ଯକ୍ରମରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ପ୍ରଶଂସା ସାଉଁଟିଛନ୍ତି ଅନୁଭବ ପ୍ରଶିକ୍ଷଣ କାର୍ଯ୍ଯକ୍ରମର ବିଭିନ୍ନ ବିତର୍କରେ ଭାଗନେଇ ଭାରତ ସହିତ ଆମେରିକାର ସମ୍ପର୍କ ଦୃଢୀକରଣ ଓ ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିଗରେ ଜନପ୍ରତିନିଧି ଓ ପ୍ରଶାସନର ଭୂମିକା ସମ୍ପର୍କରେ ମତ ରଖିଥିଲେ। ଏହା ସହିତ ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ଓ ଏହାର ସଫଳତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଯାହାକୁ କାର୍ଯ୍ଯକ୍ରମରେ ପ୍ରଶଂସା କରାଯାଇଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ରାଜନୀତିରେ ଅଭିଜ୍ଞତା ଓ ଦକ୍ଷତା ପାଇଁ ଉଭୟ ସିନେଟ୍ ଓ ହାଉସ ଅଫ ରିପ୍ରେଜେଣ୍ଟିଭ ପକ୍ଷରୁ ତାଙ୍କୁ ସଫଳ କର୍ମଜୀବୀ ଭାବେ ସମ୍ମାନିତ କରାଯାଇଛି । ଅଗଷ୍ଟ ୨୨ତାରିଖରୁ ଓ୍ବାସିଂଟନ ଡିସି ଓ କଲମ୍ବସରେ ୨୪ଦିନିଆ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଭାରତରୁ ମନୋନୀତ ୬ଜଣଙ୍କ ଭିତରେ ଏକମାତ୍ର ରାଜନୈତିକ ବ୍ୟକ୍ତି ଭାବେ ସ୍ଥାନ ପାଇଥିଲେ ଅନୁଭବ ପଟ୍ଟନାୟକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର