ରଘୁନାଥପୁର ଗାଁରେ କଙ୍ଗାରୁକୋର୍ଟ, ଷଣ୍ଢ ହତ୍ୟା ନେଇ ସଦରଥାନାରେ ମାମଲା

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ କଙ୍ଗାରୁକୋର୍ଟର ନିଷ୍ପତ୍ତି ଅନୁସାରେ, ସଦରଥାନାରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଷଣ୍ଢ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଅଭିଯୋଗକୁ ଭିତି କରି ୪୫/୨୧ରେ ଉକ୍ତ ଗ୍ରାମର ରଞ୍ଜନ ଦାଶଙ୍କ ନାମରେ ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ,  ପ୍ରାୟ ୮ ବର୍ଷ ତଳେ ରଞ୍ଜନ ନିଜ ଫସଲ କିଆରୀରେ କୀଟନାଶକ ପକାଇଥିଲେ। ଏହି ଜମିରୁ ଏକ ଷଣ୍ଢ ଫସଲ ଖାଇଦେବା ଫଳରେ […]

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ କଙ୍ଗାରୁକୋର୍ଟର ନିଷ୍ପତ୍ତି ଅନୁସାରେ, ସଦରଥାନାରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଷଣ୍ଢ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଅଭିଯୋଗକୁ ଭିତି କରି ୪୫/୨୧ରେ ଉକ୍ତ ଗ୍ରାମର ରଞ୍ଜନ ଦାଶଙ୍କ ନାମରେ ମାମଲା ରୁଜୁ କରିଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଓଡଗାଁରେ ବର୍ବର ହତ୍ୟାକାଣ୍ଡ; ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ଯୁବକଙ୍କୁ ହାଣିଦେଲେ ଖଣି ମାଫିଆ

ସୂଚନା ଅନୁଯାୟୀ,  ପ୍ରାୟ ୮ ବର୍ଷ ତଳେ ରଞ୍ଜନ ନିଜ ଫସଲ କିଆରୀରେ କୀଟନାଶକ ପକାଇଥିଲେ। ଏହି ଜମିରୁ ଏକ ଷଣ୍ଢ ଫସଲ ଖାଇଦେବା ଫଳରେ ତା’ର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ଜମିରେ ଷଣ୍ଢକୁ ପୋତି ଦିଆଯାଇଥିଲା। ମାତ୍ର ଏକ ଜମି କିଣାବିକାକୁ ନେଇ ଏବେ ଗ୍ରାମବାସୀ ରଞ୍ଜନଙ୍କ ଉପରେ ରାଗ ଶୁଝାଇବା ପାଇଁ ଷଣ୍ଢ ହତ୍ୟା ଭଳି ଅଭିଯୋଗ ଆଣି ଗ୍ରାମରେ ନିର୍ଯ୍ଯାତନା ଦେଉଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭୁଲ କାହାର ଦଣ୍ଡ ପାଇଲା କିଏ; ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

ରଞ୍ଜନଙ୍କ ପରିବାର କିଛି ବର୍ଷ ତଳେ ୧୦ ଲକ୍ଷ ଟଙ୍କା ଦେଇ ଏକ ଜାଗା କିଣିଛିନ୍ତି। ଯେଉଁ ଜାଗାକୁ କିଣିବା ନେଇ ଗ୍ରାମବାସୀ ବିରୋଧ କରିବା ସହିତ ଏହାକୁ ଗ୍ରାମବାସୀଙ୍କ ନାମରେ କରିବାକୁ ଚାପ ପକାଉଛନ୍ତି। ଏପରିକି ଗ୍ରାମରେ କଙ୍ଗାରୁକୋର୍ଟ କରି ରଞ୍ଜିତଙ୍କ ପରିବାରକୁ ଏକଘରିକିଆ ରଖି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଗ୍ରାମର କେହି ରଞ୍ଜନଙ୍କ ପରିବାର ସହ କଥାବାର୍ତ୍ତା ହେଲେ ତାକୁ ଜୋରିମାନା କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ଥାନାରେ ଗାଁ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ଉକ୍ତ ଷଣ୍ଢକୁ ରଞ୍ଜିତ ଓ ତାଙ୍କ ପୁଅ ୮ ବର୍ଷ ନୁହେଁ, ୮ ମାସ ତଳେ ମାରିକି ପୋତି ଦେଇଥିଲେ। ଗ୍ରାମବାସୀ ଏବେ ଏହା ଜାଣିବା ପରେ ଅଭିଯୋଗ ଦେଇଥିବା ଜଣାଯାଇଛି । ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଷଣ୍ଡ ପୋତାଯାଇଥିବା ସ୍ଥାନ ଖୋଳି, ସେଥିରୁ ମାତ୍ର ୪ ଖଣ୍ଡ ହାଡ଼ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି । ଏଭଳି ସ୍ଥିତିରେ ଘଟଣା ପଛରେ ସତ୍ୟତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜମି ବିବାଦ କାରଣକୁ ନେଇ ଗ୍ରାମବାସୀ ରଞ୍ଜନଙ୍କ ପରିବାର ଉପରେ କଟକଣା ଲଗାଇବା ଏବଂ ଥାନାରେ ଷଣ୍ଢ ହତ୍ୟା ଭଳି ଅଭିଯୋଗ କରିବା ଗ୍ରାମବାସୀଙ୍କ କଙ୍ଗାରୁକୋର୍ଟ ଆଇନକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏହି ଘଟଣା ସମ୍ବଦ୍ଧରେ ଗ୍ରାମ ସଭାପତିଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ ଉଠାଇ ନାହାନ୍ତି ।

19 Mar 2021 By The Sakala

ରଘୁନାଥପୁର ଗାଁରେ କଙ୍ଗାରୁକୋର୍ଟ, ଷଣ୍ଢ ହତ୍ୟା ନେଇ ସଦରଥାନାରେ ମାମଲା

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ କଙ୍ଗାରୁକୋର୍ଟର ନିଷ୍ପତ୍ତି ଅନୁସାରେ, ସଦରଥାନାରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଷଣ୍ଢ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଅଭିଯୋଗକୁ ଭିତି କରି ୪୫/୨୧ରେ ଉକ୍ତ ଗ୍ରାମର ରଞ୍ଜନ ଦାଶଙ୍କ ନାମରେ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ,  ପ୍ରାୟ ୮ ବର୍ଷ ତଳେ ରଞ୍ଜନ ନିଜ ଫସଲ କିଆରୀରେ କୀଟନାଶକ ପକାଇଥିଲେ। ଏହି ଜମିରୁ ଏକ ଷଣ୍ଢ ଫସଲ ଖାଇଦେବା ଫଳରେ ତା’ର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ଜମିରେ ଷଣ୍ଢକୁ ପୋତି ଦିଆଯାଇଥିଲା। ମାତ୍ର ଏକ ଜମି କିଣାବିକାକୁ ନେଇ ଏବେ ଗ୍ରାମବାସୀ ରଞ୍ଜନଙ୍କ ଉପରେ ରାଗ ଶୁଝାଇବା ପାଇଁ ଷଣ୍ଢ ହତ୍ୟା ଭଳି ଅଭିଯୋଗ ଆଣି ଗ୍ରାମରେ ନିର୍ଯ୍ଯାତନା ଦେଉଥିବା ସୂଚନା ମିଳିଛି ।

ରଞ୍ଜନଙ୍କ ପରିବାର କିଛି ବର୍ଷ ତଳେ ୧୦ ଲକ୍ଷ ଟଙ୍କା ଦେଇ ଏକ ଜାଗା କିଣିଛିନ୍ତି। ଯେଉଁ ଜାଗାକୁ କିଣିବା ନେଇ ଗ୍ରାମବାସୀ ବିରୋଧ କରିବା ସହିତ ଏହାକୁ ଗ୍ରାମବାସୀଙ୍କ ନାମରେ କରିବାକୁ ଚାପ ପକାଉଛନ୍ତି। ଏପରିକି ଗ୍ରାମରେ କଙ୍ଗାରୁକୋର୍ଟ କରି ରଞ୍ଜିତଙ୍କ ପରିବାରକୁ ଏକଘରିକିଆ ରଖି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଗ୍ରାମର କେହି ରଞ୍ଜନଙ୍କ ପରିବାର ସହ କଥାବାର୍ତ୍ତା ହେଲେ ତାକୁ ଜୋରିମାନା କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ଥାନାରେ ଗାଁ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ଉକ୍ତ ଷଣ୍ଢକୁ ରଞ୍ଜିତ ଓ ତାଙ୍କ ପୁଅ ୮ ବର୍ଷ ନୁହେଁ, ୮ ମାସ ତଳେ ମାରିକି ପୋତି ଦେଇଥିଲେ। ଗ୍ରାମବାସୀ ଏବେ ଏହା ଜାଣିବା ପରେ ଅଭିଯୋଗ ଦେଇଥିବା ଜଣାଯାଇଛି । ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଷଣ୍ଡ ପୋତାଯାଇଥିବା ସ୍ଥାନ ଖୋଳି, ସେଥିରୁ ମାତ୍ର ୪ ଖଣ୍ଡ ହାଡ଼ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି । ଏଭଳି ସ୍ଥିତିରେ ଘଟଣା ପଛରେ ସତ୍ୟତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜମି ବିବାଦ କାରଣକୁ ନେଇ ଗ୍ରାମବାସୀ ରଞ୍ଜନଙ୍କ ପରିବାର ଉପରେ କଟକଣା ଲଗାଇବା ଏବଂ ଥାନାରେ ଷଣ୍ଢ ହତ୍ୟା ଭଳି ଅଭିଯୋଗ କରିବା ଗ୍ରାମବାସୀଙ୍କ କଙ୍ଗାରୁକୋର୍ଟ ଆଇନକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏହି ଘଟଣା ସମ୍ବଦ୍ଧରେ ଗ୍ରାମ ସଭାପତିଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ ଉଠାଇ ନାହାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର