BSKY ସ୍ମାର୍ଟକାର୍ଡ଼ରେ ନ ଥିଲା ନାଁ: 5T ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ମାଗଣା ଚିକିତ୍ସା

The Sakala Picture
Published On

ଭୁବନେଶ୍ୱର: ବିଏସ୍‍କେୱାଇ ସ୍ମାର୍ଟ କାର୍ଡ ବର୍ତ୍ତମାନ ରାଜ୍ୟର ସାଧାରଣ ଲୋକଙ୍କ ଜୀବନରେଖା ସାଜିଛି। ଦୈନିକ ରାଜ୍ୟର କୋଣ ଅନୁକୋଣର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହେଉଥିବା ବେଳେ ଏହା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅଧୀନ ମହିତଙ୍ଗା ଗ୍ରାମରେ। ହରପ୍ରିୟା ନାମରେ ଜଣେ ୧୫ ବର୍ଷର ଝିଅର ନାମ ବିଏସ୍‍କେୱାଇ ସ୍ମାର୍ଟ କାର୍ଡରେ ନାମ ନ ଥିଲେ ମଧ୍ୟ ୫-ଟି […]

ଭୁବନେଶ୍ୱର: ବିଏସ୍‍କେୱାଇ ସ୍ମାର୍ଟ କାର୍ଡ ବର୍ତ୍ତମାନ ରାଜ୍ୟର ସାଧାରଣ ଲୋକଙ୍କ ଜୀବନରେଖା ସାଜିଛି। ଦୈନିକ ରାଜ୍ୟର କୋଣ ଅନୁକୋଣର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହେଉଥିବା ବେଳେ ଏହା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅଧୀନ ମହିତଙ୍ଗା ଗ୍ରାମରେ। ହରପ୍ରିୟା ନାମରେ ଜଣେ ୧୫ ବର୍ଷର ଝିଅର ନାମ ବିଏସ୍‍କେୱାଇ ସ୍ମାର୍ଟ କାର୍ଡରେ ନାମ ନ ଥିଲେ ମଧ୍ୟ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ସେ ମାଗଣାରେ ଚିକିତ୍ସା ପାଇବାରେ ସଫଳ ହୋଇଛନ୍ତି। ଯାହାଫଳରେ ତାଙ୍କ ପୂରା ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ମହିତଙ୍ଗା ଗ୍ରାମ ବିପିନ ବିହାରୀ ଡାକୁଆ ଏବଂ ରଞ୍ଜୁଲତା ଡାକୁଆଙ୍କ ଝିଅ ହେଲେ ହରପ୍ରିୟା। ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍‍ କରି ଯୁକ୍ତ ଦୁଇରେ ନାମ ଲେଖିଛନ୍ତି। ଗତ ୬ ଦିନ ପୂର୍ବେ ଘର ଛାତ ସିଡିରୁ ହରପ୍ରିୟା ଖସି ପଡ଼ିଥିବା ବେଳେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ଯାହା ପରେ ତାଙ୍କର ଚିକିତ୍ସା କିମ୍ସ ମେଡିକାଲରେ କରାଯାଇଥିଲା। ହସ୍ପିଟାଲରେ ପ୍ରାୟ ୯୦ ହଜାର ଟଙ୍କା ଖର୍ଚ୍ଚ ସରିଥିବା ବେଳେ ବାପା ଦିନ ମଜୁରିଆ ହୋଇଥିବା କାରଣରୁ ଝିଅର ଚିକିତ୍ସା ପାଇଁ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ନଥିଲେ। ବିଏସ୍‍କେୱାଇ କାର୍ଡ ତାଙ୍କର ଥିଲେ ମଧ୍ୟ ସେଥିରେ ତାଙ୍କ ଝିଅ ନାମ କୌଣସି କାରଣରୁ ନଥିଲା। ଫଳରେ ସେ କାର୍ଡରେ ଉପଲବ୍ଧ ମାଗଣା ଚିକିତ୍ସା ମଧ୍ୟ ପାଇପାରି ନଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଯାଜପୁରର ଜଣେ ଯୁବ ସମାଜସେବୀ ପିଣ୍ଟୁ ସାହୁ ଏ ସମ୍ପର୍କରେ ୫-ଟି ସଚିବଙ୍କୁ ଟୁଇଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ ହରପ୍ରିୟାଙ୍କ ଜାଣିବାକୁ ପାଇବା ପରେ ତତ୍‍କ୍ଷଣାତ ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ହରପ୍ରିୟାଙ୍କୁ ସହାୟତା ପ୍ରକ୍ରିୟା। ନୟାଗଡ଼ ଜିଲ୍ଲା ପ୍ରଶାସନ ଝିଅର ନାମ ରାସନ କାର୍ଡରେ ଯୋଡ଼ିବା ପାଇଁ ଲାଗି ପଡ଼ିଥିଲେ। ଏପଟେ ମେଡିକାଲ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ମଧ୍ୟ ଯୋଗାଯୋଗ କରିଥିଲେ। ଶେଷରେ ରାସନ କାର୍ଡରେ ହରପ୍ରିୟାଙ୍କ ନାମ ଯୋଡ଼ା ଯିବା ସହ ମାଗଣାରେ ଚିକିତ୍ସା ମଧ୍ୟ କରାଯାଇଥିଲା। ହରପ୍ରିୟାଙ୍କ ଚିକିତ୍ସା ପରେ ଏବେ ଖୁସି ଅଛନ୍ତି ପୂରା ପରିବାର। ବିପଦ ସମୟରେ ତତ୍କାଳ ସାହାଯ୍ୟ କରିଥିବାରୁ ହରପ୍ରିୟାଙ୍କ ବାପା ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

02 Sep 2022 By The Sakala

BSKY ସ୍ମାର୍ଟକାର୍ଡ଼ରେ ନ ଥିଲା ନାଁ: 5T ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ମାଗଣା ଚିକିତ୍ସା

ଭୁବନେଶ୍ୱର: ବିଏସ୍‍କେୱାଇ ସ୍ମାର୍ଟ କାର୍ଡ ବର୍ତ୍ତମାନ ରାଜ୍ୟର ସାଧାରଣ ଲୋକଙ୍କ ଜୀବନରେଖା ସାଜିଛି। ଦୈନିକ ରାଜ୍ୟର କୋଣ ଅନୁକୋଣର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହେଉଥିବା ବେଳେ ଏହା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅଧୀନ ମହିତଙ୍ଗା ଗ୍ରାମରେ। ହରପ୍ରିୟା ନାମରେ ଜଣେ ୧୫ ବର୍ଷର ଝିଅର ନାମ ବିଏସ୍‍କେୱାଇ ସ୍ମାର୍ଟ କାର୍ଡରେ ନାମ ନ ଥିଲେ ମଧ୍ୟ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ସେ ମାଗଣାରେ ଚିକିତ୍ସା ପାଇବାରେ ସଫଳ ହୋଇଛନ୍ତି। ଯାହାଫଳରେ ତାଙ୍କ ପୂରା ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମହିତଙ୍ଗା ଗ୍ରାମ ବିପିନ ବିହାରୀ ଡାକୁଆ ଏବଂ ରଞ୍ଜୁଲତା ଡାକୁଆଙ୍କ ଝିଅ ହେଲେ ହରପ୍ରିୟା। ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍‍ କରି ଯୁକ୍ତ ଦୁଇରେ ନାମ ଲେଖିଛନ୍ତି। ଗତ ୬ ଦିନ ପୂର୍ବେ ଘର ଛାତ ସିଡିରୁ ହରପ୍ରିୟା ଖସି ପଡ଼ିଥିବା ବେଳେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ଯାହା ପରେ ତାଙ୍କର ଚିକିତ୍ସା କିମ୍ସ ମେଡିକାଲରେ କରାଯାଇଥିଲା। ହସ୍ପିଟାଲରେ ପ୍ରାୟ ୯୦ ହଜାର ଟଙ୍କା ଖର୍ଚ୍ଚ ସରିଥିବା ବେଳେ ବାପା ଦିନ ମଜୁରିଆ ହୋଇଥିବା କାରଣରୁ ଝିଅର ଚିକିତ୍ସା ପାଇଁ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ନଥିଲେ। ବିଏସ୍‍କେୱାଇ କାର୍ଡ ତାଙ୍କର ଥିଲେ ମଧ୍ୟ ସେଥିରେ ତାଙ୍କ ଝିଅ ନାମ କୌଣସି କାରଣରୁ ନଥିଲା। ଫଳରେ ସେ କାର୍ଡରେ ଉପଲବ୍ଧ ମାଗଣା ଚିକିତ୍ସା ମଧ୍ୟ ପାଇପାରି ନଥିଲେ।

ଯାଜପୁରର ଜଣେ ଯୁବ ସମାଜସେବୀ ପିଣ୍ଟୁ ସାହୁ ଏ ସମ୍ପର୍କରେ ୫-ଟି ସଚିବଙ୍କୁ ଟୁଇଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ ହରପ୍ରିୟାଙ୍କ ଜାଣିବାକୁ ପାଇବା ପରେ ତତ୍‍କ୍ଷଣାତ ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ହରପ୍ରିୟାଙ୍କୁ ସହାୟତା ପ୍ରକ୍ରିୟା। ନୟାଗଡ଼ ଜିଲ୍ଲା ପ୍ରଶାସନ ଝିଅର ନାମ ରାସନ କାର୍ଡରେ ଯୋଡ଼ିବା ପାଇଁ ଲାଗି ପଡ଼ିଥିଲେ। ଏପଟେ ମେଡିକାଲ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ମଧ୍ୟ ଯୋଗାଯୋଗ କରିଥିଲେ। ଶେଷରେ ରାସନ କାର୍ଡରେ ହରପ୍ରିୟାଙ୍କ ନାମ ଯୋଡ଼ା ଯିବା ସହ ମାଗଣାରେ ଚିକିତ୍ସା ମଧ୍ୟ କରାଯାଇଥିଲା। ହରପ୍ରିୟାଙ୍କ ଚିକିତ୍ସା ପରେ ଏବେ ଖୁସି ଅଛନ୍ତି ପୂରା ପରିବାର। ବିପଦ ସମୟରେ ତତ୍କାଳ ସାହାଯ୍ୟ କରିଥିବାରୁ ହରପ୍ରିୟାଙ୍କ ବାପା ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

https://www.thesakala.in/latest-odisha-news/nayagarh/free-treatment-received-after-healp-of-5-t-secretary-vk-pandian/article-14632
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର