ଚିନ୍ତା ବଢ଼ାଉଛି ମହାନଦୀରେ ବନ୍ୟା : ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ, ଗାଁ ଭିତରେ ଚାଲିଲା ଡଙ୍ଗା

The Sakala Picture
Published On

ଭୁବନେଶ୍ବର/ସୁବର୍ଣ୍ଣପୁର :  ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ହେବାରୁ ଜଳ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରୁ ୨୬ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ସୁଇସ୍‌ […]

ଭୁବନେଶ୍ବର/ସୁବର୍ଣ୍ଣପୁର :  ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ହେବାରୁ ଜଳ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରୁ ୨୬ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ସୁଇସ୍‌ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ହୀରାକୁଦ ଜଳଭଣ୍ଡାର ସୂଚନା ଅନୁସାରେ  ରବିବାର ସନ୍ଧ୍ୟା ୬ଟାରେ ଡ୍ୟାମ୍‌କୁ ହାରାହାରି ୭,୩୫,୧୮୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ବିଭିନ୍ନ ରାସ୍ତାରେ ୫,୬୩,୫୭୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଛଡ଼ାଯିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଚିନ୍ତା ବଢ଼ିଛି। କାରଣ ହୀରାକୁଦ ତଳିଆ ଅଞ୍ଚଳରେ ଜିରା, ସୁକତେଲ, ତେଲ, ବାଘ ଆଦି ପ୍ରମୁଖ ନଦୀର ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କୁ ଏବେ ବନ୍ୟା ଚିନ୍ତା ଘାରିଛି। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, କଟକ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର କୂଳରେ ବସବାସ କରୁଥିବା ଜନବସତିକୁ ଏବେ ଭାଲୋଣି ପଡ଼ିଛି। କିଛି ଅଞ୍ଚଳରେ ବନ୍ୟା ଜଳ ଏବେ ଗାଁରେ ପ୍ରବେଶ କରିଲାଣି। ଆଗକୁ ବର୍ଷା ବଢୁଥିବାରୁ ପାଣି ମଧ୍ୟ ବଢିବ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସେପେଟ ସୋନପୁର ସହରର ତଲପଡା, କୁମ୍ଭାରପଡା, ତେନ୍ତୁଳି ଘାଟ ଆଦି ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ତେବେ ମହାନଦୀ ଆଉ ଫୁଲିଲେ ବଡ ବନ୍ୟାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ପୁଣି ବିଜେପୁର ଧର୍ମଶାଳା ମଧ୍ୟରେ ଥିବା ପୋଲ ଉପରେ ପାଣି ବୋହୁଥିବା ଯୋଗୁଁ ଏହି ରାସ୍ତାରେ ସୋନପୁର-ବୀରମହାରାଜପୁରକୁ ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ନଦୀ କୂଳର ବହୁ ଅଞ୍ଚଳରେ ଥିବା ଚାଷ ଜମିରେ ମଧ୍ୟ ବନ୍ୟାପାଣି ମାଡିଥିବା ଅଭିଯୋଗ ହୋଇଛି। ତେବେ ବର୍ଷା କମୁନଥିବାରୁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକେ ଦିନ କାଟୁଛନ୍ତି। ତିନି ଦିନ ହେଲା ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି। ୧୩ ତାରିଖ ଏବଂ ୧୪ ତାରିଖରେ ଜିଲ୍ଲାରେ ଅତି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୧୩ ତାରିଖରେ ଜିଲ୍ଲାରେ ୪୧୫.୬ ଏମ୍ଏମ୍ ଏବଂ ୧୪ ତାରିଖରେ ୪୫୦.୨ ଏମ୍ଏମ୍ ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଆଉ କିଛି ସ୍ଥାନରେ ନଦୀ ଜଳସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳପଶି ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ। ସମ୍ବଲପୁରରେ ହୀରାକୁଦ କଲୋନିରେ ୩ ଫୁଟ ପାଣି ରହିଛି। ଏଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇ ରିଲିଫ ଯୋଗାଇ ଦିଆଯାଉଛି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ୪ଟି ଗାଁ ଏବେ ଜଳବନ୍ଦି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିର ଭିତରେ ବନ୍ୟାପାଣି ପଶିଛି।

14 Aug 2022 By The Sakala

ଚିନ୍ତା ବଢ଼ାଉଛି ମହାନଦୀରେ ବନ୍ୟା : ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ, ଗାଁ ଭିତରେ ଚାଲିଲା ଡଙ୍ଗା

ଭୁବନେଶ୍ବର/ସୁବର୍ଣ୍ଣପୁର :  ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ହେବାରୁ ଜଳ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରୁ ୨୬ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ସୁଇସ୍‌ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।

ହୀରାକୁଦ ଜଳଭଣ୍ଡାର ସୂଚନା ଅନୁସାରେ  ରବିବାର ସନ୍ଧ୍ୟା ୬ଟାରେ ଡ୍ୟାମ୍‌କୁ ହାରାହାରି ୭,୩୫,୧୮୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ବିଭିନ୍ନ ରାସ୍ତାରେ ୫,୬୩,୫୭୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଛଡ଼ାଯିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଚିନ୍ତା ବଢ଼ିଛି। କାରଣ ହୀରାକୁଦ ତଳିଆ ଅଞ୍ଚଳରେ ଜିରା, ସୁକତେଲ, ତେଲ, ବାଘ ଆଦି ପ୍ରମୁଖ ନଦୀର ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କୁ ଏବେ ବନ୍ୟା ଚିନ୍ତା ଘାରିଛି। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, କଟକ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର କୂଳରେ ବସବାସ କରୁଥିବା ଜନବସତିକୁ ଏବେ ଭାଲୋଣି ପଡ଼ିଛି। କିଛି ଅଞ୍ଚଳରେ ବନ୍ୟା ଜଳ ଏବେ ଗାଁରେ ପ୍ରବେଶ କରିଲାଣି। ଆଗକୁ ବର୍ଷା ବଢୁଥିବାରୁ ପାଣି ମଧ୍ୟ ବଢିବ।

ସେପେଟ ସୋନପୁର ସହରର ତଲପଡା, କୁମ୍ଭାରପଡା, ତେନ୍ତୁଳି ଘାଟ ଆଦି ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ତେବେ ମହାନଦୀ ଆଉ ଫୁଲିଲେ ବଡ ବନ୍ୟାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ପୁଣି ବିଜେପୁର ଧର୍ମଶାଳା ମଧ୍ୟରେ ଥିବା ପୋଲ ଉପରେ ପାଣି ବୋହୁଥିବା ଯୋଗୁଁ ଏହି ରାସ୍ତାରେ ସୋନପୁର-ବୀରମହାରାଜପୁରକୁ ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ନଦୀ କୂଳର ବହୁ ଅଞ୍ଚଳରେ ଥିବା ଚାଷ ଜମିରେ ମଧ୍ୟ ବନ୍ୟାପାଣି ମାଡିଥିବା ଅଭିଯୋଗ ହୋଇଛି। ତେବେ ବର୍ଷା କମୁନଥିବାରୁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକେ ଦିନ କାଟୁଛନ୍ତି। ତିନି ଦିନ ହେଲା ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି। ୧୩ ତାରିଖ ଏବଂ ୧୪ ତାରିଖରେ ଜିଲ୍ଲାରେ ଅତି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୧୩ ତାରିଖରେ ଜିଲ୍ଲାରେ ୪୧୫.୬ ଏମ୍ଏମ୍ ଏବଂ ୧୪ ତାରିଖରେ ୪୫୦.୨ ଏମ୍ଏମ୍ ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଆଉ କିଛି ସ୍ଥାନରେ ନଦୀ ଜଳସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳପଶି ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ। ସମ୍ବଲପୁରରେ ହୀରାକୁଦ କଲୋନିରେ ୩ ଫୁଟ ପାଣି ରହିଛି। ଏଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇ ରିଲିଫ ଯୋଗାଇ ଦିଆଯାଉଛି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ୪ଟି ଗାଁ ଏବେ ଜଳବନ୍ଦି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିର ଭିତରେ ବନ୍ୟାପାଣି ପଶିଛି।

https://www.thesakala.in/latest-odisha-news/nayagarh/flood-water-in-mahanadi-rising-floodwaters-have-entered-the-villages/article-14135
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର