୧୦ ଜିଲ୍ଲାରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି : ସପ୍ତାହକ ପାଇଁ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ୟ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ […]

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ୟ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀରେ ବନ୍ୟାଜଳ ଫୁଲିଛି। ଏବେ ମହାନଦୀର ବନ୍ୟାଜଳ ପିକ୍‌-ଫ୍ଲୋ ଦେଇ ଗତି କରୁଛି।୧୦ଟି ଜିଲ୍ଲାର ୪୯ ବ୍ଲକ, ୩୬୯ ଗ୍ରାମପଞ୍ଚାୟତ, ୧୩୬୫ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ରାଜ୍ୟର ୧୦ ଜିଲ୍ଲାରେ ଉତ୍କଟ ବନ୍ୟା ସ୍ଥିତି ଦେଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଛନ୍ତି । ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କାହାରିକୁ ଛୁଟିରେ ଯିବାକୁ ଅନୁମତି ମିଳିବ ନାହିଁ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଆଜି ହୀରାକୁଦ ଡ୍ୟାମ୍‌ର ୪୦ଟି ଖୋଲା ଯାଇଛି। ଯାହା ଫଳରେ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକର ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି । । ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ଦିନ ପାଇଁ ବାତିଲ କରିଦିଆଯାଇଛି । ଏହାସହିତ ଇଞ୍ଜିନିୟରମାନଙ୍କୁ ନିଜ ସ୍ଥାନ ଛାଡ଼ି ନଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅନ୍ୟପଟେ ଯେଉଁସ୍ଥାନରେ ଲୋକ ଜଳବନ୍ଦୀ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯିବା ଏବଂ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୯ଟି ଏନ୍‌ଡିଆରଏଫ୍‌, ୯ଟି ଓଡ୍ରାଫ ଓ ୪୪ଟି ଅତିରିକ୍ତ ଅଗ୍ନିଶମ ସେବା ୟୁନିଟ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ବନ୍ୟା ଜଳ ପ୍ରଭାବିତ ଅଂଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସହ ସ୍ୱାସ୍ଥ୍ୟ ଓ ପଶୁସମ୍ପଦ ବିଭାଗର ଟିମକୁ ମଧ୍ୟ ସଜାଗ ରଖାଯାଇଛି । ଗୋଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶକ୍ତି ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

16 Aug 2022 By The Sakala

୧୦ ଜିଲ୍ଲାରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି : ସପ୍ତାହକ ପାଇଁ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ୟ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀରେ ବନ୍ୟାଜଳ ଫୁଲିଛି। ଏବେ ମହାନଦୀର ବନ୍ୟାଜଳ ପିକ୍‌-ଫ୍ଲୋ ଦେଇ ଗତି କରୁଛି।୧୦ଟି ଜିଲ୍ଲାର ୪୯ ବ୍ଲକ, ୩୬୯ ଗ୍ରାମପଞ୍ଚାୟତ, ୧୩୬୫ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି ।

ରାଜ୍ୟର ୧୦ ଜିଲ୍ଲାରେ ଉତ୍କଟ ବନ୍ୟା ସ୍ଥିତି ଦେଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଛନ୍ତି । ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କାହାରିକୁ ଛୁଟିରେ ଯିବାକୁ ଅନୁମତି ମିଳିବ ନାହିଁ।

ଆଜି ହୀରାକୁଦ ଡ୍ୟାମ୍‌ର ୪୦ଟି ଖୋଲା ଯାଇଛି। ଯାହା ଫଳରେ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକର ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି । । ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ଦିନ ପାଇଁ ବାତିଲ କରିଦିଆଯାଇଛି । ଏହାସହିତ ଇଞ୍ଜିନିୟରମାନଙ୍କୁ ନିଜ ସ୍ଥାନ ଛାଡ଼ି ନଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଯେଉଁସ୍ଥାନରେ ଲୋକ ଜଳବନ୍ଦୀ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯିବା ଏବଂ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୯ଟି ଏନ୍‌ଡିଆରଏଫ୍‌, ୯ଟି ଓଡ୍ରାଫ ଓ ୪୪ଟି ଅତିରିକ୍ତ ଅଗ୍ନିଶମ ସେବା ୟୁନିଟ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ବନ୍ୟା ଜଳ ପ୍ରଭାବିତ ଅଂଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସହ ସ୍ୱାସ୍ଥ୍ୟ ଓ ପଶୁସମ୍ପଦ ବିଭାଗର ଟିମକୁ ମଧ୍ୟ ସଜାଗ ରଖାଯାଇଛି । ଗୋଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶକ୍ତି ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

https://www.thesakala.in/latest-odisha-news/nayagarh/flood-situation-is-severe-in-10-districts-all-government-employees-holidays-canceled-for-an-week/article-14188
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର