ଚଳନ୍ତା ଟ୍ରେନ ଧକ୍କାରେ ଦନ୍ତା ହାତୀ ଗୁରୁତର

The Sakala Picture
Published On

ଟାଂଗୀ: ଆଜି ସନ୍ଧ୍ୟା ସମୟରେ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟରେ ଏକ ଚଳନ୍ତା ଟ୍ରେନ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ହୋଇଥିବା ଜଣାପଡିଛିା। ଘଟଣାରୁ ପ୍ରକାଶ ଟାଂଗୀ ରେଞ୍ଜ ଅଧିନସ୍ଥ ଉଗ୍ରତାରା ଜଙ୍ଗଲ ଓ ଏହାର ଆଖପାଖ ଜଙ୍ଗଲରେ ରହୁଥିବା ହାତୀ ପଲ୍ଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣ ପାଇଁ ଜଙ୍ଗଲ ଛାଡି ବିଭିନ୍ନ ଗାଁ ଗହଳି ବିଲ ବାଡିରେ ଫସଲ ନଷ୍ଟ କରିବା ଏବେ ନିତିଦିନିଆ ଘଟଣା ହୋଇସାରିଛି। ଆଜି ସନ୍ଧ୍ୟାରେ ଭୂଷଣ୍ଡପୁର ରେଳ […]

ଟାଂଗୀ: ଆଜି ସନ୍ଧ୍ୟା ସମୟରେ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟରେ ଏକ ଚଳନ୍ତା ଟ୍ରେନ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ହୋଇଥିବା ଜଣାପଡିଛିା। ଘଟଣାରୁ ପ୍ରକାଶ ଟାଂଗୀ ରେଞ୍ଜ ଅଧିନସ୍ଥ ଉଗ୍ରତାରା ଜଙ୍ଗଲ ଓ ଏହାର ଆଖପାଖ ଜଙ୍ଗଲରେ ରହୁଥିବା ହାତୀ ପଲ୍ଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣ ପାଇଁ ଜଙ୍ଗଲ ଛାଡି ବିଭିନ୍ନ ଗାଁ ଗହଳି ବିଲ ବାଡିରେ ଫସଲ ନଷ୍ଟ କରିବା ଏବେ ନିତିଦିନିଆ ଘଟଣା ହୋଇସାରିଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଆଜି ସନ୍ଧ୍ୟାରେ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟରେ ଥିବା ରେଳ ଧାରଣା ଅତିକ୍ରମ କରୁଥିବା ଗୋଟିଏ ହାତୀ ପଲ୍ଲ ମଧ୍ୟରୁ ଏକ ଦନ୍ତା ରେଳ ଧାରଣା ପାର ହେଉଥିବା ବେଳେ ଦୃତଗାମୀ ଟ୍ରେନ ସହ ଧକ୍କା ହୋଇଥିଲା । ଫଳରେ ଗୁରୁତର ଆଘାତ ପାଇଥିବା ହାତୀ ଟି ଜଙ୍ଗଲ ଅଭିମୂଖେ ପଳାଇଥିବା ସୂଚନା ମିଳିଛି। ଟାଂଗୀ ବଣ୍ୟପ୍ରାଣୀ ରେଞ୍ଜର ଚୁଡାରାଣି ମୂର୍ମୁ ଙ୍କ ସୂଚନା ଅନୂସାରେ ହାତୀ ଆହତ ହୋଇଥିବା ଖବର ପରେ ଘଟଣା ସ୍ଥଳରେ ବିଭାଗୀୟ କର୍ମଚାରି ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର