ପୁଲିସରେ ଅଭିଯୋଗ କଲେ ବୋଲି ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ କଙ୍ଗାରୁ କୋର୍ଟରେ ବାସନ୍ଦ

Madhusudan Das Picture
Published On

ନୂଆଗାଁ/ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବନ୍ଧୁକ ଦେଖାଇ ବାରମ୍ୱାର ଦୁଷ୍କର୍ମ, ଗର୍ଭବତୀ ହେବା ପରେ ଗର୍ଭପାତ କରାଇବା ଏବଂ ପରବର୍ତ୍ତୀ ସମୟରେ କଙ୍ଗାରୁ କୋର୍ଟ ମାଧ୍ୟମରେ ପୀଡ଼ିତାଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଜରିମାନା ସହ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୂଆଗାଁ ବ୍ଲକ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ବଡ଼ଦୁରୁପା ଗ୍ରାମର ୱାର୍ଡ ସଦସ୍ୟଙ୍କ ସ୍ୱାମୀ ଅନିରୁଦ୍ଧ ଜାନି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। 

ଆହୁରି ପଢ଼ନ୍ତୁ: ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ଆର୍ଥିକ ଅସୁବିଧାରେ ଥିବାରୁ ୨୦୨୫ ନଭେମ୍ୱରରେ ପରିବାର ସଦସ୍ୟମାନେ କାମ କରିବା ପାଇଁ ଆସାମ ଯାଇଥିଲେ। ଏହି ସମୟରେ ଯୁବତୀ ଜଣକ ଜଙ୍ଗଲକୁ ଛେଳି ଚରାଇବାକୁ ଯାଉଥିବା ବେଳେ ଅଭିଯୁକ୍ତ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିଲା। ଫଳରେ ଯୁବତୀ ଗର୍ଭବତୀ ହୋଇଥିଲେ। ପରେ ଗର୍ଭ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଔଷଧ ଦେଇଥିବା ଓ ଏହା ଯୋଗୁଁ ଗର୍ଭପାତ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତାଙ୍କ ପରିବାର ପ୍ରତିବାଦ କରିବାରୁ ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇଥିଲା। ସେଠାରେ ଗର୍ଭପାତ ପରେ କଥିତ ଶୁଦ୍ଧିକ୍ରିୟା ନ କରିବା ଅଭିଯୋଗରେ ପରିବାରକୁ ଦେଢ଼ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଏହାସହ ଯୁବତୀଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା। ପରିବାର ପକ୍ଷରୁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଗ୍ରାମବାସୀଙ୍କୁ ଭୋଜି ଦିଆଯାଇଥିଲେ ମଧ୍ୟ ଅବଶିଷ୍ଟ ଟଙ୍କା ଦେବାକୁ ଚାପ ପ୍ରୟୋଗ କରାଯାଇଥିଲା। ପୁଲିସ ନିକଟକୁ ଗଲେ କଠୋର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା। 

ଆହୁରି ପଢ଼ନ୍ତୁ: ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ: ଇ.ଏମ.ଟିଙ୍କ ତତ୍ପରତାରେ ମା' ଓ ଶିଶୁଙ୍କ ଜୀବନ ରକ୍ଷା

ଶେଷରେ ପୀଡ଼ିତାଙ୍କ ମା’ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଥାନା ଅଧିକାରୀ ସତ୍ୟନାରାୟଣ ବାରିକ, ଏସଆଇ ଚକ୍ରଧର ସିଂହ ଓ ଅନ୍ୟ ପୁଲିସ ଅଧିକାରୀମାନେ ପୋକ୍ସୋ ଆଇନ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇ ମାମଲାର ତଦନ୍ତ ଜାରି ରହିଛି। କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍, ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍

10 Jul 2026 By Madhusudan Das

ପୁଲିସରେ ଅଭିଯୋଗ କଲେ ବୋଲି ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ କଙ୍ଗାରୁ କୋର୍ଟରେ ବାସନ୍ଦ

ନୂଆଗାଁ/ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବନ୍ଧୁକ ଦେଖାଇ ବାରମ୍ୱାର ଦୁଷ୍କର୍ମ, ଗର୍ଭବତୀ ହେବା ପରେ ଗର୍ଭପାତ କରାଇବା ଏବଂ ପରବର୍ତ୍ତୀ ସମୟରେ କଙ୍ଗାରୁ କୋର୍ଟ ମାଧ୍ୟମରେ ପୀଡ଼ିତାଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଜରିମାନା ସହ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୂଆଗାଁ ବ୍ଲକ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ବଡ଼ଦୁରୁପା ଗ୍ରାମର ୱାର୍ଡ ସଦସ୍ୟଙ୍କ ସ୍ୱାମୀ ଅନିରୁଦ୍ଧ ଜାନି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। 

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ଆର୍ଥିକ ଅସୁବିଧାରେ ଥିବାରୁ ୨୦୨୫ ନଭେମ୍ୱରରେ ପରିବାର ସଦସ୍ୟମାନେ କାମ କରିବା ପାଇଁ ଆସାମ ଯାଇଥିଲେ। ଏହି ସମୟରେ ଯୁବତୀ ଜଣକ ଜଙ୍ଗଲକୁ ଛେଳି ଚରାଇବାକୁ ଯାଉଥିବା ବେଳେ ଅଭିଯୁକ୍ତ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିଲା। ଫଳରେ ଯୁବତୀ ଗର୍ଭବତୀ ହୋଇଥିଲେ। ପରେ ଗର୍ଭ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଔଷଧ ଦେଇଥିବା ଓ ଏହା ଯୋଗୁଁ ଗର୍ଭପାତ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତାଙ୍କ ପରିବାର ପ୍ରତିବାଦ କରିବାରୁ ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇଥିଲା। ସେଠାରେ ଗର୍ଭପାତ ପରେ କଥିତ ଶୁଦ୍ଧିକ୍ରିୟା ନ କରିବା ଅଭିଯୋଗରେ ପରିବାରକୁ ଦେଢ଼ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଏହାସହ ଯୁବତୀଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା। ପରିବାର ପକ୍ଷରୁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଗ୍ରାମବାସୀଙ୍କୁ ଭୋଜି ଦିଆଯାଇଥିଲେ ମଧ୍ୟ ଅବଶିଷ୍ଟ ଟଙ୍କା ଦେବାକୁ ଚାପ ପ୍ରୟୋଗ କରାଯାଇଥିଲା। ପୁଲିସ ନିକଟକୁ ଗଲେ କଠୋର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା। 

ଶେଷରେ ପୀଡ଼ିତାଙ୍କ ମା’ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଥାନା ଅଧିକାରୀ ସତ୍ୟନାରାୟଣ ବାରିକ, ଏସଆଇ ଚକ୍ରଧର ସିଂହ ଓ ଅନ୍ୟ ପୁଲିସ ଅଧିକାରୀମାନେ ପୋକ୍ସୋ ଆଇନ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇ ମାମଲାର ତଦନ୍ତ ଜାରି ରହିଛି। କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର