ପ୍ଲା-କାର୍ଡ଼ରେ କରୋନା ସଚେତନତା

The Sakala Picture
Published On

ନୟାଗଡ଼: କରୋନା ଯୋଗୁଁ ଆମେ ଯେତେବେଳେ ଘରେ ବସି ସୁସ୍ଥ ରହିବା କଥା ଚିନ୍ତା କରୁଛୁ, ସେତେବେଳେ ଏମାନେ ଘରକୁ ଘରକୁ ଘର ଯାଇ କରୋନା ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି । ସଂକ୍ରମିତଙ୍କୁ ଠିକ୍ ଔଷଧ ଦେବାଠାରୁ ଆରମ୍ଭ କରି ସେମାନେ କିପରି ସଙ୍ଗରୋଧ ହୋଇ ମାନସିକ ସୁସ୍ଥତାରେ ରହିପାରିବେ ସେସବୁ ବୁଝାଉଛନ୍ତି। କେତେବେଳେ ଗାଁ କଲ୍ୟାଣ ସମିତି ସହାୟତାରେ ସଚେତନତା ଶୋଭାଯାତ୍ରା କରି କରୋନା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ କରୁଛନ୍ତି ତ ଆଉ […]

ନୟାଗଡ଼: କରୋନା ଯୋଗୁଁ ଆମେ ଯେତେବେଳେ ଘରେ ବସି ସୁସ୍ଥ ରହିବା କଥା ଚିନ୍ତା କରୁଛୁ, ସେତେବେଳେ ଏମାନେ ଘରକୁ ଘରକୁ ଘର ଯାଇ କରୋନା ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି । ସଂକ୍ରମିତଙ୍କୁ ଠିକ୍ ଔଷଧ ଦେବାଠାରୁ ଆରମ୍ଭ କରି ସେମାନେ କିପରି ସଙ୍ଗରୋଧ ହୋଇ ମାନସିକ ସୁସ୍ଥତାରେ ରହିପାରିବେ ସେସବୁ ବୁଝାଉଛନ୍ତି। କେତେବେଳେ ଗାଁ କଲ୍ୟାଣ ସମିତି ସହାୟତାରେ ସଚେତନତା ଶୋଭାଯାତ୍ରା କରି କରୋନା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ କରୁଛନ୍ତି ତ ଆଉ କେତେବେଳେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତାଙ୍କ ସହାୟତାରେ ଏହାର ପ୍ରତିଷେଧକକୁ ଅଭ୍ୟାସ କରୁଛନ୍ତି । ଏଭଳି ଜଣେ ଅଙ୍ଗନବାଡ଼ି ଦିଦି ହେଲେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ରାକମା ପଞ୍ଚାୟତର ନମିତା ପାଟ୍ଟଯୋଶୀ।

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

ସକାଳ ୮ରୁ ଅପରାହ୍ନ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ନମିତା। ସକାଳ ବେଳା ଆଶା ଦିଦି ନିବାସି ବାରିକଙ୍କ ସହ ମିଶି ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ୍ ସ୍କ୍ରିନିଂ ଓ ଅଡିମିଟରରେ ଅମ୍ଳଜାନ ମାତ୍ରା ମାପିଥାନ୍ତି । ଏହାସହ ସଙ୍ଗରୋଧ ଭାବେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଷେଧକ ନେବେ ସେ ବାବଦରେ ବୁଝାଇଥାନ୍ତି। ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲାସ ପିନ୍ଧି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବଦେନ କରୁଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଛନ୍ତି | ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି ହାତ କରୋନା ବାବଦରେ ବୁଝାଉଛନ୍ତି । ଏହାଛଡ଼ା ସାହି ସାହିରେ ଯାଇ ଲୋକଙ୍କ ହାତ ଧୋଇବା, ମାସ୍ତ୍ର ପରିଧାନ, ଗହଳି ଜାଗାକୁ ନ ଯିବାକୁ ସଚେତନ କରୁଛନ୍ତି । କେବଳ ସେତିକି ନୁହେଁ ପ୍ରତି ୧୫ ଦିନରେ ଥରେ ଗାଁ ଭିତରେ ଥିବା କୋଠାଘର, ଭାଗବତ ଟୁଙ୍ଗି ମନ୍ଦିର ମଣ୍ଡପ, ସର୍ବସାଧାରଣ ସ୍ଥାନ ଆଦି ସାନିଟାଇଜ୍ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୁଶୁଡୁଛି ଲାଲ୍ ଗଡ଼, ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା; ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା

ନିମତାଙ୍କ ମୁଣ୍ଡରେ ଏବେ ୨୦୩ ପରିବାରର ୯୭୫ ଲୋକଙ୍କ ଭାର । ନିପଟ ମଫସଲ ଗାଁ ହୋଇଥିବାରୁ ନମିତାଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଟିକାକରଣ ଓ ଆଣ୍ଟିଜେନ୍ ପରୀକ୍ଷା ପାଇଁ ବୁଝାଇବା। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେ କେବେ ପଛକୁ ଫେରି ନାହାନ୍ତି; ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜୀବନୀ ନେବାକୁ ପ୍ରବର୍ତ୍ତାଉଛନ୍ତି। ସକାଳ ବେଳା ଘରକୁ ଘର ଯାଇ, ଗାଁ ଦାଣ୍ଡରେ ପ୍ଲାକାର୍ଡ ଧରି ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି । ଏବେ ସ୍କୁଲ ବନ୍ଦ ଥିବା ବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠ ପଢ଼ା ଭୁଲି ନ ଯିବେ, ସେଥିପାଇଁ ସେ ପ୍ରତିଦିନ ୩ ରୁ ୪ ଜଣ ପିଲାଙ୍କ ଘରକୁ ଯାଇ ସେମାନଙ୍କୁ ବିଭିନ୍ନ ନାଚ ଗୀତ ମାଧ୍ୟମରେ ପାଠ ପଢ଼ାଇଥାନ୍ତି। ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପଠ ପଢ଼ା ସହ ସଂଶ୍ଳିଷ୍ଟ ରହିବେ ସେଥ୍ପାଇଁ ମା’ ମାନଙ୍କୁ ମଧ୍ୟ ସଚେତନ କରାଇଥାନ୍ତି। ଏସବୁକୁ ଛାଡ଼ିଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତକଙ୍କ ଟିକାକରଣ, ପିଲାଙ୍କୁ ଛତୁଆ ଓ । ଅଣ୍ଡା ବଣ୍ଟନ କମର ଦାୟିତ୍ୱ ବି ସମ୍ଭାଳିଥାନ୍ତି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

ଗାଁର ସ୍ଵାସ୍ଥ୍ୟ, ଶିକ୍ଷା ଓ ପରିମଳର ଦାୟିତ୍ଵ ନେଇଥିବା ନମିତା ୨୦୧୮ରେ ନିଜର ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁଁ ରାଜ୍ୟସ୍ତରରେ ସମ୍ମାନିତ ହୋଇଥିବା ବେଳେ ୨୦୧୭ ରୁ ୨୦୨୦ ଯାଏଁ ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି। ଏସବୁ ସମ୍ମାନ କିନ୍ତୁ ତାଙ୍କୁ ଅହଂକାରୀ କରାଇନି ବରଂ ଆଗ ଅପେକ୍ଷା ଅଧିକ ମାର୍ଜିତ କରିଛି। ଏଥିପାଇଁ ସେ ଦୁଇ ବର୍ଷ ହେଲାଣି କରୋନା ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ନିଜର ସବୁ ଦାୟିତ୍ଵ ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି। ସ୍ବାମୀ ଓ ପିଲାମାନଙ୍କ କଥା ବୁଝି ସମାଜ କଲ୍ୟାଣ ପାଇଁ ପଦାକୁ ପାଦ କାଢ଼ିଛନ୍ତି। ତା’ ପୁଣି ଅଭିନବ ଢଙ୍ଗରେ। ନମିତା କହନ୍ତି, ପ୍ରତିଦିନ କିଛି ଔଷଧ, ଅକ୍ସିମିଟର, ଥର୍ମାଲ ସ୍କ୍ରିନିଂ, ଫାଷ୍ଟ ଏଡ ବକ୍ସ ସାଥ୍‌ରେ ନେଇ ଆମେ ଲୋକଙ୍କ ପାଖକୁ ଯାଉ| ଆଉ ଦରକାର ହେଲେ ହାତରେ ପ୍ଲାକାର୍ଡ ଓ ରାଲି କରି ଲୋକଙ୍କୁ କରୋନା ପାଠ ପଢ଼ାଉ | ଗାଁକୁ କରୋନା ମୁକ୍ତ କରିବା ଆମର ଏକମାତ୍ର ସଂଙ୍କଳ୍ପ | ଗାଁ କରୋନା ମୁକ୍ତ ନ ହେବା ଯାଏଁ ଏ ଅଭିଯାନ ଏମିତି ଚାଲିବ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp