ଇଟାମାଟି ନିକଟରେ ବସ ଦୁର୍ଘଟଣା, ଜଣେ ମୃତ, ୫ ଗୁରୁତର

The Sakala Picture
Published On

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ଭୋର ସମୟରେ ଏକ ବସ ଦୁର୍ଘଟଣା ଗସ୍ତ ହୋଇଛି । ଏନଏଚ ପାଶ୍ୱର୍ରେ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକରେ ପଛ ପାଖରେ ବସ ପିଟି ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ସୂଚନାନୁସାରେ, ଜୁନାଗଡ଼ରୁ ଭୂବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ମାଣିକେଶ୍ୱରୀ ଠାରେ ଭୋର ସମୟରେ […]

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ଭୋର ସମୟରେ ଏକ ବସ ଦୁର୍ଘଟଣା ଗସ୍ତ ହୋଇଛି । ଏନଏଚ ପାଶ୍ୱର୍ରେ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକରେ ପଛ ପାଖରେ ବସ ପିଟି ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ସୂଚନାନୁସାରେ, ଜୁନାଗଡ଼ରୁ ଭୂବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ମାଣିକେଶ୍ୱରୀ ଠାରେ ଭୋର ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ ଚାଳକଙ୍କ ଆଖି ପଡ଼ି ଯିବାର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଖବରପାଇ ସ୍ଥାନୀୟ ପୁଲିସ ଏବଂ ଲୋକମାନେ ବସ ମଧ୍ୟରୁ ଆହାତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ଆହାତଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ଜୁନାଗଡ଼ର ଅମର ଚାନ୍ଦ ବୋଲି ସୂଚନା ମିଳିଛି । ଅନ୍ୟ ୫ ଜଣ ଆହାତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଜଣେ ଆହାତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଇଟାମାଟି ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି 

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

29 Nov 2022 By The Sakala

ଇଟାମାଟି ନିକଟରେ ବସ ଦୁର୍ଘଟଣା, ଜଣେ ମୃତ, ୫ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ଭୋର ସମୟରେ ଏକ ବସ ଦୁର୍ଘଟଣା ଗସ୍ତ ହୋଇଛି । ଏନଏଚ ପାଶ୍ୱର୍ରେ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକରେ ପଛ ପାଖରେ ବସ ପିଟି ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ସୂଚନାନୁସାରେ, ଜୁନାଗଡ଼ରୁ ଭୂବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ମାଣିକେଶ୍ୱରୀ ଠାରେ ଭୋର ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ ଚାଳକଙ୍କ ଆଖି ପଡ଼ି ଯିବାର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଖବରପାଇ ସ୍ଥାନୀୟ ପୁଲିସ ଏବଂ ଲୋକମାନେ ବସ ମଧ୍ୟରୁ ଆହାତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ଆହାତଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ଜୁନାଗଡ଼ର ଅମର ଚାନ୍ଦ ବୋଲି ସୂଚନା ମିଳିଛି । ଅନ୍ୟ ୫ ଜଣ ଆହାତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଜଣେ ଆହାତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଇଟାମାଟି ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି 

https://www.thesakala.in/latest-odisha-news/nayagarh/bus-accident-near-itamati-one-dead-five-seriously/article-16936
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର