ବାଇକ୍ ସହ ମୁହାଁମୁହିଁ ଧକ୍କା ହେଲା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍, ଜଣେ ମୃତ

The Sakala Picture
Published On

ଆଠଗଡ଼: ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ କାର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆଠଗଡ ରାଜନଗର ଗ୍ରାମର ସୁକାନ୍ତ ବେହେରା। ଶୁକ୍ରବାର ରାତିରେ ମୁଣ୍ଡଳୀ- ଆଠଗଡ ମଧ୍ୟବର୍ତ୍ତୀ ମେଘା ଜଙ୍ଗଲର ଡାଳଖାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୁକାନ୍ତ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ରାଣୀ ଭୁବନେଶ୍ୱରରୁ ନୟାଗଡ଼ ଅଞ୍ଚଳର […]

ଆଠଗଡ଼: ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ କାର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆଠଗଡ ରାଜନଗର ଗ୍ରାମର ସୁକାନ୍ତ ବେହେରା। ଶୁକ୍ରବାର ରାତିରେ ମୁଣ୍ଡଳୀ- ଆଠଗଡ ମଧ୍ୟବର୍ତ୍ତୀ ମେଘା ଜଙ୍ଗଲର ଡାଳଖାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୁକାନ୍ତ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଘଟଣାରୁ ପ୍ରକାଶ ଯେ, ରାଣୀ ଭୁବନେଶ୍ୱରରୁ ନୟାଗଡ଼ ଅଞ୍ଚଳର ସାତ ମାଇଲି ନିକଟସ୍ଥ ଦୁଦୁରୁକୋଟରେ ଏକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ରାଣୀ ପଣ୍ଡା । ମୁଣ୍ଡଳୀ ଦେଇ ଆଠଗଡ଼ ଯିବା ବାଟରେ ମେଘା ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ସୁକାନ୍ତଙ୍କ ବାଇକ୍ କୁ ରାଣୀଙ୍କ କାର ସାମ୍ନାରୁ ଧକ୍କା ଦେଇଥିଲା। କାରଟି ଦ୍ରୁତ ବେଗରେ ଯାଉଥିବାରୁ ବାଇକ୍ ସହ ବେଶ ଜୋରରେ ବାଡେଇ ହୋଇଥିଲା। ଯାହାଦ୍ବାରା ବାଇକ୍ ଚାଳକ ସୁକାନ୍ତ ଛିଟିକି କାର ଉପରେ ପଡ଼ିଥିଲେ। ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକ ପହଂଚି କାର ଚାଳକଙ୍କୁ ଅଟକ ରଖିଥିଲେ। ଖବର ପାଇ ଆଠଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ସୁକାନ୍ତଙ୍କୁ ଆମ୍ବୁଲାନ୍ସ ଦ୍ଵାରା କଟକ ଏସିସିବି ମେଡିକାଲ୍ ପଠାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ଆଠଗଡ଼ ପୁଲସି କାର ଜବତ କରିବା ସହିତ ଅଭିନେତ୍ରୀ ରାଣୀ ପଣ୍ଡା, କାର ଚାଳକ ଓ ଜଣେ ମହିଳା ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରଉଚରା ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

26 Nov 2022 By The Sakala

ବାଇକ୍ ସହ ମୁହାଁମୁହିଁ ଧକ୍କା ହେଲା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍, ଜଣେ ମୃତ

ଆଠଗଡ଼: ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ କାର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆଠଗଡ ରାଜନଗର ଗ୍ରାମର ସୁକାନ୍ତ ବେହେରା। ଶୁକ୍ରବାର ରାତିରେ ମୁଣ୍ଡଳୀ- ଆଠଗଡ ମଧ୍ୟବର୍ତ୍ତୀ ମେଘା ଜଙ୍ଗଲର ଡାଳଖାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୁକାନ୍ତ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ, ରାଣୀ ଭୁବନେଶ୍ୱରରୁ ନୟାଗଡ଼ ଅଞ୍ଚଳର ସାତ ମାଇଲି ନିକଟସ୍ଥ ଦୁଦୁରୁକୋଟରେ ଏକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ରାଣୀ ପଣ୍ଡା । ମୁଣ୍ଡଳୀ ଦେଇ ଆଠଗଡ଼ ଯିବା ବାଟରେ ମେଘା ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ସୁକାନ୍ତଙ୍କ ବାଇକ୍ କୁ ରାଣୀଙ୍କ କାର ସାମ୍ନାରୁ ଧକ୍କା ଦେଇଥିଲା। କାରଟି ଦ୍ରୁତ ବେଗରେ ଯାଉଥିବାରୁ ବାଇକ୍ ସହ ବେଶ ଜୋରରେ ବାଡେଇ ହୋଇଥିଲା। ଯାହାଦ୍ବାରା ବାଇକ୍ ଚାଳକ ସୁକାନ୍ତ ଛିଟିକି କାର ଉପରେ ପଡ଼ିଥିଲେ। ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକ ପହଂଚି କାର ଚାଳକଙ୍କୁ ଅଟକ ରଖିଥିଲେ। ଖବର ପାଇ ଆଠଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ସୁକାନ୍ତଙ୍କୁ ଆମ୍ବୁଲାନ୍ସ ଦ୍ଵାରା କଟକ ଏସିସିବି ମେଡିକାଲ୍ ପଠାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ଆଠଗଡ଼ ପୁଲସି କାର ଜବତ କରିବା ସହିତ ଅଭିନେତ୍ରୀ ରାଣୀ ପଣ୍ଡା, କାର ଚାଳକ ଓ ଜଣେ ମହିଳା ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରଉଚରା ଜାରି ରଖିଛି।

https://www.thesakala.in/latest-odisha-news/nayagarh/artist-rani-pandas-car-accident-with-a-bike-one-dead/article-16856
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର