ଆସୁଛି ଆଉ ଏକ ଲଘୁଚାପ: ୧୮ରୁ ବଢ଼ିବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଗତ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ଏହି ଲଘୁଚାପ ପ୍ରଭାବରେ ୧୮ ତାରିଖରୁ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୯ରୁ ବର୍ଷାର ପ୍ରକୋପ ବଢ଼ିବ ବୋଲି ଜଣାପଡ଼ିଛି। ଏହି ଲଘୁଚାପ ଉଭୟ ଓଡ଼ିଶା ଓ ଛତିଶଗଡ଼ ଉପରେ ପ୍ରଭାବ ପକାଇବ। ତେଣୁ ଆଗକୁ ପୁଣି ସ୍ଥିତି ବେହାଲ ହେବାର ଆଶଙ୍କାସୃଷ୍ଟି ହୋଇଛି। ରାଜ୍ୟର ନଦୀ ନାଳ ସମେତ […]

ଭୁବନେଶ୍ୱର: ଗତ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ଏହି ଲଘୁଚାପ ପ୍ରଭାବରେ ୧୮ ତାରିଖରୁ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୯ରୁ ବର୍ଷାର ପ୍ରକୋପ ବଢ଼ିବ ବୋଲି ଜଣାପଡ଼ିଛି। ଏହି ଲଘୁଚାପ ଉଭୟ ଓଡ଼ିଶା ଓ ଛତିଶଗଡ଼ ଉପରେ ପ୍ରଭାବ ପକାଇବ। ତେଣୁ ଆଗକୁ ପୁଣି ସ୍ଥିତି ବେହାଲ ହେବାର ଆଶଙ୍କାସୃଷ୍ଟି ହୋଇଛି। ରାଜ୍ୟର ନଦୀ ନାଳ ସମେତ ହୀରାକୁଦ ଜଳଭଣ୍ଡାର ଉଚ୍ଛୁଳି ରହିଥିବା ବେଳେ ପୁଣି ହେବାକୁ ଥିବା ବର୍ଷା ଏହି ସ୍ଥିତିକୁ ଉଦ୍‍ବେଗ ଜନକ କରାଇବାର ଆଶଙ୍କା ସୃଷ୍ଟି ହୋଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାଦ୍ୱାରା ୧୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇ ୧୯ ଓ ୨୦ ତାରିଖରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଅନ୍ୟପଟେ ପାଣିପାଗ ବିଶେଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୦ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିବା ସହ ୨୧ରେ ଉତ୍ତର ଛତିଶଗଡ଼ରେ ରହିବ। ଏହାଦ୍ୱାରା ୧୮ ସନ୍ଧ୍ୟାରୁ ଉପକୂଳ ଓ ୧୮ ମଧ୍ୟାହ୍ନରୁ ପଶ୍ଚିମ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଭିନ୍ନ ସ୍ଥାନରେ ଜଗତସିଂହପୁର, ପୁରୀ, ଖୋଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବରଗଡ଼, ଯାଜପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ୨୧ ସୁଦ୍ଧା ୮୦-୧୨ ମିମି ବର୍ଷା ହେବ। ବାକି ଅଞ୍ଚଳରେ ୫୦-୭୦ ମିମି ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଥିବା ବେଳେ ଏହା ମହାନଦୀର ଉପର ଓ ତଳ ମୁଣ୍ଡରେ ଭାରି ବର୍ଷା କରାଇବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସେହିପରି ସୋଆ ଜଳବାୟୁ କେନ୍ଦ୍ର କହିଛି ଯେ ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ଏହାର ଠିକ୍‍ ଗୋଟିଏ ଦିନ ପରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢେଙ୍କୋନାଳ, ନୟାଗଡ଼, କନ୍ଧମାଳ ଏବଂ ଅନୁଗୁଳ ଭଳି ଜିଲ୍ଲା ଗଡ଼ିକରେ ଲଘୁଚାପର ପ୍ରଭାବ ରହିବ। ସେହିପରି ଅଗଷ୍ଟ ୧୯ ତାରିଖ ରାତିରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥାରେ ପ୍ରବଳ ବର୍ଷା ହେବ। ଏହା ମହାନଦୀ ଉପର ଏବଂ ତଳ କ୍ୟାଚମେଣ୍ଟ ସହିତ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଅଗଷ୍ଟ ୧୯ ତାରିଖ ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ। ଛତିଶଗଡ଼ରେ ଅଗଷ୍ଟ ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ସମୟରେ ଦକ୍ଷିଣ ଓଡ଼ଶାର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲେ କେନ୍ଦ୍ର କହିଛି।

17 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର