ଅନ୍ଧାର ହେବ କୁଆଁର ପୁନେଇ, ୮ରେ ଆସୁଛି ଆଉ ଏକ ଲଘୁଚାପ !

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଘୂର୍ଣ୍ଣିବଳୟ ଦୁର୍ଗା ପୂଜା ମଉଜକୁ ଫିକା କରି ଦେଇଛି। ଅଷ୍ଟମୀରୁ ଭସାଣି ପର୍ଯ୍ୟନ୍ତ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଦୁର୍ଗାଙ୍କ ଆବାହନଠାରୁ ବିସର୍ଜନ ପର୍ଯ୍ୟନ୍ତ ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷକରି କଟକ ଓ ଭୁବନେଶ୍ୱରରେ ମହାଆଡ଼ମ୍ବରରେ ଦଶହରା ଆୟୋଜନ ହେଉଥିବା ବେଳେ ଚଳିତବର୍ଷ ବର୍ଷା ଏହାକୁ ଫିକା କରି ଦେଇଛି। ଲଘୁଚାପ ଯୋଗୁଁ ନବମୀ ପର୍ଯ୍ୟନ୍ତ […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଘୂର୍ଣ୍ଣିବଳୟ ଦୁର୍ଗା ପୂଜା ମଉଜକୁ ଫିକା କରି ଦେଇଛି। ଅଷ୍ଟମୀରୁ ଭସାଣି ପର୍ଯ୍ୟନ୍ତ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଦୁର୍ଗାଙ୍କ ଆବାହନଠାରୁ ବିସର୍ଜନ ପର୍ଯ୍ୟନ୍ତ ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷକରି କଟକ ଓ ଭୁବନେଶ୍ୱରରେ ମହାଆଡ଼ମ୍ବରରେ ଦଶହରା ଆୟୋଜନ ହେଉଥିବା ବେଳେ ଚଳିତବର୍ଷ ବର୍ଷା ଏହାକୁ ଫିକା କରି ଦେଇଛି। ଲଘୁଚାପ ଯୋଗୁଁ ନବମୀ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ଦଶହରା ଓ ଭସାଣିରେ ଭାରୀ ବର୍ଷା ଅନୁଭୂତ ହୋଇଛି। ଏମିତି କି ଦଶହରାରେ ଆୟୋଜିତ ହୋଇଥିବା ରାବଣ ପୋଡ଼ି ଅଧିକାଂଶ ସ୍ଥାନରେ ଅସମ୍ପୂର୍ଣ୍ଣ ରହିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶୁକ୍ରବାରଠାରୁ ବର୍ଷାର ପ୍ରକୋପ କମିଲେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ଜାରି ରହିବ। ମାତ୍ର ୯ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମାରେ ରାଜ୍ୟର କିଛି ସ୍ଥାନରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ସକାଳେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ମୁହାଁଇବ। ୮ ତାରିଖରେ ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ମୁହାଁଇବ ଓ ୧୧ ତାରିଖ ପର୍ଯ୍ୟନ୍ତ ସେହି ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିବ। ଏହାପରେ ପରେ ଆଉ ଏକ ଘୂର୍ଣ୍ଣିବଳୟ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଉଣା ଅଧିକେ ବର୍ଷା ଲାଗି ରହିବ। ଏହି ସମୟରେ ଉପକୂଳରେ ଅଧିକ ବର୍ଷା ହେବାକୁ ଥିବା ବେଳେ କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ବର୍ଷାର ପରିମାଣ ସବୁଠାରୁ ଅଧିକ ରହିବ। ଏହି ୩ ଟି ଜିଲ୍ଲାରେ ସାଧାରଣତଃ ଭାବେ ସ୍ୱଳ୍ପ ଓ ୭,୧୧, ଏବଂ ୧୪ରେ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହେବ। ଅନ୍ୟାନ୍ୟ ସ୍ଥାନରେ ସାଧାରଣତଃ ହାଲୁକା ଓ ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଆସନ୍ତା ୨୫ ପାର୍ଯ୍ୟନ୍ତ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ନ ଥିବା ବେଳେ ଉତ୍ତର ପୂର୍ବ ମୌସୁମୀ ଆସିବାରେ ବିଳମ୍ବ ହେବ। ଏହାସହିତ ଉତ୍ତରା ପବନ ନ ଆସିବାରୁ ୨୫ ପର୍ଯ୍ୟନ୍ତ ତାପମାତ୍ରାରେ କମିବ ନାହିଁ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗତ ୩୬ ଘଣ୍ଟାରେ କଟକରେ ୬୫ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୬୬ ମିମି ବର୍ଷା ହୋଇଛି। ସେହିପରି ବାଲେଶ୍ୱରରେ ୫୪ ମିମି. ବର୍ଷା ହୋଇଥିବା ବେଳେ ନୟାଗଡ଼ରେ ୪୧, ଭଦ୍ରକରେ ୮୫, ଢେଙ୍କାନାଳରେ ୫୨, ଯାଜପୁରରେ ୩୭ ମିମି ବର୍ଷା ହୋଇଛି। ଏହା ବାଦ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଅନୁଭୂତ ହୋଇଛି। ସେହିପରି ୯ ତାରିଖରେ ପ୍ରବଳ ବର୍ଷା ଆଶଙ୍କା କରି ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟକୁ ଶକ୍ତିଶାଳୀ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହୁଛି। ଅନ୍ୟପଟେ ଚଳିତ ଅକ୍ଟୋବରରେ ପାଣିପାଗଜନିତ ସ୍ଥିତି ଯୋଗୁଁ ସାମୁଦ୍ରିକ ପରିବେଶ ଅନୁକୂଳ ଥିବାରୁ ବଙ୍ଗୋପସାଗର ଅଶାନ୍ତ ରହିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର