ଖତରୁ ୫୨ ଲକ୍ଷ ଆୟକଲାଣି ବିଏମ୍‌‌ସି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରୁ ସଂଗ୍ରହ ହେଉଥିବା ଅଳିଆକୁ ଖତରେ ପରିଣତ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରାଯାଉଛି। ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବ୍ୟବସ୍ଥା ଆଗକୁ ବଢ଼଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଏମସି ଖତ ବିକି ୫୨ ଲକ୍ଷ ଟଙ୍କା ରୋଜଗାର କରି ସାରିଛି। ରାଜଧାନୀ ସମେତ ଖୋର୍ଦ୍ଧା, ନୟାଗଡ଼, କଟକ, ଢେଙ୍କାନାଳ ଓ ଯାଜପୁର ଆଦି ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ମୋ ଖତ କ୍ରୟ କରୁଛନ୍ତି। ଇତି ମଧ୍ୟରେ […]

ଭୁବନେଶ୍ୱର : ରାଜଧାନୀରୁ ସଂଗ୍ରହ ହେଉଥିବା ଅଳିଆକୁ ଖତରେ ପରିଣତ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରାଯାଉଛି। ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବ୍ୟବସ୍ଥା ଆଗକୁ ବଢ଼଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଏମସି ଖତ ବିକି ୫୨ ଲକ୍ଷ ଟଙ୍କା ରୋଜଗାର କରି ସାରିଛି। ରାଜଧାନୀ ସମେତ ଖୋର୍ଦ୍ଧା, ନୟାଗଡ଼, କଟକ, ଢେଙ୍କାନାଳ ଓ ଯାଜପୁର ଆଦି ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ମୋ ଖତ କ୍ରୟ କରୁଛନ୍ତି। ଇତି ମଧ୍ୟରେ ୨୬୦ ମେଟ୍ରିକ ଟନ୍‌‌ ଖତର ବିକ୍ରୟ କରାଯାଇଥିବା ଜଣାପଡ଼ିଛି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଗୁଡ଼ିକରେ ଓଦା ଅଳିଆକୁ ଖତରେ ପରିଣତ କରାଯାଉଛି। ଯାହାକୁ ପରବର୍ତ୍ତୀ ସମୟରେ ମୋ ଖତ କାଉଣ୍ଟର ସମେତ ଅନଲାଇନ୍‌‌ରେ ବିକ୍ରି କରାଯାଉଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଯଦି କୌଣସି ଲୋକ ୨୫ କିଲୋରୁ ଅଧିକ ଖତ ଆବଶ୍ୟକତା କରୁଛନ୍ତି ତେବେ ସେମାନଙ୍କୁ ହୋମ୍‌‌ ଡେଲିଭରି ମଧ୍ୟ ଦିଆଯାଉଛି। ବଡ଼ କଥା ହେଉଛି ଯେ ଏହି ଖତର ମାନ ଓ ଗୁଣବତ୍ତା ଭଲ ରହୁଥିବାରୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ବୋଲି ବିଏମ୍‌‌ସି କହିଛି। ବର୍ତ୍ତମାନ ରାଜମହଲ ସ୍ଥିତ ଗୋଟିଏ କିଓସ୍କରେ ଏହି ଖତ ବିକ୍ରୟ ହେଉଥିବା ବେଳେ ଖତର ଅଧିକ ଆଦୃତ ଓ ଗ୍ରହଣୀୟତାକୁ ଦେଖି ଅଧିକ ସଂଖ୍ୟାରେ କିଓସ୍କ ସ୍ଥାପନ କରି ବିକ୍ରିକୁ ତ୍ୱରାନ୍ୱିତ କରିବାକୁ ବିଏମସି ଯୋଜନା ରଖିଛି। ଫ୍ଲିପକାର୍ଟର୍ ଓ ଅମାଜନ ଭଳି ସଂସ୍ଥା ସହ ଅନୁବନ୍ଧିତ ହୋଇ ଅନ୍‌‌ଲାଇନରେ ମୋ ଖତ ଯୋଗାଇ ଦିଆଯାଉଛି। ମୋ ଖତରୁ ମିଳୁଥିବା ଲାଭାଂଶକୁ ଏହି କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

23 Feb 2023 By The Sakala

ଖତରୁ ୫୨ ଲକ୍ଷ ଆୟକଲାଣି ବିଏମ୍‌‌ସି

ଭୁବନେଶ୍ୱର : ରାଜଧାନୀରୁ ସଂଗ୍ରହ ହେଉଥିବା ଅଳିଆକୁ ଖତରେ ପରିଣତ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରାଯାଉଛି। ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବ୍ୟବସ୍ଥା ଆଗକୁ ବଢ଼଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଏମସି ଖତ ବିକି ୫୨ ଲକ୍ଷ ଟଙ୍କା ରୋଜଗାର କରି ସାରିଛି। ରାଜଧାନୀ ସମେତ ଖୋର୍ଦ୍ଧା, ନୟାଗଡ଼, କଟକ, ଢେଙ୍କାନାଳ ଓ ଯାଜପୁର ଆଦି ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ମୋ ଖତ କ୍ରୟ କରୁଛନ୍ତି। ଇତି ମଧ୍ୟରେ ୨୬୦ ମେଟ୍ରିକ ଟନ୍‌‌ ଖତର ବିକ୍ରୟ କରାଯାଇଥିବା ଜଣାପଡ଼ିଛି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଗୁଡ଼ିକରେ ଓଦା ଅଳିଆକୁ ଖତରେ ପରିଣତ କରାଯାଉଛି। ଯାହାକୁ ପରବର୍ତ୍ତୀ ସମୟରେ ମୋ ଖତ କାଉଣ୍ଟର ସମେତ ଅନଲାଇନ୍‌‌ରେ ବିକ୍ରି କରାଯାଉଛି।

ଯଦି କୌଣସି ଲୋକ ୨୫ କିଲୋରୁ ଅଧିକ ଖତ ଆବଶ୍ୟକତା କରୁଛନ୍ତି ତେବେ ସେମାନଙ୍କୁ ହୋମ୍‌‌ ଡେଲିଭରି ମଧ୍ୟ ଦିଆଯାଉଛି। ବଡ଼ କଥା ହେଉଛି ଯେ ଏହି ଖତର ମାନ ଓ ଗୁଣବତ୍ତା ଭଲ ରହୁଥିବାରୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ବୋଲି ବିଏମ୍‌‌ସି କହିଛି। ବର୍ତ୍ତମାନ ରାଜମହଲ ସ୍ଥିତ ଗୋଟିଏ କିଓସ୍କରେ ଏହି ଖତ ବିକ୍ରୟ ହେଉଥିବା ବେଳେ ଖତର ଅଧିକ ଆଦୃତ ଓ ଗ୍ରହଣୀୟତାକୁ ଦେଖି ଅଧିକ ସଂଖ୍ୟାରେ କିଓସ୍କ ସ୍ଥାପନ କରି ବିକ୍ରିକୁ ତ୍ୱରାନ୍ୱିତ କରିବାକୁ ବିଏମସି ଯୋଜନା ରଖିଛି। ଫ୍ଲିପକାର୍ଟର୍ ଓ ଅମାଜନ ଭଳି ସଂସ୍ଥା ସହ ଅନୁବନ୍ଧିତ ହୋଇ ଅନ୍‌‌ଲାଇନରେ ମୋ ଖତ ଯୋଗାଇ ଦିଆଯାଉଛି। ମୋ ଖତରୁ ମିଳୁଥିବା ଲାଭାଂଶକୁ ଏହି କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଛି।

https://www.thesakala.in/latest-odisha-news/nayagarh/52-lakh-income-from-fertilizer-to-bmc/article-19209
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର