ନୂଆ ରୂପରେ ନୟାଗଡ଼ର ୮ ବିଦ୍ୟାଳୟ: ଆକର୍ଷଣୀୟ ଶ୍ରେଣୀ ଗୃହ ସାଙ୍ଗକୁ ଲାଇବ୍ରେରୀ ଓ ବିଜ୍ଞାନଗାର

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲାର ୮ଟି ବିଦ୍ୟାଳୟକୁ ପ୍ରାଥମିକ ପର୍ଯ୍ଯାୟରେ ବିଦ୍ୟାଳୟ ରୂପାନ୍ତିକରଣ ଯୋଜନାରେ ସାମିଲ କରାଯାଇ ନିର୍ମାଣ ଓ ସାଜ୍ଜସଜ୍ଜା କାର୍ଯ୍ଯ ଶେଷ ହୋଇଛି। ଏହି ୮ଟି ବିଦ୍ୟାଳୟକୁ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ୫ଟି ଅଧିନରେ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ଯ ହାତକୁ ନେଇଛନ୍ତି । ଏହା ଉଚ୍ଚ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି […]

ନୟାଗଡ଼: ନୟାଗଡ଼ ଜିଲ୍ଲାର ୮ଟି ବିଦ୍ୟାଳୟକୁ ପ୍ରାଥମିକ ପର୍ଯ୍ଯାୟରେ ବିଦ୍ୟାଳୟ ରୂପାନ୍ତିକରଣ ଯୋଜନାରେ ସାମିଲ କରାଯାଇ ନିର୍ମାଣ ଓ ସାଜ୍ଜସଜ୍ଜା କାର୍ଯ୍ଯ ଶେଷ ହୋଇଛି। ଏହି ୮ଟି ବିଦ୍ୟାଳୟକୁ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ୫ଟି ଅଧିନରେ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ଯ ହାତକୁ ନେଇଛନ୍ତି । ଏହା ଉଚ୍ଚ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଲୋଚନା ହେଉଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଏହି ଯୋଜନାରେ ଜିଲ୍ଲାର ୮ଟି ବିଦ୍ୟାଳୟରେ ଅତ୍ୟାଧୁନିକ ଶ୍ରେଣୀ ଗୃହ ତଥା ମଡେଲ୍ କ୍ଲାସ ରୁମ, ଲାଇବ୍ରେରୀ ଏବଂ ବିଜ୍ଞାନଗାର ନିର୍ମାଣ କାର୍ଯ୍ଯ ଶେଷ ହୋଇଛି। ନୟାଗଡ଼ ଜିଲ୍ଲାର ୮ଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି । ସେଥିମଧ୍ୟରେ ରଣପୁର ବ୍ଲକର ଶୁରୁକାବାଡ଼ି ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଡମସାହି ଆଞ୍ଚଳିକ ନୋଡାଲ ଉଚ୍ଚବିଦ୍ୟାଳୟ, ଖଣ୍ଡପଡ଼ା ବ୍ଲକର ବନମାଳୀପୁର ଉଚ୍ଚ ବିଦ୍ୟାଳୟ, ଭାପୁର ବ୍ଲକର ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ, ନୂଆଗାଁ ବ୍ଲକ ଜନଶକ୍ତି ନୋଡଲ୍ ଉଚ୍ଚ ବିଦ୍ୟାଳୟ, ଗଣିଆ ବ୍ଲକର କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ନୟାଗଡ଼ ବ୍ଲକର ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର କୁରାଳ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଥିବା ଜଣାଯାଇଛି। ବିଦ୍ୟାଳୟର ରୂପାନ୍ତିକରଣ ପାଇଁ ପଞ୍ଚାୟତ ପାଣ୍ଠିରୁ ୨୦ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ ରଖିଛନ୍ତି। ଆସନ୍ତା ୧୬ ତାରିଖରେ ଏହି ରୂପାନ୍ତିକରଣ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଜିଲ୍ଲା ପ୍ରଶାସନ ସୁତ୍ରରୁ ସୂଚନା ମିଳିଛି । ଦ୍ୱିତୀୟ ପର୍ଯ୍ଯାୟରେ ଜିଲ୍ଲାର ୮୦ ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତିକରଣ ଯୋଜନାରେ ସାମିଲ କରାଯାଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

14 Nov 2021 By The Sakala

ନୂଆ ରୂପରେ ନୟାଗଡ଼ର ୮ ବିଦ୍ୟାଳୟ: ଆକର୍ଷଣୀୟ ଶ୍ରେଣୀ ଗୃହ ସାଙ୍ଗକୁ ଲାଇବ୍ରେରୀ ଓ ବିଜ୍ଞାନଗାର

ନୟାଗଡ଼: ନୟାଗଡ଼ ଜିଲ୍ଲାର ୮ଟି ବିଦ୍ୟାଳୟକୁ ପ୍ରାଥମିକ ପର୍ଯ୍ଯାୟରେ ବିଦ୍ୟାଳୟ ରୂପାନ୍ତିକରଣ ଯୋଜନାରେ ସାମିଲ କରାଯାଇ ନିର୍ମାଣ ଓ ସାଜ୍ଜସଜ୍ଜା କାର୍ଯ୍ଯ ଶେଷ ହୋଇଛି। ଏହି ୮ଟି ବିଦ୍ୟାଳୟକୁ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ୫ଟି ଅଧିନରେ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ଯ ହାତକୁ ନେଇଛନ୍ତି । ଏହା ଉଚ୍ଚ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଲୋଚନା ହେଉଛି ।

ଏହି ଯୋଜନାରେ ଜିଲ୍ଲାର ୮ଟି ବିଦ୍ୟାଳୟରେ ଅତ୍ୟାଧୁନିକ ଶ୍ରେଣୀ ଗୃହ ତଥା ମଡେଲ୍ କ୍ଲାସ ରୁମ, ଲାଇବ୍ରେରୀ ଏବଂ ବିଜ୍ଞାନଗାର ନିର୍ମାଣ କାର୍ଯ୍ଯ ଶେଷ ହୋଇଛି। ନୟାଗଡ଼ ଜିଲ୍ଲାର ୮ଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି । ସେଥିମଧ୍ୟରେ ରଣପୁର ବ୍ଲକର ଶୁରୁକାବାଡ଼ି ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଡମସାହି ଆଞ୍ଚଳିକ ନୋଡାଲ ଉଚ୍ଚବିଦ୍ୟାଳୟ, ଖଣ୍ଡପଡ଼ା ବ୍ଲକର ବନମାଳୀପୁର ଉଚ୍ଚ ବିଦ୍ୟାଳୟ, ଭାପୁର ବ୍ଲକର ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ, ନୂଆଗାଁ ବ୍ଲକ ଜନଶକ୍ତି ନୋଡଲ୍ ଉଚ୍ଚ ବିଦ୍ୟାଳୟ, ଗଣିଆ ବ୍ଲକର କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ନୟାଗଡ଼ ବ୍ଲକର ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର କୁରାଳ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଥିବା ଜଣାଯାଇଛି। ବିଦ୍ୟାଳୟର ରୂପାନ୍ତିକରଣ ପାଇଁ ପଞ୍ଚାୟତ ପାଣ୍ଠିରୁ ୨୦ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ ରଖିଛନ୍ତି। ଆସନ୍ତା ୧୬ ତାରିଖରେ ଏହି ରୂପାନ୍ତିକରଣ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଜିଲ୍ଲା ପ୍ରଶାସନ ସୁତ୍ରରୁ ସୂଚନା ମିଳିଛି । ଦ୍ୱିତୀୟ ପର୍ଯ୍ଯାୟରେ ଜିଲ୍ଲାର ୮୦ ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତିକରଣ ଯୋଜନାରେ ସାମିଲ କରାଯାଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

https://www.thesakala.in/latest-odisha-news/nayagarh/4-old-schools-in-new-look/article-6853
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର