ସରକାରଙ୍କୁ ନବୀନଙ୍କ ‘ମହାନଦୀ’ ପ୍ରଶ୍ନ, ସ୍ପଷ୍ଟ କରନ୍ତୁ ‘ଆପୋସ’ ସଂଜ୍ଞା…

The Sakala Picture
Published On

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମସ୍ୟାକୁ ନେଇ ଆଜି ରାଜ୍ୟ ସରକାରଙ୍କ ସାମ୍ନାରେ ଏକାଧିକ ଗମ୍ଭୀର ପ୍ରଶ୍ନ ଉପସ୍ଥାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଜରିଆରେ ମହାନଦୀ ଜଳ ସମସ୍ୟାର ସମାଧାନ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି ବୋଲି ସରକାରୀ ଭାବେ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ(ଏଜି) ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି। […]

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମସ୍ୟାକୁ ନେଇ ଆଜି ରାଜ୍ୟ ସରକାରଙ୍କ ସାମ୍ନାରେ ଏକାଧିକ ଗମ୍ଭୀର ପ୍ରଶ୍ନ ଉପସ୍ଥାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଜରିଆରେ ମହାନଦୀ ଜଳ ସମସ୍ୟାର ସମାଧାନ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି ବୋଲି ସରକାରୀ ଭାବେ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ(ଏଜି) ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି। ତେବେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିବା ଏହି ପାରସ୍ପରିକ ବୁଝାମଣା (ଆପୋସ) କ’ଣ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶା କ’ଣ ଆଇନଗତ ଲଢେ଼ଇରୁ ଓହରିଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି କି ବୋଲି ନବୀନ ପ୍ରଶ୍ନ ଉଠାଇବା ସହ ଏହାଦ୍ୱାରା ଓଡ଼ିଶାର ହକ୍‌ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି ମହାନଦୀ ପାଣିକୁ ନେଇ ଓଡ଼ିଶାର ଯଥାର୍ଥ ଓ ନ୍ୟାଯ୍ୟ ଦାବିକୁ କଣ ବନ୍ଦଦ୍ୱାର ପଛପଟେ ଦୁର୍ବଳ କରିଦିଆଯାଉଛି ବୋଲି ନବୀନ ଶାଣିତ ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ସୂଚନା ଦେଇ ନବୀନ କହିଛନ୍ତି ଯେ ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ଛତିଶଗଡ଼ର ବିଜେପି ସରକାରଙ୍କ ସହିତ କେଉଁ ପ୍ରକାରର ଆପୋସ ବୁଝାମଣା ପାଇଁ ବିଚାର କରାଯାଉଛି କିମ୍ୱା ଏନେଇ ନିଷ୍ପତ୍ତି ନିଆସରିଛି, ତାହା ସରକାର ସର୍ବଦଳୀୟ ବୈଠକରେ ସ୍ପଷ୍ଟ କରିବା ଉଚିତ। ଓଡ଼ିଶା କ’ଣ ଆଇନଗତ ପଥରୁ ଓହରି ଯାଉଛି ନା ଟ୍ରିବ୍ୟୁନାଲରେ ନିଜ ଲଢେ଼ଇ ଜାରି ରଖିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଆସନ୍ତା ଅଗଷ୍ଟ ୨ ତାରିଖରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି। ଶୁଣାଣିକୁ ଆଉ ମାତ୍ର ୮ ଦିନ ବାକି ରହିଛି। ହାତରେ ଏତେ କମ୍‌ ସମୟ ଥିଲେ ମଧ୍ୟ ସରକାର ଏନେଇ ଚୁପ୍‌ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ସରକାର କାହିିଁକି ବିଭିନ୍ନ ରାଜନୈତିକ ଦଳ, ଅଂଶୀଦାର ଏବଂ ସାଧାରଣ ଲୋକଙ୍କୁ ବିଶ୍ୱାସକୁ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ବୀନ ପୁଣି କହିଛନ୍ତି ଯେ, ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ଓଡ଼ିଶାର ଆତ୍ମା। ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରହିବାର ଆବଶ୍ୟକତା ରହିଛି। ୨୦୧୮ ମସିହା ଜାନୁଆରୀ ୨୩ ତାରିଖରେ ତତ୍କାଳୀନ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଜେଡିର ନିରନ୍ତର ପ୍ରୟାସ ଏବଂ ପ୍ରବଳ ଜନସାଧାରଣଙ୍କ ଚାପ କାରଣରୁ ସେତେବେଳେ କେନ୍ଦ୍ର କ୍ୟାବିନେଟ ଟ୍ରିବ୍ୟୁନାଲ ଗଠନ କରିବାକୁ ଅନୁମୋଦନ ଦେଇଥିଲେ। ଏହାପରେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବାକୁ ଯାଇ ସରକାରୀ ଭାବେ ଟ୍ରିବ୍ୟୁନାଲର ଗଠନ କରିଥିଲେ। ଏତେ ପରିଶ୍ରମରେ ଓଡ଼ିଶା ଜାରି ରଖିଥିବା ଏହି ଆଇନଗତ ଲଢେ଼ଇ ଏବେ ଯେ ଦୁର୍ବଳ ହେବାରେ ଲାଗିଛି, ସେନେଇ ଏବେ ସାଧାରଣରେ ଚିନ୍ତା ବୃଦ୍ଧି ପାଇଲାଣି। ଛତିଶଗଡ଼ ସହ କେଉଁ ପ୍ରକାର ପାରସ୍ପରିକ ବୁଝାମଣା ହେବାକୁ ଯାଉଛି ସେନେଇ ରାଜ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି କିମ୍ବା ଲୋକଙ୍କୁ ବିଶ୍ୱାସକୁ ନେଉନାହାନ୍ତି। ରାଜ୍ୟ ସରକାର କଣ ଆଇନଗତ ଦିଗକୁ ପରିତ୍ୟାଗ କରିଛନ୍ତି? ମହାନଦୀ ପାଣିକୁ ନେଇ ଓଡ଼ିଶାର ଯଥାର୍ଥ ଓ ନ୍ୟାୟ ଦାବିକୁ କଣ ବନ୍ଦ ଦ୍ୱାର ପଛପଟେ ଦୁର୍ବଳ କରିଦିଆଯାଉଛି ବୋଲି ନବୀନ ପ୍ରଶ୍ନ କରିବା ସହ ରାଜ୍ୟ ସରକାରଙ୍କଠାରୁ ଏହାର ତକ୍କାଳ ଏବଂ ପାରଦର୍ଶୀ ଉତ୍ତର ଆଶା କରିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର