ନବୀନଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା : ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ୭

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ରାଜ୍ୟ ସରକାରଙ୍କ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ରାଜ୍ୟରେ ପଶ୍ଚିମ ଓଡ଼ିଶାରେ ବିକାଶ ହେଉନଥିବା ଏବଂ ପଛୁଆ ରହିଯାଇଥିବା ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ‘ମିଶନ୍‍ ପଶ୍ଚିମ ଓଡ଼ିଶା’ ଅଧୀନରେ […]

ଭୁବନେଶ୍ବର : ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ରାଜ୍ୟ ସରକାରଙ୍କ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ରାଜ୍ୟରେ ପଶ୍ଚିମ ଓଡ଼ିଶାରେ ବିକାଶ ହେଉନଥିବା ଏବଂ ପଛୁଆ ରହିଯାଇଥିବା ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ‘ମିଶନ୍‍ ପଶ୍ଚିମ ଓଡ଼ିଶା’ ଅଧୀନରେ ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଓ ନିର୍ମାଣ କାର୍ଯ୍ୟକ୍ରମକୁ  ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ମଧ୍ୟ ନବୀନ ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ସ୍ଥାନ ଦେଇଛନ୍ତି। ଆଜି ଶପଥ ନେବାକୁ ଥିବା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ନିକଟରେ ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପଠାଇବାକୁ ନବୀନ ନିଷ୍ପତ୍ତି ନେଇଥିବାବେଳେ ୨ ଜଣ ମହିଳାଙ୍କ ସମେତ ୭ଜଣଙ୍କୁ ମନ୍ତ୍ରୀ ପଦ ଦେଇ ସରକାରରେ ଭାରସାମ୍ୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି। ନବକିଶୋର ଦାସ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ରୋହିତ ପୂଜାରୀ, ଟୁକୁନୀ ସାହୁ ଓ ରୀତା ସାହୁଙ୍କୁ ସରକାରରେ ସାମିଲ କରାଯିବା ନେଇ ଆପାତତଃ ସୂଚନା ମିଳିଛି। ସେହିପରି ଉପମୁଖ୍ୟ ସଚେତକ ପଦରେ ପଶ୍ଚିମ ଓଡ଼ିଶାର ଅନ୍ୟଜଣେ ବିଧାୟକ ସରୋଜ ମେହେରଙ୍କୁ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ଆଜି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ନୂଆ ମନ୍ତ୍ରୀମଣ୍ଡଳ ପାଇଁ ଚୂଡ଼ାନ୍ତ ତାଳିକାରେ ପଶ୍ଚିମ ଓଡ଼ିଶାରୁ ୭ ଜନପ୍ରତିନିଧିଙ୍କ ନାମ ରହିଛି। କେବଳ ସେତିକି ନୁହେଁ, ଗତକାଲି ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ମହିଳା ଥିବା ବେଳେ ଏଥର କିନ୍ତୁ ୨ ବିଧାୟିକାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳୁଛି।ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବମୋଟ ୨ଟି ବିଧାନସଭା କ୍ଷେତ୍ର ଥିବା ଉଭୟ ବିଧାୟକ ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରା ମନ୍ତ୍ରୀ ହୋଇଥିଲେ। ସେହିପରି ବଲାଂଗୀର ଜିଲ୍ଲାରୁ ଟୁକୁନି ସାହୁ, କଳାହାଣ୍ଡି ଜିଲ୍ଲାରୁ ଦିବ୍ୟଶଙ୍କର ମିଶ୍ର, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ ଏବଂ ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ ମନ୍ତ୍ରୀ ଥିଲେ। ଆଜିର ଚୂଡ଼ାନ୍ତ ତାଲିକାରେ ଏହି ୬ ଜଣଙ୍କ ମଧ୍ୟରୁ କେବଳ ନିରଂଜନ ପୂଜାରୀ, ନବକିଶୋର ଦାସ ଓ ଟୁକୁନି ସାହୁଙ୍କ ନାମ ରହିଛି। ପଶ୍ଚିମ ଓଡ଼ିଶାର ସବୁଠାରୁ କ୍ଷମତାଶାଳୀ ନେତା ସୁଶାନ୍ତ ସିଂହଙ୍କ ସହିତ ପଦ୍ମନାଭ ବେହେରା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ନାହିଁ ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ନୂଆ ମନ୍ତ୍ରୀମଣ୍ଡଳରେ ସୁଶାନ୍ତ ସିଂହଙ୍କ ନାମ ନଥିବାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ ସାଂଗଠନିକ ଗୁରୁଦାୟିତ୍ବ ଦେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୩ ମନ୍ତ୍ରୀ ବିହୀନ ଜିଲ୍ଲା ସମ୍ବଲପୁର, ନୂଆପଡ଼ା ଓ ବୌଦ୍ଧକୁ ଏଥର ମନ୍ତ୍ରୀ ପଦ ମିଳିଛି। ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ଓ ସମ୍ବଲପୁର ଜିଲ୍ଲାରୁ ଇଂ.ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହଙ୍କ ପରିବର୍ତ୍ତେ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଉଛି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ୫ମ ପାଳିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ବୃଦ୍ଧି ହେବା ସହ ପ୍ରତି ଜିଲ୍ଲାରେ କାର୍ଯ୍ୟାଳୟ କାର୍ଯ୍ୟକାରୀ କରାଇଥିଲେ। କରୋନା ମହାମାରୀ ପରେ ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ଅନ୍ୟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ। ଏହା ମଧ୍ୟରେ ଜଳସେଚନ ପ୍ରକଳ୍ପକୁ ସର୍ବଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବବୃହତ ତଥା ୨୦ ହଜାର କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍‍ ମଧ୍ୟ ନିର୍ମାଣାଧୀନ ରହିଛି।

05 Jun 2022 By The Sakala

ନବୀନଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା : ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ୭

ଭୁବନେଶ୍ବର : ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ରାଜ୍ୟ ସରକାରଙ୍କ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ରାଜ୍ୟରେ ପଶ୍ଚିମ ଓଡ଼ିଶାରେ ବିକାଶ ହେଉନଥିବା ଏବଂ ପଛୁଆ ରହିଯାଇଥିବା ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ‘ମିଶନ୍‍ ପଶ୍ଚିମ ଓଡ଼ିଶା’ ଅଧୀନରେ ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଓ ନିର୍ମାଣ କାର୍ଯ୍ୟକ୍ରମକୁ  ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।

ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ମଧ୍ୟ ନବୀନ ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ସ୍ଥାନ ଦେଇଛନ୍ତି। ଆଜି ଶପଥ ନେବାକୁ ଥିବା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ନିକଟରେ ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପଠାଇବାକୁ ନବୀନ ନିଷ୍ପତ୍ତି ନେଇଥିବାବେଳେ ୨ ଜଣ ମହିଳାଙ୍କ ସମେତ ୭ଜଣଙ୍କୁ ମନ୍ତ୍ରୀ ପଦ ଦେଇ ସରକାରରେ ଭାରସାମ୍ୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି। ନବକିଶୋର ଦାସ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ରୋହିତ ପୂଜାରୀ, ଟୁକୁନୀ ସାହୁ ଓ ରୀତା ସାହୁଙ୍କୁ ସରକାରରେ ସାମିଲ କରାଯିବା ନେଇ ଆପାତତଃ ସୂଚନା ମିଳିଛି। ସେହିପରି ଉପମୁଖ୍ୟ ସଚେତକ ପଦରେ ପଶ୍ଚିମ ଓଡ଼ିଶାର ଅନ୍ୟଜଣେ ବିଧାୟକ ସରୋଜ ମେହେରଙ୍କୁ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।

ଆଜି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ନୂଆ ମନ୍ତ୍ରୀମଣ୍ଡଳ ପାଇଁ ଚୂଡ଼ାନ୍ତ ତାଳିକାରେ ପଶ୍ଚିମ ଓଡ଼ିଶାରୁ ୭ ଜନପ୍ରତିନିଧିଙ୍କ ନାମ ରହିଛି। କେବଳ ସେତିକି ନୁହେଁ, ଗତକାଲି ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ମହିଳା ଥିବା ବେଳେ ଏଥର କିନ୍ତୁ ୨ ବିଧାୟିକାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳୁଛି।ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବମୋଟ ୨ଟି ବିଧାନସଭା କ୍ଷେତ୍ର ଥିବା ଉଭୟ ବିଧାୟକ ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରା ମନ୍ତ୍ରୀ ହୋଇଥିଲେ। ସେହିପରି ବଲାଂଗୀର ଜିଲ୍ଲାରୁ ଟୁକୁନି ସାହୁ, କଳାହାଣ୍ଡି ଜିଲ୍ଲାରୁ ଦିବ୍ୟଶଙ୍କର ମିଶ୍ର, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ ଏବଂ ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ ମନ୍ତ୍ରୀ ଥିଲେ। ଆଜିର ଚୂଡ଼ାନ୍ତ ତାଲିକାରେ ଏହି ୬ ଜଣଙ୍କ ମଧ୍ୟରୁ କେବଳ ନିରଂଜନ ପୂଜାରୀ, ନବକିଶୋର ଦାସ ଓ ଟୁକୁନି ସାହୁଙ୍କ ନାମ ରହିଛି। ପଶ୍ଚିମ ଓଡ଼ିଶାର ସବୁଠାରୁ କ୍ଷମତାଶାଳୀ ନେତା ସୁଶାନ୍ତ ସିଂହଙ୍କ ସହିତ ପଦ୍ମନାଭ ବେହେରା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ନାହିଁ ।

ନୂଆ ମନ୍ତ୍ରୀମଣ୍ଡଳରେ ସୁଶାନ୍ତ ସିଂହଙ୍କ ନାମ ନଥିବାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ ସାଂଗଠନିକ ଗୁରୁଦାୟିତ୍ବ ଦେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୩ ମନ୍ତ୍ରୀ ବିହୀନ ଜିଲ୍ଲା ସମ୍ବଲପୁର, ନୂଆପଡ଼ା ଓ ବୌଦ୍ଧକୁ ଏଥର ମନ୍ତ୍ରୀ ପଦ ମିଳିଛି। ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ଓ ସମ୍ବଲପୁର ଜିଲ୍ଲାରୁ ଇଂ.ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହଙ୍କ ପରିବର୍ତ୍ତେ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଉଛି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ୫ମ ପାଳିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ବୃଦ୍ଧି ହେବା ସହ ପ୍ରତି ଜିଲ୍ଲାରେ କାର୍ଯ୍ୟାଳୟ କାର୍ଯ୍ୟକାରୀ କରାଇଥିଲେ। କରୋନା ମହାମାରୀ ପରେ ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ଅନ୍ୟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ। ଏହା ମଧ୍ୟରେ ଜଳସେଚନ ପ୍ରକଳ୍ପକୁ ସର୍ବଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବବୃହତ ତଥା ୨୦ ହଜାର କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍‍ ମଧ୍ୟ ନିର୍ମାଣାଧୀନ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର