କୋକିଳାବେନ୍ ହସ୍ପିଟାଲରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଦେଖିଲେ ନବୀନ

The Sakala Picture
Published On

ଭୁବନେଶ୍ବର: ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳ। ସାରା ଦୁନିଆରୁ ଛୁଟିଆସିଛନ୍ତି ଭକ୍ତ। ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ସେପଟେ ଚିକିତ୍ସିତ ଅବସ୍ଥାରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ଆରୋଗ୍ୟ ଲାଭ କରୁଥିବା ନବୀନ ଆଜି ନନ୍ଦିଘୋଷ ଟିଭି ଜରିଆରେ ଦେଖିଛନ୍ତି ରଥାଯାତ୍ରା ସିଧାପ୍ରସାରଣ। ଡାକ୍ତରଖାନା ଶଯ୍ୟାରେ ରହି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ରାଜ୍ଯବାସୀଙ୍କ କଲ୍ୟାଣ କାମନା କରିଛନ୍ତି […]

ଭୁବନେଶ୍ବର: ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳ। ସାରା ଦୁନିଆରୁ ଛୁଟିଆସିଛନ୍ତି ଭକ୍ତ। ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ସେପଟେ ଚିକିତ୍ସିତ ଅବସ୍ଥାରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ଆରୋଗ୍ୟ ଲାଭ କରୁଥିବା ନବୀନ ଆଜି ନନ୍ଦିଘୋଷ ଟିଭି ଜରିଆରେ ଦେଖିଛନ୍ତି ରଥାଯାତ୍ରା ସିଧାପ୍ରସାରଣ। ଡାକ୍ତରଖାନା ଶଯ୍ୟାରେ ରହି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ରାଜ୍ଯବାସୀଙ୍କ କଲ୍ୟାଣ କାମନା କରିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସର୍ଭିକାଲ ଆର୍ଥ୍ରାଇଟିସରେ ପୀଡ଼ିତ ନବୀନଙ୍କ ସଫଳ ଅସ୍ତ୍ରୋପଚାର ପରେ ଏବେ ତାଙ୍କର ଫିଜିଓଥେରାପି ଚାଲିଛି। ରଥଯାତ୍ରା ଅବସରରେ ବିଜେଡି ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକମାନେ ମଧ୍ଯ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜ ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇ ସେ ଓଡ଼ିଶା ଫେରିଆସିବେ ବୋଲି କାଳିଆଠାକୁର ପାଖରେ ପ୍ରାର୍ଥନା କରିଛନ୍ତି ଦଳୀୟ ନେତା।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର