ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ରେଳ ପ୍ରକଳ୍ପକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ନବୀନ….

The Sakala Picture
Published On

ଭୁବନେଶ୍ବର: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ  ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ କ୍ୟାମ୍ପେନରେ ପଦ୍ମପୁରରେ କର୍ମୀ ଓ ପଦ୍ମପୁରବାସୀ ବେସ ଉତ୍ସାହିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଜୟ ନୃସିଂହନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଥିଲେ ନବୀନ । ଖାଲି ଏତିକି ନୁହେଁ ପଦମପୁରବାସୀଙ୍କୁ ଜୁହାର ମଧ୍ଯ ଜଣାଇଥିଲେ। […]

ଭୁବନେଶ୍ବର: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ  ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ କ୍ୟାମ୍ପେନରେ ପଦ୍ମପୁରରେ କର୍ମୀ ଓ ପଦ୍ମପୁରବାସୀ ବେସ ଉତ୍ସାହିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଜୟ ନୃସିଂହନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଥିଲେ ନବୀନ । ଖାଲି ଏତିକି ନୁହେଁ ପଦମପୁରବାସୀଙ୍କୁ ଜୁହାର ମଧ୍ଯ ଜଣାଇଥିଲେ। ଏତେ ସଂଖ୍ୟାରେ ସଭାରେ ସାମିଲ ହୋଇଥିବାରୁ ସ୍ଥାନୀୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ। ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ନବୀନ । କେନ୍ଦ୍ର ଲାେକଙ୍କୁ ଭୁଆଁ ବୁଲାଉଛି।  ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଁ ଆପଣଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି, ଆପଣଙ୍କ ହକ୍ ପାଇଁ ଲଢିବି । ପଦମପୁର ରେଳ ଷ୍ଟେସନ କେଉଁଠି ବୋଲି ନବୀନ ପ୍ରଶ୍ନ କରିିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

୨୦୧୮ରେ କେନ୍ଦ୍ରମନ୍ତ୍ରୀ କହିଥିଲେ ବରଗଡରୁ ପଦ୍ମପୁର ଦେଇ ଟ୍ରେନ୍ ନୂଆପଡା ଯିବ । ବିଜେପୁର ଉପ-ନିର୍ବାଚନ ସମୟରେ ଏମିତି କହିଥିଲେ । ୨୦୨୨ରେ ଦୁଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କହୁଛନ୍ତି ଓଡ଼ିଶା ସରକାର ଜମି ଦେଲେ, କାମ ଆରମ୍ଭ କରିବେ । ପଦ୍ମପୁର ଉପ-ନିର୍ବାଚନ ବେଳେ ଏଭଳି ଘୋଷଣା କରୁଛନ୍ତି । ମାନ୍ୟବାର କେନ୍ଦ୍ରମନ୍ତ୍ରୀ କହିବେ କି, ଏହି ରେଲୱେ ଲାଇନ୍ କେଉଁ ଗାଁ ଦେଇ ଯିବ, ଷ୍ଟେସନ କେଉଁଠି ହେବ, କେଉଁଠି ବ୍ରିଜ ହେବ । ଜମି ଦେବାକୁ କେନ୍ଦ୍ରମନ୍ତ୍ରୀ କହିଲେ କିନ୍ତୁ କେଉଁ ଗାଁରେ କେତେ ଜମି ଦରକାର ତାହାର ସର୍ଭେ କରିଛନ୍ତି କି? ଡିପିଆର କରିଛନ୍ତି କି? ରାଜ୍ୟ ସରକାରଙ୍କ ପାଖରେ ଜମି ପାଇଁ ଆବେଦନ କରିଛନ୍ତି କି? କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନାହିଁ ତେଣୁ ପଦ୍ମପୁରବାସୀଙ୍କୁ କାହିଁକି ମିଛ କହିଲେ । ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର