ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ମନରେଗା ହିତାଧିକାରୀଙ୍କ ମଜୁରୀ ସଠିକ ସମୟରେ ପ୍ରଦାନ ନେଇ କଲେ ଦାବି

The Sakala Picture
Published On

ଭୁବନେଶ୍ବର : ମନରେଗା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ମନରେଗା ଯୋନଜନାରେ ତାର  ଅଂଶ ସଠିକ ସମୟରେ ପ୍ରଦାନ କରୁନାହିଁ ଯାହା ଫଳରେ ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ମିଳିପାରୁନି। ତେଣୁ ସେମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ଯୋଗାଇ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ବର : ମନରେଗା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ମନରେଗା ଯୋନଜନାରେ ତାର  ଅଂଶ ସଠିକ ସମୟରେ ପ୍ରଦାନ କରୁନାହିଁ ଯାହା ଫଳରେ ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ମିଳିପାରୁନି। ତେଣୁ ସେମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ଯୋଗାଇ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ମୁଖ୍ୟମନ୍ତ୍ରୀ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ  ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର ‘ରିଭଲଭିଙ୍ଗ ଫଣ୍ଡ’ ଗଠନ କରିଛନ୍ତି। କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଉକ୍ତ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଏ । ଏହି ଫଣ୍ଡ ସହ କେନ୍ଦ୍ର ସରକାର ମନରେଗା ସଫ୍ଟେଓ୍ବରକୁ ସଂଯୁକ୍ତ କଲେ ଧାର୍ଯ୍ୟ ସମୟରେ ମନରେଗା ବାବଦ କେନ୍ଦ୍ରୀୟ ଅଂଶ ମିଳିବାରେ ଅସୁବିଧା ହୁଅନ୍ତା ନାହିଁ । ଏହାଦ୍ବାରା ରିଭଲଭିଙ୍ଗ ଫଣ୍ଡକୁ ପାଣ୍ଠିର ଅଭାବ ରହନ୍ତା ନାହିଁ। ଯାହା ଦ୍ୱାରା ମନରେଗା ହିତାଧିକାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ। ଏ ଦିଗରେ ରାଜ୍ୟର ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଚିଠିରେ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା


ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସଠିକ୍ କର୍ଯ୍ୟାନ୍ୱୟନ ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ମନରେଗାରେ ନିଯୁକ୍ତ ଶ୍ରମିକମାନଙ୍କୁ ଠିକ ସମୟରେ ଶତ ପ୍ରତିଶତ ମଜୁରୀ ପ୍ରଦାନ କରୁଛନ୍ତି। ତା ସହିତ ଏହାର ଲାଭ କିପରି ପ୍ରତ୍ୟେକ ହିତାଧିକାରୀ ପାଇପାରିବେ ସେନେଇ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ସର୍ବଦା ରାଜ୍ୟକୁ ମନରେଗା ବାବଦ ଅର୍ଥ ପ୍ରଦାନ କରିବାରେ ବିଳମ୍ବ କରୁଛନ୍ତି। ଯାହା ଫଳରେ ଶ୍ରମିକଙ୍କୁ ସଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନି। ତେଣୁ ଏହି ପ୍ରାପ୍ୟକୁ ସଠିକ୍ ସମୟରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି ।


ନବୀନ ଚିଠିରେ ଦର୍ଶାଇଛନ୍ତି, କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅଧିକ କାମଧନ୍ଦା ଯୋଗାଇବାକୁ କେନ୍ଦ୍ର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲା । ରାଜ୍ୟଗୁଡ଼ିକ ଲୋକମାନଙ୍କୁ ଢେର ଅଧିକ କାମ ଯୋଗାଇବାରେ ସମର୍ଥ ହେଲେ । ମନରେଗା ଜବକାର୍ଡଧାରୀଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ରିଭଲଭିଙ୍ଗ ଫଣ୍ଡ ଗଠନ କରି ୧ ହଜାର କୋଟିର ପାଣ୍ଠି ବରାଦ କରିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଏଇଆ ଯେ, ଏ ପାଣ୍ଠିରୁ ଶ୍ରମିକଙ୍କ ମଜୁରୀ ବାବଦ ଟଙ୍କା ପୈଠ କରାଯିବ । କେନ୍ଦ୍ର ସରକାର ନିଜସ୍ବ ଭାଗ ପାଣ୍ଠ ଦେଲେ ଏହା ଭରଣା ହେବ । ମାତ୍ର କେନ୍ଦ୍ର ସରକାର ଏ ବାବଦରେ ପାଣ୍ଠି ବିଳମ୍ବରେ ଦେଉଛନ୍ତି । ତେଣୁ ଏ ଦିଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର