ମନୋରଞ୍ଜନ
ଆଜି ବରଗଡ଼ ଓ ବଲାଙ୍ଗୀରରେ ମାରାଥନ ପ୍ରଚାର କରିବେ ନବୀନ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ନବୀନ ପଟ୍ଟନାୟକ । ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ମାରାଥନ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ପଶ୍ଚିମ ଓଡ଼ିଶାର ଦୁଇଟି ଲୋକସଭା କ୍ଷେତ୍ରର ୪ଟି ସ୍ଥାନରେ ନନଷ୍ଟର ପ୍ରଚାର କରିବେ ବିଜେଡି ସୁପ୍ରିମୋ । ନିଜେ ଲଢୁଥିବା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ନବୀନ । ମୁଖ୍ୟମନ୍ତ୍ରୀ ସକାଳ ୧୦ଟା […]
ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ନବୀନ ପଟ୍ଟନାୟକ । ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ମାରାଥନ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ପଶ୍ଚିମ ଓଡ଼ିଶାର ଦୁଇଟି ଲୋକସଭା କ୍ଷେତ୍ରର ୪ଟି ସ୍ଥାନରେ ନନଷ୍ଟର ପ୍ରଚାର କରିବେ ବିଜେଡି ସୁପ୍ରିମୋ । ନିଜେ ଲଢୁଥିବା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ନବୀନ ।
ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୪୫ରେ ଉତକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡାରେ ସେ ଜନସଭାକୁ ସମ୍ବୋଧନ କରିବେ । ପରେ ମୁରିବାହାଲରେ ଜନସଭାରେ ଯୋଗଦେବେ । ସେଠାରୁ ବଲାଙ୍ଗୀର ଯାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଆଶୀର୍ବାଦ ମାଗିବେ । ପରେ ଅପରାହ୍ନରେ ବରଗଡ଼ ଯାଇ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।