ନନ୍ଦିଘୋଷ ରଥ ଅଟକିବା ଘଟଣା, ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ…
ଭୁବନେଶ୍ବର: ଗତ ୩ ଦଶନ୍ଧି ମଧ୍ୟରେ ଯାହା ଘଟି ନ ଥିଲା, ତାହା ଗତକାଲି ଘଟିଲା। ଗତକାଲି ଶରଧାବାଲିରେ ଗୋଟିଏ ବି ରଥ ପହଞ୍ଚି ପାରିଲା ନାହିଁ । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ପାରିଲା ନାହିଁ, ଶେଷରେ ରାତିରେ ଆଲୁଅ ଲଗାଇ ନନ୍ଦିଘୋଷ ରଥକୁ କେଇ ହାତ ଟଣାଯାଇ ବିଧି ରକ୍ଷା କରାଗଲା। ଯାହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ, ସେବାୟତମାନଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିିଥିଲା। ଏହାକୁ […]
ଭୁବନେଶ୍ବର: ଗତ ୩ ଦଶନ୍ଧି ମଧ୍ୟରେ ଯାହା ଘଟି ନ ଥିଲା, ତାହା ଗତକାଲି ଘଟିଲା। ଗତକାଲି ଶରଧାବାଲିରେ ଗୋଟିଏ ବି ରଥ ପହଞ୍ଚି ପାରିଲା ନାହିଁ । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ପାରିଲା ନାହିଁ, ଶେଷରେ ରାତିରେ ଆଲୁଅ ଲଗାଇ ନନ୍ଦିଘୋଷ ରଥକୁ କେଇ ହାତ ଟଣାଯାଇ ବିଧି ରକ୍ଷା କରାଗଲା। ଯାହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ, ସେବାୟତମାନଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିିଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆମେ ଏଠାରେ କାହାରିକୁ ଦୋଷ ଦେଉ ନାହୁଁ, ହେଲେ ଆମ ରାଜ୍ୟର ସବୁଠାରୁ ବଡ଼ ଉତ୍ସବ ସମୟରେ ଘଟଣା ଯେଉଁଭଳି ଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହି ପାରୁନାହୁଁ ବୋଲି କହିଛନ୍ତି।
We aren’t here to point fingers or blame the administration for yesterday’s inordinate delay in pulling the Nandighosha chariot. But it’s impossible not to voice our deep concern and anguish over how things unfolded during the most sacred event in our State.
It’s hard to forget… pic.twitter.com/VWZ6wvYaZV
ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ— Naveen Patnaik (@Naveen_Odisha) June 28, 2025
ଗତ ବର୍ଷ ବଳଭଦ୍ରଙ୍କୁ ପହଣ୍ଡିବେଳେ ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହା ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରିଥିଲ। ଏହାକୁ ଭୁଲିବା କଷ୍ଟ। ଏ ବର୍ଷ ଆମେ ଆମେ ଦେଖିଲୁ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ସନ୍ଧ୍ୟା ୭:୪୫ ପର୍ୟ୍ୟନ୍ତ ଅଟକି ରହିଥିଲା । ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗତି କରିଥିଲା। ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ ଓ ହତାଶ କରିଛି। ଭିଡ଼ ପରିଚାଳନାରେ ତ୍ରୁଟି ଯୋଗୁଁ ଶହ ଶହ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।
ଆମେ କେବଳ ପ୍ରାର୍ଥନା କରିବା ଯେ: ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବକୁ ବିପର୍ଯ୍ୟସ୍ତ କରିଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ସରକାର ଏଥିପ୍ରତି ଧ୍ୟାନ ଦେବା ସହ, ଆତ୍ମସମୀକ୍ଷା କରିବା ଦରକାର ବୋଲି ନବୀନ କହିଛନ୍ତି।
କାହିଁକି ଏପରି ଅବ୍ୟବସ୍ଥା ହେଲା ଓ ଏହା ପଛରେ କିଏ ଦାୟୀ ତାହାକୁ ଖୋଜିବା ପରିବର୍ତ୍ତେ ଆଇନମନ୍ତ୍ରୀ ଏହାକୁ ସାଧାରଣ କଥା ବୋଲି କହି ଏହାକୁ ଘୋଡ଼ାଇ ଦେବାକୁ ପ୍ରୟାସ କଲେ। ସବୁବର୍ଷ ଏପରି ହୁଏ ବୋଲି କହି ଘଟଣାକୁ ଗୁରୁତ୍ୱହିନ କରିବାକୁ ଉଦ୍ୟମ କଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସବୁକିଛି ମହାପ୍ରଭୁଙ୍କ ଇଚ୍ଛାରେ ହୋଇଛି ବୋଲି କହି ନିଜ ପିଠି ଥାପୁଡ଼େଇଲେ। ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ନନ୍ଦିଘୋଷ ରଥ ଅଟକିବା ଘଟଣା, ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ…
ଭୁବନେଶ୍ବର: ଗତ ୩ ଦଶନ୍ଧି ମଧ୍ୟରେ ଯାହା ଘଟି ନ ଥିଲା, ତାହା ଗତକାଲି ଘଟିଲା। ଗତକାଲି ଶରଧାବାଲିରେ ଗୋଟିଏ ବି ରଥ ପହଞ୍ଚି ପାରିଲା ନାହିଁ । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ପାରିଲା ନାହିଁ, ଶେଷରେ ରାତିରେ ଆଲୁଅ ଲଗାଇ ନନ୍ଦିଘୋଷ ରଥକୁ କେଇ ହାତ ଟଣାଯାଇ ବିଧି ରକ୍ଷା କରାଗଲା। ଯାହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ, ସେବାୟତମାନଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିିଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆମେ ଏଠାରେ କାହାରିକୁ ଦୋଷ ଦେଉ ନାହୁଁ, ହେଲେ ଆମ ରାଜ୍ୟର ସବୁଠାରୁ ବଡ଼ ଉତ୍ସବ ସମୟରେ ଘଟଣା ଯେଉଁଭଳି ଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହି ପାରୁନାହୁଁ ବୋଲି କହିଛନ୍ତି।
We aren’t here to point fingers or blame the administration for yesterday’s inordinate delay in pulling the Nandighosha chariot. But it’s impossible not to voice our deep concern and anguish over how things unfolded during the most sacred event in our State.
It’s hard to forget… pic.twitter.com/VWZ6wvYaZV
— Naveen Patnaik (@Naveen_Odisha) June 28, 2025