କ୍ରୀଡ଼ା କ୍ଷେତ୍ରରେ ନବୀନ ଏବେ ବ୍ରାଣ୍ଡ ଆମ୍ବାସାଡର

The Sakala Picture
Published On

ଭୁବନେଶ୍ବର : ସାରା ଭାରତରେ କ୍ରିକେଟ୍ ପ୍ରତି ରହିଥିବା ଭଲପାଇବା ଓ ଯୁବ ବର୍ଗମଧ୍ୟରେ ଏହାର ଆଦୃତି ପାଇଁ ଉଦାହରଣର ଆବଶ୍ୟକତା ନାହିଁ । ଏହା ସହିତ ଯୋଡି ହୋଇଥିବା ଅର୍ଥନୀତି ଓ ପତିଆରା ଲଢ଼େଇ ସଂପର୍କରେ ମଧ୍ୟ ସମସ୍ତେ ଊଣା ଅଧିକ ଜାଣନ୍ତି। ହେଲେ ହକି, ଫୁଟବଲ, ରଗ୍‌ବୀ ଭଳି କ୍ରୀଡା କ୍ଷେତ୍ରରେ ବିଶ୍ବ ଦରବାରରେ ଦେଶ ପାଇଁ ଗୌରବ ଆଣିବା ଲାଗି କେନ୍ଦ୍ର ସରକାର କି ଦେଶ ନୁହେଁ, ଗୋଟିଏ ରାଜ୍ୟ (ଓଡ଼ିଶାର ମୁଖ୍ୟମନ୍ତ୍ରୀ) […]

ଭୁବନେଶ୍ବର : ସାରା ଭାରତରେ କ୍ରିକେଟ୍ ପ୍ରତି ରହିଥିବା ଭଲପାଇବା ଓ ଯୁବ ବର୍ଗମଧ୍ୟରେ ଏହାର ଆଦୃତି ପାଇଁ ଉଦାହରଣର ଆବଶ୍ୟକତା ନାହିଁ । ଏହା ସହିତ ଯୋଡି ହୋଇଥିବା ଅର୍ଥନୀତି ଓ ପତିଆରା ଲଢ଼େଇ ସଂପର୍କରେ ମଧ୍ୟ ସମସ୍ତେ ଊଣା ଅଧିକ ଜାଣନ୍ତି। ହେଲେ ହକି, ଫୁଟବଲ, ରଗ୍‌ବୀ ଭଳି କ୍ରୀଡା କ୍ଷେତ୍ରରେ ବିଶ୍ବ ଦରବାରରେ ଦେଶ ପାଇଁ ଗୌରବ ଆଣିବା ଲାଗି କେନ୍ଦ୍ର ସରକାର କି ଦେଶ ନୁହେଁ, ଗୋଟିଏ ରାଜ୍ୟ (ଓଡ଼ିଶାର ମୁଖ୍ୟମନ୍ତ୍ରୀ) ଲଢିବା ଓ ସଫଳତା ଆଣିବା ଘଟଣା ଅବିଶ୍ବାସ ମନେ ହେଲେ ବି ସତ । ଭାରତର ବିଶିଷ୍ଟ ରାଜନେତା, କ୍ରୀଡାପ୍ରେମୀ ସବୁ ମହଲରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

କେହି କେହି ହକି ଓ କ୍ରୀଡାର ବିକାଶ କ୍ଷେତ୍ରରେ ନବୀନଙ୍କୁ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ କହିବା ଆରମ୍ଭ କଲେଣି । ଯେହେତୁ ଦେଶର ପ୍ରତିଷ୍ଠା ବିପଦରେ ଆମେ ଏହାକୁ ଆୟୋଜନ କରିବାକୁ ସହଜରେ ସହମତ ହୋଇଛି। ଗତକାଲି (ଗୁରୁବାର) ଏଭଳି ମତପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଫଆଇଏଚ୍ ପୁରୁଷ କୁନିୟର ବିଶ୍ବକପ୍ ଆୟୋଜନ ଦାୟିତ୍ଵ ମୁଣ୍ଡକୁ ନେଇଥିଲେ। ଉଭୟ ଟ୍ରଫି ଓ ଲୋଗୋର ଅନାବରଣ ଉତ୍ସବ ଆୟୋଜନ କରାଯାଇଥିଲା। ନବୀନ ଏହି ଅବସରରେ ଆହୁରି କହିଥିଲେ ଯେ ଦେଶର ପ୍ରତିଷ୍ଠା ପାଇଁ ଓଡ଼ିଶା ମାତ୍ର ଦୁଇମାସ ସମୟ ଅବଧି ମଧ୍ୟରେ ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତୁତ ରହିଛି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଯେତେବେଳେ ଅନ୍ୟରାଜ୍ୟମାନେ ସାହସ କୁଳେଇ ପାରୁନାହାନ୍ତି, ସେତେବେଳେ ନବୀନଙ୍କର ଏଭଳି ସାହସିକତା ଓ କ୍ରୀଡା ପ୍ରତି ଭଲପାଇବା ଅବଶିଷ୍ଟ ରାଜ୍ୟମାନଙ୍କୁ ବିସ୍ମିତ କରିଛି । ଏଠାରେ ସ୍ମରଣଯୋଗ୍ୟ, ଭାରତର ଜାତୀୟ ଖେଳ ହକିର ବିକାଶ କ୍ଷେତ୍ରରେ ଓଡ଼ିଶା ସରକାର ନିରନ୍ତର ଭାବେ ଯେଉଁ କାର୍ଯ୍ୟ ଜାରି ରଖୁଛନ୍ତି ଏବଂ ନବୀନଙ୍କର ଦୃଢୋକ୍ତି ଦେଖୁ କ୍ରୀଡାପ୍ରେମୀ ବି ଆଚମ୍ବିତ। ପୂର୍ବରୁ ଓଡ଼ିଶା ସରକାର ମାତ୍ର ୯୦ ଦିନ ମଧ୍ୟରେ ୨୦୧୮ରେ ୨୨ତମ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିଥିଲେ। ଯେତେବେଳେ ହକିର ପ୍ରାୟୋଜକ ଦାୟିତ୍ବରୁ ଭାରତବର୍ଷର ଗୋଟିଏ ନାମୀଦାମୀ କଂପାନି ଓହରି ଆସିଥିଲା, ସେବେ ନବୀନ ସାମ୍ନାକୁ ଆସିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏବେ ଓଡ଼ିଶାର ସଂପୃକ୍ତି ପରେ ଚାରିଦଶନ୍ଧି ପରେ ଅଲମ୍ପିକ୍ସରେ ମିଳିଥିବା ସଫଳତା ନବୀନ ଓ ଭାରତର ହକି ଦଳ ସଂପର୍କକୁ ଆହୁରି ଘନିଷ୍ଠ କରିଦେଇଛି। ସେହିଭଳି ଫୁଟବଲ୍‌ ଓ ରଗ୍‌ବୀ କ୍ଷେତ୍ରରେ ବି ଓଡ଼ିଶା ଇତିମଧ୍ୟରେ ସାହସିକ ପଦକ୍ଷେପ ନେଇସାରିଲାଣି। ରଗ୍‌ବୀ ପ୍ରାୟୋଜକ ଦାୟିତ୍ଵ ବି ଓଡ଼ିଶା ସରକାର ନେଇଛନ୍ତି। ତେବେ ହକି କ୍ଷେତ୍ରରେ ନବୀନଙ୍କର ଏଭଳି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ବିଶ୍ବ ସମୁଦାୟ ଆଗରେ ଭାରତର ଜାତୀୟ ଖେଳ ପ୍ରତି ଆଦୃରି ବଢାଉଛି ଓ ରାଜ୍ୟକୁ ଗୋଟିଏ ଭିନ୍ନସ୍ତରକୁ ନେଇଗଲେଣି । କ୍ରିକେଟ୍ ମନସ୍କ ଯୁବ ବର୍ଗ ଏବେ ହକି ପାଇଁ ପାଗଳ ହେବା ଆରମ୍ଭ କଲେଣି ଏବଂ ହକି ଖେଳାଳିମାନଙ୍କୁ ମଧ୍ୟ ସ୍ବୀକୃତି ଦେଲେଣି।

ଏକଥା ନିକଟରେ ଟୋକିଓ ଅଲମ୍ପିକରେ ହକିର ସଫଳତା ପରେ ଦେଶର ବିଭିନ୍ନ ଅଞ୍ଚଳରେ ଯେଭଳି ସମ୍ବର୍ଧନା ଦିଆଗଲା, ସେଥିରୁ ଜଣାପଡିଯାଇଛି। ଏପରି ପରିସ୍ଥିତିରେ ଓଡ଼ିଶା ଏହି ଜୁନିୟର ବିଶ୍ବକପ୍ ଆୟୋଜନ ଲାଗି ଆଗେଇ ଆସିବା ପରେ କ୍ରୀଡାପ୍ରେମୀ ଆହୁରି ଉତ୍ସାହିତ ହୋଇପଡିଛନ୍ତି। ରାଜନୈତିକ ମହଲର କହିବା କଥା ହେଉଛି, ରାଜନୀତିରେ ଅତ୍ୟନ୍ତ ସଫଳ ନବୀନ ହକି ଖେଳକୁ ସର୍ବକାଳୀନ ଲୋକାଦୃତି କରିବା ସହିତ ଓଡ଼ିଶାକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବିଭିନ୍ନ କ୍ଷେତ୍ରରେ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ତାହା ଏବେ ଅଧିକ ପରିପୁଷ୍ଟ ହେବାରେ ଲାଗିଛି ଆଥଲେଟ ଏବଂ କ୍ରୀଡ଼ାବିତଙ୍କୁ ସହାୟତା କରିବା କ୍ଷେତ୍ରରେ ଓଡ଼ିଶା ପ୍ରୟୋଗଶାଳା ପାଲଟିଛି।

ଓଡ଼ିଶା ଏବେ ଦେଶର ପ୍ରଶଂସନୀୟ କ୍ରୀଡା ଭିତ୍ତିଭୂମି କ୍ଷେତ୍ର ନିର୍ମାଣରେ ଲାଗିଛି। ନିକଟ ଅତୀତରେ ସମସ୍ତ କ୍ରୀଡ଼ା କାର୍ଯ୍ୟକଳାପ ପାଇଁ ରାଜ୍ୟ ଏକ ନିରନ୍ତର ସ୍ତମ୍ଭ ହୋଇଆସୁଛି। ଏହି ମହଲ ଆହୁରି କହୁଛନ୍ତି, ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣରେ ମନୋନିବେଶ କରିଥିବା ମୁଖ୍ୟମନ୍ତ୍ରୀ ଏବେ କ୍ରୀଡାରେ ଉତ୍କର୍ଷତା ଲାଭ କରିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି। ଭୁବନେଶ୍ବରର ପରିଚୟ ବଦଳୁଛି ଓ ଏହା କ୍ରୀଡା ରାଜଧାନୀର ମାନ୍ୟତା ପାଇଛି, ଖାସ୍ ରାଜ୍ୟ ସରକାରଙ୍କ କ୍ରୀଡା ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ । ୨୦୨୩ ହକି ବିଶ୍ବକପ୍ ଏ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବ।

ସଂପ୍ରତି କଳିଙ୍ଗ ଷ୍ଟାଡିୟମ୍ ସହିତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାରେ (ରାଉରକେଲାଠାରେ) ଦେଶର ବଡ ହକି ଷ୍ଟାଡିୟମ୍ ନିର୍ମାଣ କରୁଛି । ଓଡ଼ିଶା ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି । ଏହାଦ୍ବାରା କେବଳ କ୍ରୀଡାର ବିକାଶ ହେଉଛି ତାହା ନୁହେଁ, ବରଂ ଯୁବ ପିଢି ମନ ବଦଳାଇଲେଣି । ଖେଳ ପ୍ରତି ଗାଁ ଗାଁରେ ଆଦୃଦ୍ଧି ବଢୁଛି ଓ ଏହାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ସାରା ଓଡ଼ିଶାରେ ଷ୍ଟାଡିୟମ୍ ନିର୍ମାଣ ଲାଗି ୭୦୦ କୋଟିର ଟଙ୍କାର ଗୋଟିଏ ବଡ ବଜେଟ୍ ଖର୍ଚ୍ଚ କରିବା ଲାଗି ଟ୍ରେଜେରି ଖୋଲିଦେଇଛନ୍ତି। ଏହାର ସାମାଜିକ ପ୍ରଭାବ ମଧ୍ୟ ଆସନ୍ତା ଦିନରେ ରାଜ୍ୟ ଅନୁଭବ କରିବ ଓ ଓଡ଼ିଶା ଦେଶର ପ୍ରଶଂସନୀୟ କ୍ରୀଡା ଭିତିଭୂମି ଭାବେ ମୁଣ୍ଡ ଟେକିବା ସମୟ ଆଉ ବେଶୀ ଦୂର ନୁହେଁ ବୋଲି ମତ ରଖୁଛନ୍ତି ।

25 Sep 2021 By The Sakala

https://www.thesakala.in/latest-odisha-news/naveen-is-now-the-brand-ambassador-for-sports/article-5617
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର