ବରଗଡ଼ ନାବାଳିକା ପୋଡ଼ି ଘଟଣା: ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, ‘ନିଆଁ ଲଗାଇ ଜୀବନ ହାରିବାର ଧାରା ଅତ୍ୟନ୍ତ ବିଚଳିତ’..

The Sakala Picture
Published On

ଭୁବନେଶ୍ବର: ବରଗଡ଼ ଗାଇସିଲେଟ ବ୍ଲକରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଛାତ୍ରୀଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ଆଶ୍ବାସନା ଦେବା ସହ ନବୀନ ରାଜ୍ୟ ବିଜେପି ସରକାରର ଚରମ ବିଫଳତାକୁ କଟୁ ସମାଲୋଚନା କରିଛନ୍ତି। ବିଜେପି ସରକାରର ନିଷ୍କ୍ରିୟତା ରାଜ୍ୟର ଝିଅମାନଙ୍କୁ ବିପଦକୁ ଠେଲି ଦେଇଛି। ଯୁବତୀମାନେ ଆତ୍ମାହୁତି ଦେବା କେବଳ ଗୋଟିଏ ଦୁଃଖଦ ଘଟଣା ନୁହେଁ। ପ୍ରତିଟି ଘଟଣା […]

ଭୁବନେଶ୍ବର: ବରଗଡ଼ ଗାଇସିଲେଟ ବ୍ଲକରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଛାତ୍ରୀଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ଆଶ୍ବାସନା ଦେବା ସହ ନବୀନ ରାଜ୍ୟ ବିଜେପି ସରକାରର ଚରମ ବିଫଳତାକୁ କଟୁ ସମାଲୋଚନା କରିଛନ୍ତି। ବିଜେପି ସରକାରର ନିଷ୍କ୍ରିୟତା ରାଜ୍ୟର ଝିଅମାନଙ୍କୁ ବିପଦକୁ ଠେଲି ଦେଇଛି। ଯୁବତୀମାନେ ଆତ୍ମାହୁତି ଦେବା କେବଳ ଗୋଟିଏ ଦୁଃଖଦ ଘଟଣା ନୁହେଁ। ପ୍ରତିଟି ଘଟଣା ସେମାନଙ୍କ ନ୍ୟାୟ ପାଇଁ ଆର୍ତ୍ତ ଚିତ୍କାରର ବିଫଳତାକୁ ପ୍ରତିଫଳିତ କରୁଛି। ବିଜେପି ସରକାର ଝିଅଙ୍କ କ୍ଷେତ୍ରରେ ଆତ୍ମବିଶ୍ବାସ ସୃଷ୍ଟି କରିବାରେ ବିଫଳ ହୋଇଛି। ଝିଅମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଯେଉଁଭଳି ଭାବେ ଝିଅମାନେ ନିଜକୁ ଜାଳି ଦେଉଛନ୍ତି, ଏହା ସମସ୍ତଙ୍କୁ ବିଚଳିତ କରୁଛି। ମାସକ ମଧ୍ୟରେ ୪ ଜଣ ଯୁବତୀ ନିଜକୁ ଜାଳି ଦେଇଛନ୍ତି। ପ୍ରତିଟି ଘଟଣା ଦର୍ଶାଉଛି ଯେ, ସେମାନେ ଅନ୍ୟ କୌଣସି ଉପାୟ ନପାଇ ନଜେ ନିଜର ଜୀବନ ନେବାକୁ ବାଧ୍ୟ ହେଉଛନ୍ତି। କେବଳ ଏହି ୪ଟି ଘଟଣା ନୁହେଁ, ଏଭଳି ଅନେକ ଘଟଣା ଘଟୁଛି, ଯେଉଁଥିରେ ଅନେକ ଝିଅ ଅପରାଧର ଶିକାର ହେଉଛନ୍ତି। କିନ୍ତୁ ନ୍ୟାୟ ନମିଳିବାରୁ ଆତ୍ମାହୁତି ଦେଉଛନ୍ତି। ଏଭଳି ହୃଦୟ ବିଦାରକ ଘଟଣାକୁ ବନ୍ଦ କରିବାକୁ ରାଜ୍ୟ ସରକାର ଆଉ କେତେଦିନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର