ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା

The Sakala Picture
Published On

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମାଆ। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି। ଶକ୍ତିପୀଠ ଗୁଡ଼ିକରେ ମଧ୍ୟ ମା’ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଉଛି । ମା’ଙ୍କ ଆଗମନକୁ ନେଇ ଧରାଧାମରେ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି । ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ମାଆ […]

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମାଆ। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି। ଶକ୍ତିପୀଠ ଗୁଡ଼ିକରେ ମଧ୍ୟ ମା’ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଉଛି । ମା’ଙ୍କ ଆଗମନକୁ ନେଇ ଧରାଧାମରେ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ମାଆ ଶାରଳାଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ଅନ୍ୟପଟେ କଟକ ଚଣ୍ଡି ମାଆ ହରଚଣ୍ଡି ବେଶରେ ଦର୍ଶନ ଦେବେ। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ଗଡ଼ଚଣ୍ଡି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମାଙ୍କ’ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ନବରାତ୍ରି ଅବସରରେ ମାଙ୍କ ଗର୍ଭ ଗୃହକୁ ଯାଇ ଶ୍ରଦ୍ଧାଳୁ ପାଦ ଏବଂ ମୁଖ ଦର୍ଶନ କରିବାର ସୁଯୋଗ ପାଇବେ। ସେହିପରି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଛି ମାଆଙ୍କ ଆରଧାନା। ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ମଆଙ୍କ ପୂଜାର୍ଚ୍ଚନା। ଆଜି ମାଆ ସମଲେଶ୍ୱରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଏହି ବେଶରେ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଛି। ବଲାଙ୍ଗିର ମନ୍ତ୍ର ଯନ୍ତ୍ର ଓ ତନ୍ତ୍ରର ମାଟି ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ୱତନ୍ତ୍ରତା ରହିଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର