ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି। ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି […]

ଭୁବନେଶ୍ବର: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି। ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା। ପ୍ରତୀକ୍ଷାର ନିର୍ମାତା ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦୀପନ୍ୱିତ ଦାସମହାପାତ୍ର ଓ ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର । ଏହି ଫିଲ୍ମରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି। ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ କେମିତି ସଂଘର୍ଷ । ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

 

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର