ଆରମ୍ଭ ହେଲା ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ, ସଚୋଟ୍ଟତା ନେଇ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ। ଏହା ସମଗ୍ର ଦେଶ ସମେତ ରାଜ୍ୟରେ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ” ଚଳିତ ବର୍ଷର ବିଷୟବସ୍ତୁ ରହିଛି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହା ରାଜ୍ୟ ବ୍ୟାପୀ ପାଳନ କରାଯିବ। ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ […]

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ। ଏହା ସମଗ୍ର ଦେଶ ସମେତ ରାଜ୍ୟରେ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ” ଚଳିତ ବର୍ଷର ବିଷୟବସ୍ତୁ ରହିଛି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହା ରାଜ୍ୟ ବ୍ୟାପୀ ପାଳନ କରାଯିବ। ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ସୋମବାର ଦିନ ୧୧ ଟାରୁ ଏହି କାର୍ଯ୍ୟକ୍ରମ ଲୋକସେବା ଭବନର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଫିସ୍‌‌ରମାନଙ୍କୁ ଶପଥ ପାଠ କରାଇଛନ୍ତି। ଲାଇଭ ଟେଲିକାଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ପରିଚାଳନ  କରାଯାଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ୭୦ ଲକ୍ଷ ସ୍ୱୟଂ ସ୍ୱହାୟକ ମହିଳା ଗ୍ରୁପର ସଦସ୍ୟ ମଧ୍ୟ ଯୋଡ଼ି ହୋଇଥିଲେ। ସେହିଭଳି ଇଲେକ୍ଟ୍ରୋନିକ୍ସ , ଆଇଟି ବିଭାଗ ଏବଂ ଓଡ଼ିଶାର ସମସ୍ତ ଜିଲାର ଜିଲ୍ଲାପାଳ ଓ ବ୍ଲକ ଅଫିସରମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସଚୋଟ୍ଟତା ନେଇ ଶପଥ ପାଠ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ତେବେ ଏହି କାର୍ଯ୍ୟକ୍ରମରେ ସର୍ବୋତ୍ତମ ଭିଜିଲାନ୍ସ ଡିଭିଜନ୍‌‌, ଭିଜିଲାନ୍ସ ୟୁନିଟ୍‌‌, ଅନୁସନ୍ଧାନକାରୀ ଅଧିକାରୀ, ମହିଳା ଅନୁସନ୍ଧାନ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ପୁରସ୍କୃତ କରାଯାଇଛି। ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସାଧାରଣ ସଭାର ଆୟୋଜନ କରାଯିବ। ଏଥିରେ ଛାତ୍ର, ଯୁବକ, ଶିକ୍ଷାବିତ,ସେବା ଏବଂ ଅବସରପ୍ରାପ୍ତ ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏନଜିଓ ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ଦୁର୍ନିୀତି ବିରୋଧରେ ସଚେତନା କରାଯିବ। ବିଦ୍ୟାଳୟ ଏବଂ କଲେଜରେ ବିତର୍କ, କୁଇଜ୍‌‌, କାର୍ଟୁନ୍‌‌, ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ସ୍ଲୋଗାନ, ପେଣ୍ଟିଂ, ରଙ୍ଗୋଲି ଏବଂ ପୋଷ୍ଟର ପ୍ରତିଯୋଗିତା କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସଦସ୍ୟମାନେ ଗ୍ରାମସଭାରେ ଏହି ଅଭିଯାନ ସମ୍ପର୍କରେ ସଚେତନ କରାଇବେ। ଅନ୍ୟପଟେ ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି ପାଇଁ ସୋସିଆଲ୍‌‌ ମିଡିଆ ପ୍ଲାଟଫର୍ମ, ହ୍ୱାଟସ୍‌‌ ଆପ୍‌‌, ଇମେଲ୍‌‌, ଇଲେକ୍ଟ୍ରୋନିକ୍‌‌ ଓ ପ୍ରିଣ୍ଟ ମିଡିଆର ବ୍ୟାପକ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଜନସାଧାରଣ ଭିଜିଲାନ୍ସ ଟୋଲ୍‌‌ ଫ୍ରି ନମ୍ବର ୧୦୬୪ ବିଶିଷ୍ଟ ନମ୍ବରରେ କଲ କିମ୍ବା ଏସଏମଏସ କରି ଅଭିଯୋଗ ଜଣାଇପାରିବେ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

31 Oct 2022 By The Sakala

ଆରମ୍ଭ ହେଲା ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ, ସଚୋଟ୍ଟତା ନେଇ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ। ଏହା ସମଗ୍ର ଦେଶ ସମେତ ରାଜ୍ୟରେ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ” ଚଳିତ ବର୍ଷର ବିଷୟବସ୍ତୁ ରହିଛି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହା ରାଜ୍ୟ ବ୍ୟାପୀ ପାଳନ କରାଯିବ। ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି ।

ସୋମବାର ଦିନ ୧୧ ଟାରୁ ଏହି କାର୍ଯ୍ୟକ୍ରମ ଲୋକସେବା ଭବନର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଫିସ୍‌‌ରମାନଙ୍କୁ ଶପଥ ପାଠ କରାଇଛନ୍ତି। ଲାଇଭ ଟେଲିକାଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ପରିଚାଳନ  କରାଯାଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ୭୦ ଲକ୍ଷ ସ୍ୱୟଂ ସ୍ୱହାୟକ ମହିଳା ଗ୍ରୁପର ସଦସ୍ୟ ମଧ୍ୟ ଯୋଡ଼ି ହୋଇଥିଲେ। ସେହିଭଳି ଇଲେକ୍ଟ୍ରୋନିକ୍ସ , ଆଇଟି ବିଭାଗ ଏବଂ ଓଡ଼ିଶାର ସମସ୍ତ ଜିଲାର ଜିଲ୍ଲାପାଳ ଓ ବ୍ଲକ ଅଫିସରମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସଚୋଟ୍ଟତା ନେଇ ଶପଥ ପାଠ କରିଛନ୍ତି।

ତେବେ ଏହି କାର୍ଯ୍ୟକ୍ରମରେ ସର୍ବୋତ୍ତମ ଭିଜିଲାନ୍ସ ଡିଭିଜନ୍‌‌, ଭିଜିଲାନ୍ସ ୟୁନିଟ୍‌‌, ଅନୁସନ୍ଧାନକାରୀ ଅଧିକାରୀ, ମହିଳା ଅନୁସନ୍ଧାନ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ପୁରସ୍କୃତ କରାଯାଇଛି। ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସାଧାରଣ ସଭାର ଆୟୋଜନ କରାଯିବ। ଏଥିରେ ଛାତ୍ର, ଯୁବକ, ଶିକ୍ଷାବିତ,ସେବା ଏବଂ ଅବସରପ୍ରାପ୍ତ ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏନଜିଓ ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ଦୁର୍ନିୀତି ବିରୋଧରେ ସଚେତନା କରାଯିବ। ବିଦ୍ୟାଳୟ ଏବଂ କଲେଜରେ ବିତର୍କ, କୁଇଜ୍‌‌, କାର୍ଟୁନ୍‌‌, ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ସ୍ଲୋଗାନ, ପେଣ୍ଟିଂ, ରଙ୍ଗୋଲି ଏବଂ ପୋଷ୍ଟର ପ୍ରତିଯୋଗିତା କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସଦସ୍ୟମାନେ ଗ୍ରାମସଭାରେ ଏହି ଅଭିଯାନ ସମ୍ପର୍କରେ ସଚେତନ କରାଇବେ। ଅନ୍ୟପଟେ ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି ପାଇଁ ସୋସିଆଲ୍‌‌ ମିଡିଆ ପ୍ଲାଟଫର୍ମ, ହ୍ୱାଟସ୍‌‌ ଆପ୍‌‌, ଇମେଲ୍‌‌, ଇଲେକ୍ଟ୍ରୋନିକ୍‌‌ ଓ ପ୍ରିଣ୍ଟ ମିଡିଆର ବ୍ୟାପକ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଜନସାଧାରଣ ଭିଜିଲାନ୍ସ ଟୋଲ୍‌‌ ଫ୍ରି ନମ୍ବର ୧୦୬୪ ବିଶିଷ୍ଟ ନମ୍ବରରେ କଲ କିମ୍ବା ଏସଏମଏସ କରି ଅଭିଯୋଗ ଜଣାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର