ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍

The Sakala Picture
Published On

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ। ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ […]

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ। ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ ଗୋଲ୍ ଥିଲା ।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ମ୍ୟାଚର ୩୪ତମ ମିନିଟରେ ପୁନମ ବାର୍ଲା ପ୍ରଥମ ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ମ୍ୟାଚର ୫୯ତମ ମିନିଟରେ କାଞ୍ଚନ ବାର୍ଲା ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଉଚ୍ଚକୋଟୀର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଓଡ଼ିଶା, ଶକ୍ତିଶାଳୀ ଝାଡ଼ଖଣ୍ଡକୁ ୫-୦ ଗୋଲରେ ହରାଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

17 May 2022 By The Sakala

ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ। ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ ଗୋଲ୍ ଥିଲା ।

ମ୍ୟାଚର ୩୪ତମ ମିନିଟରେ ପୁନମ ବାର୍ଲା ପ୍ରଥମ ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ମ୍ୟାଚର ୫୯ତମ ମିନିଟରେ କାଞ୍ଚନ ବାର୍ଲା ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଉଚ୍ଚକୋଟୀର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଓଡ଼ିଶା, ଶକ୍ତିଶାଳୀ ଝାଡ଼ଖଣ୍ଡକୁ ୫-୦ ଗୋଲରେ ହରାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର